ନାଲିଫିତା ତଳେ କ୍ୟାବିନମୁକ୍ତ ସହର

ଖୋର୍ଦ୍ଧା ଅଫିସ,୩୧ା୧:ଖୋର୍ଦ୍ଧାରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିଚାଲିଛି। ରାସ୍ତାପାର୍ଶ୍ୱ ଉଠାଦୋକାନ, ଅବରୋଧ ଡ୍ରେନେଜ୍‌, କ୍ୟାବିନ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ପାର୍କିଂ ଟ୍ରାଫିକ୍‌ ସମସ୍ୟା ବଢ଼ାଉଛି।
ରାସ୍ତା, ଡ୍ରେନ୍‌ ଅବରୋଧ ମୁକ୍ତ ଓ କ୍ୟାବିନ ହଟାଇବା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏ ସମ୍ପର୍କରେ ଗତ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇଥିଲେ। ସହରବାସୀ ଆଶା କରିଥିଲେ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ନିକଟରେ ମଧ୍ୟ ଦୁଇ ବିଧାୟକଙ୍କ ଉପସ୍ଥିତିରେ ସମସ୍ତ ବ୍ୟବସାୟୀ ସଂଘକୁ ନେଇ ଆଲୋଚନା ହୋଇଥିଲା। କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ, ଡ୍ରେନ୍‌ ଅବରୋଧ ଓ ଫୁଟ୍‌ଫାଥ୍‌ ବ୍ୟବସାୟୀଙ୍କୁ ଉଠାଇବା ପାଇଁ ଆଲୋଚନା ହୋଇଥିଲା। ଏଯାବତ୍‌ କୌଣସି ପଦକ୍ଷେପ ନିଆଗଲାନାହିଁ। ନେତା, ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ କ୍ୟାବିନମୁକ୍ତ ସହର ସରକାରୀ ନାଲିଫିତା ତଳେ ଚାପିହୋଇ ରହିଯାଇଛି ବୋଲି ମତପ୍ରକାଶ ପାଇଛି।
ପ୍ରକାଶ ଯେ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ମୁକୁନ୍ଦପ୍ରସାଦଠାରୁ ମେଡିକାଲ, ଟ୍ରାଫିକ୍‌ ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଉପୁଜୁଛି। ଫଳରେ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଛି। ମୁକୁନ୍ଦପ୍ରସାଦ ଠାରୁ ମାରଓ୍ବାଡି ପଟି, ଟ୍ରାଫିକ୍‌ ଛକ, ପୁରୁଣା ବସ୍‌ଷ୍ଟାଣ୍ଡ ଛକ, ପେଟ୍ରୋଲ ପମ୍ପ୍‌ ଛକରେ ଟ୍ରାଫିକ୍‌ ଅନିୟନ୍ତ୍ରିତ ହୋଇପଡୁଛି। ପେଟ୍ରୋଲ ପମ୍ପ୍‌ଠାରୁ ମାରଓ୍ବାଡି ପଟି ରାସ୍ତା ସମ୍ପୂର୍ଣ୍ଣ ସଙ୍କୁଚିତ ହୋଇ ରହିଛି। ଅନ୍ୟପଟେ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ପାର୍କିଂ ଟ୍ରାଫିକ୍‌ ସମସ୍ୟାକୁ ଦ୍ୱିଗଣ କରୁଛି। ଗୁରୁଜଙ୍ଗ ପେଟ୍ରୋଲ ପମ୍ପ୍‌ଠାରୁ ସହରର ଉଭୟପଟୁ( ମୁକୁନ୍ଦପ୍ରସାଦଠାରୁ ଖୋର୍ଦ୍ଧା କ୍ଲବ)ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ସେହିପରି ଟ୍ରାଫିକ୍‌ ଛକ ନିକଟରେ ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ଟାଉନ ଥାନା, ଉପଜିଲାପାଳ ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟ ସମେତ ସମବାୟ ବ୍ୟାଙ୍କ ନିକଟରେ ପୌର ପରିଷଦ କାର୍ଯ୍ୟାଳୟ ରହିଛି। ଟ୍ରାଫିକ୍‌ ଛକଠାରୁ ସମବାୟ ଛକ ଏବଂ ସମବାୟ ଛକ ଠାରୁ ପୁରୁଣା ମେଡିକାଲ ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନ, ପରିବା ଏବଂ ଗ୍ରୋସରି ଦୋକାନ ସମେତ ଅନ୍ୟାନ୍ୟ ଦୋକାନ ରହିଛି। ଫଳରେ ସବୁ ସମୟରେ ଗ୍ରାହକଙ୍କ ଭିଡ଼ ରହୁଛି। ଯାନବାହନ ଚଳାଚଳ ଯୋଗୁ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ରହୁଛି। ସେହିପରି କୋର୍ଟଛକ ହାବେଳି ପଡ଼ିଆ ଏବଂ ନୂଆ ବସ୍‌ଷ୍ଟାଣ୍ଡ ରାସ୍ତା ଉପରେ ସକାଳୁ ରାତି ପର୍ଯ୍ୟନ୍ତ ବାଇକ୍‌ ପାର୍କିଂ ହୋଇ ରହୁଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ବ୍ୟାଙ୍କ ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡ ମଧ୍ୟରେ ଗୋଟିଏ ପାର୍ଶ୍ୱରେ ବହୁତଳ ଶପିଂ ମଲ୍‌, ଘରୋଇ ବ୍ୟାଙ୍କ ଓ ବିଭିନ୍ନ ଦୋକାନ ରହିଛି। ଫଳରେ ଜନଗହଳି ରହୁଛି। ଦିନକୁ ଦିନ ଖୋର୍ଦ୍ଧା ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ କାମ ଚାଲୁଛି। ଫଳରେ ରାସ୍ତା ସଙ୍କୁଚିତ ରହିଛି। ଏହା ସହରର ପ୍ରବେଶ ପଥ ହୋଇଥିବାରୁ ଅନେକ ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କୁହନ୍ତି, ନୂଆ ବସ୍‌ଷ୍ଟାଣ୍ଡ ସମେତ ସମସ୍ତ ଜନଗହଳି ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବା ପାଇଁ ସହରବାସୀଙ୍କ ସହଯୋଗ ଆବଶ୍ୟକ। ସେହିପରି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କୁହନ୍ତି, କ୍ୟାବିନ ସମସ୍ୟା ଦୂର ଲାଗି ଚେଷ୍ଟା ଜାରି ରହିଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଜିଲା ପ୍ରଶାସନିକ ଅଧିକାରୀ ଏବଂ ବ୍ୟବସାୟୀ ସଂଘ ଉପସ୍ଥିତିରେ ଆଲୋଚନା ହୋଇଛି। ରାସ୍ତାକଡ଼ ଏବଂ ଡ୍ରେନ୍‌କୁ ଅବରୋଧମୁକ୍ତ ଲାଗି ଯୋଜନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri