ରାସ୍ତା ଅବସ୍ଥା ସୁଧୁରୁଛି, ଦୁର୍ଘଟଣା କମୁନି

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର,୩୧ା୧: ଏକଦା ବିପର୍ଯ୍ୟସ୍ତ ରାସ୍ତା ଘାଟ ଯୋଗୁ କେନ୍ଦୁଝର ଜିଲାରେ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି ବୋଲି କୁହାଯାଉଥିଲା। ଏବେ ପ୍ରଶାସନ ପକ୍ଷରୁ ରାସ୍ତାଘାଟର ବିକାଶ ଓ ଉନ୍ନତୀକରଣ କରାଯାଇଛି। ଏହା ସତ୍ତ୍ୱେ ଦୁର୍ଘଟଣା ରୋକାଯାଇ ପାରୁ ନାହିଁ। ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ, ଦ୍ରୁତ ଗତିରେ ଗାଡ଼ିଚାଳନା, ତ୍ରୁଟିପୂଣ୍ଣର୍ର୍ ରାସ୍ତା ଓ ରାଜପଥ, ନିଶାସକ୍ତ ହୋଇ ଗାଡ଼ି ଚାଳନା ଆଦି ଦୁର୍ଘଟଣାର ମୁଖ୍ୟକାରଣ ବୋଲି କୁହାଯାଉଛି। ରିପୋର୍ଟକୁ ଦେଖିଲେ ଗତ ୪ବର୍ଷ ମଧ୍ୟରେ କୋଭିଡ୍‌ କଟକଣା ସତ୍ତ୍ୱେ ୧୩୬୯ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଚିନ୍ତାର କାରଣ ପାଲଟିଛି।
ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ୨୦୨୧ ତୁଳନାରେ ୨୦୨୨ରେ ଅଧିକ ଦୁର୍ଘଟଣା ଘଟିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ସମାନ ରହିଥିବାରୁ ପ୍ରଶାସନ କିଛିଟା ଆଶ୍ୱସ୍ତ ହୋଇଛି। ତେବେ ଆହତଙ୍କ ସଂଖ୍ୟା ମଧ୍ୟ ୨୦୨୨ରେ ଅଧିକ ହୋଇଥିବା ଜଣାପଡ଼ିଛି। ବିଶେଷ କରି ରାସ୍ତା ଉପରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲେ ହେଁ ସେସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ୨୦୨୨ରେ ୭୧୩ଟି ଦୁର୍ଘଟଣା ଘଟିଥିବା ବେଳେ ୩୪୧ଜଣଙ୍କ ପ୍ରାଣହାନି ହୋଇଛି ଓ ୫୪୯ଜଣ ଆହତ ହୋଇଛନ୍ତି। ୨୦୨୧ରେ ସମୁଦାୟ ୬୭୫ଟି ଦୁର୍ଘଟଣା ଘଟିଥିବା ବେଳେ ୩୪୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦୯ ଜଣ ଆହତ ହୋଇଛନ୍ତି। ୨୦୨୦ରେ ୬୪୯ଟି ଦୁର୍ଘଟଣାରେ ୩୫୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩୫ଜଣ ଆହତ ହୋଇଛନ୍ତି। ସେହିପରି ୨୦୧୯ରେ ୬୭୪ଟି ଦୁର୍ଘଟଣା ଘଟିଥିବା ବେଳେ ୩୩୩ଜଣଙ୍କ ମୃତ୍ୟୁ ହୋଇଛି ଓ ୭୦୮ଜଣ ଆହତ ହୋଇଛନ୍ତି। ୨୦୨୨ ଜାନୁୟାରୀ, ମେ ଓ ନଭେମ୍ବର ମାସରେ ସର୍ବାଧିକ ୩୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପ୍ରିଲରେ ସର୍ବନିମ୍ନ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏନେଇ ଆର୍‌ଟିଓ ଗୋପାଳକୃଷ୍ଣ ଦାସଙ୍କୁ ପଚାରିବାରୁ ଗତବର୍ଷ ଅପେକ୍ଷା ଦୁର୍ଘଟଣା ବଢ଼ିଥିଲେ ହେଁ ମୃତ୍ୟୁ ସଂଖ୍ୟା ବଢ଼ିିନାହିଁ। ଲୋକଙ୍କୁ ସଚେତନ କରିବା ସହ ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଚଳ, ଟ୍ରାଫିକ ନୀତିନିୟମ ଅବଜ୍ଞାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି। ତେବେ ତ୍ରୁଟିପୂର୍ଣ୍ଣ ରାସ୍ତା ଓ ଦୁର୍ଘଟଣା ସ୍ଥାନ ଚିହ୍ନଟ କରି ଠିକ୍‌ କରିବା ସହ ଦ୍ରତ ଗତିରେ ଗାଡ଼ିଚାଳନା ରୋକିବା, ରାସ୍ତା ଉପରେ ବେଆଇନ ପାର୍କିଂ ଆଦି ଉପରେ କଟକଣା ଜାରି କରାଗଲେ ଦୁର୍ଘଟଣା ରୋକାଯାଇପାରିବ ବୋଲି ସାମାଜିକ କର୍ମୀ ଦିଲୀପ ସାହୁ କହିଛନ୍ତି ା
ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିନା ଫିଟ୍‌ନେସ୍‌ ଓ ଇନସ୍ୟୁରାନ୍ସରେ ଗାଡ଼ିଚାଳନା ଯୋଗୁ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ସହ ମୃତାହତଙ୍କ ପରିବାର କ୍ଷତିପୂରଣ ପାଇ ପାରୁନାହାନ୍ତି। ଫଳରେ ଦୁର୍ଘଟଣାଗ୍ରସ୍ତଙ୍କ ପରିବାର ଲୋକେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିବା ଜିଲା ଓକିଲ ସଂଘ ସଭାପତି ଅଶୋକ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?