ନାଲିଫିତା ତଳେ କ୍ୟାବିନମୁକ୍ତ ସହର

ଖୋର୍ଦ୍ଧା ଅଫିସ,୩୧ା୧:ଖୋର୍ଦ୍ଧାରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିଚାଲିଛି। ରାସ୍ତାପାର୍ଶ୍ୱ ଉଠାଦୋକାନ, ଅବରୋଧ ଡ୍ରେନେଜ୍‌, କ୍ୟାବିନ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ପାର୍କିଂ ଟ୍ରାଫିକ୍‌ ସମସ୍ୟା ବଢ଼ାଉଛି।
ରାସ୍ତା, ଡ୍ରେନ୍‌ ଅବରୋଧ ମୁକ୍ତ ଓ କ୍ୟାବିନ ହଟାଇବା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏ ସମ୍ପର୍କରେ ଗତ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇଥିଲେ। ସହରବାସୀ ଆଶା କରିଥିଲେ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ନିକଟରେ ମଧ୍ୟ ଦୁଇ ବିଧାୟକଙ୍କ ଉପସ୍ଥିତିରେ ସମସ୍ତ ବ୍ୟବସାୟୀ ସଂଘକୁ ନେଇ ଆଲୋଚନା ହୋଇଥିଲା। କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ, ଡ୍ରେନ୍‌ ଅବରୋଧ ଓ ଫୁଟ୍‌ଫାଥ୍‌ ବ୍ୟବସାୟୀଙ୍କୁ ଉଠାଇବା ପାଇଁ ଆଲୋଚନା ହୋଇଥିଲା। ଏଯାବତ୍‌ କୌଣସି ପଦକ୍ଷେପ ନିଆଗଲାନାହିଁ। ନେତା, ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ କ୍ୟାବିନମୁକ୍ତ ସହର ସରକାରୀ ନାଲିଫିତା ତଳେ ଚାପିହୋଇ ରହିଯାଇଛି ବୋଲି ମତପ୍ରକାଶ ପାଇଛି।
ପ୍ରକାଶ ଯେ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ମୁକୁନ୍ଦପ୍ରସାଦଠାରୁ ମେଡିକାଲ, ଟ୍ରାଫିକ୍‌ ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଉପୁଜୁଛି। ଫଳରେ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଛି। ମୁକୁନ୍ଦପ୍ରସାଦ ଠାରୁ ମାରଓ୍ବାଡି ପଟି, ଟ୍ରାଫିକ୍‌ ଛକ, ପୁରୁଣା ବସ୍‌ଷ୍ଟାଣ୍ଡ ଛକ, ପେଟ୍ରୋଲ ପମ୍ପ୍‌ ଛକରେ ଟ୍ରାଫିକ୍‌ ଅନିୟନ୍ତ୍ରିତ ହୋଇପଡୁଛି। ପେଟ୍ରୋଲ ପମ୍ପ୍‌ଠାରୁ ମାରଓ୍ବାଡି ପଟି ରାସ୍ତା ସମ୍ପୂର୍ଣ୍ଣ ସଙ୍କୁଚିତ ହୋଇ ରହିଛି। ଅନ୍ୟପଟେ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ପାର୍କିଂ ଟ୍ରାଫିକ୍‌ ସମସ୍ୟାକୁ ଦ୍ୱିଗଣ କରୁଛି। ଗୁରୁଜଙ୍ଗ ପେଟ୍ରୋଲ ପମ୍ପ୍‌ଠାରୁ ସହରର ଉଭୟପଟୁ( ମୁକୁନ୍ଦପ୍ରସାଦଠାରୁ ଖୋର୍ଦ୍ଧା କ୍ଲବ)ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ସେହିପରି ଟ୍ରାଫିକ୍‌ ଛକ ନିକଟରେ ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ଟାଉନ ଥାନା, ଉପଜିଲାପାଳ ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟ ସମେତ ସମବାୟ ବ୍ୟାଙ୍କ ନିକଟରେ ପୌର ପରିଷଦ କାର୍ଯ୍ୟାଳୟ ରହିଛି। ଟ୍ରାଫିକ୍‌ ଛକଠାରୁ ସମବାୟ ଛକ ଏବଂ ସମବାୟ ଛକ ଠାରୁ ପୁରୁଣା ମେଡିକାଲ ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନ, ପରିବା ଏବଂ ଗ୍ରୋସରି ଦୋକାନ ସମେତ ଅନ୍ୟାନ୍ୟ ଦୋକାନ ରହିଛି। ଫଳରେ ସବୁ ସମୟରେ ଗ୍ରାହକଙ୍କ ଭିଡ଼ ରହୁଛି। ଯାନବାହନ ଚଳାଚଳ ଯୋଗୁ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ରହୁଛି। ସେହିପରି କୋର୍ଟଛକ ହାବେଳି ପଡ଼ିଆ ଏବଂ ନୂଆ ବସ୍‌ଷ୍ଟାଣ୍ଡ ରାସ୍ତା ଉପରେ ସକାଳୁ ରାତି ପର୍ଯ୍ୟନ୍ତ ବାଇକ୍‌ ପାର୍କିଂ ହୋଇ ରହୁଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ବ୍ୟାଙ୍କ ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡ ମଧ୍ୟରେ ଗୋଟିଏ ପାର୍ଶ୍ୱରେ ବହୁତଳ ଶପିଂ ମଲ୍‌, ଘରୋଇ ବ୍ୟାଙ୍କ ଓ ବିଭିନ୍ନ ଦୋକାନ ରହିଛି। ଫଳରେ ଜନଗହଳି ରହୁଛି। ଦିନକୁ ଦିନ ଖୋର୍ଦ୍ଧା ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ କାମ ଚାଲୁଛି। ଫଳରେ ରାସ୍ତା ସଙ୍କୁଚିତ ରହିଛି। ଏହା ସହରର ପ୍ରବେଶ ପଥ ହୋଇଥିବାରୁ ଅନେକ ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କୁହନ୍ତି, ନୂଆ ବସ୍‌ଷ୍ଟାଣ୍ଡ ସମେତ ସମସ୍ତ ଜନଗହଳି ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବା ପାଇଁ ସହରବାସୀଙ୍କ ସହଯୋଗ ଆବଶ୍ୟକ। ସେହିପରି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କୁହନ୍ତି, କ୍ୟାବିନ ସମସ୍ୟା ଦୂର ଲାଗି ଚେଷ୍ଟା ଜାରି ରହିଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଜିଲା ପ୍ରଶାସନିକ ଅଧିକାରୀ ଏବଂ ବ୍ୟବସାୟୀ ସଂଘ ଉପସ୍ଥିତିରେ ଆଲୋଚନା ହୋଇଛି। ରାସ୍ତାକଡ଼ ଏବଂ ଡ୍ରେନ୍‌କୁ ଅବରୋଧମୁକ୍ତ ଲାଗି ଯୋଜନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri