Posted inଖେଳ

ଓ୍ବାର୍ନର କଲେ ବଡ଼ ଖୁଲାସା: ଏହି ଗୋଟିଏ ନିଷ୍ପତ୍ତି ବଦଳାଇଦେଇଥିଲା ଅଷ୍ଟ୍ରେଲିଆ ଟିମ୍‌ର ଭାଗ୍ୟ

ନୂଆଦିଲ୍ଲୀ,୨୧।୧୧: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଉଥିଲେ। ଏଣୁ ତାଙ୍କ ନିଷ୍ପତ୍ତି ବିରୋଧି ଟିମ୍‌ ଲାଗି ବିଜୟର ସୁଯୋଗ ଆଣିପାରେ ବୋଲି ପ୍ରଥମେ ଆଶା କରାଯାଉଥିଲା। ହେଲେ ଖେଳ ଆଗକୁ ବଢ଼ିବା ମାତ୍ରେ କମିନ୍ସଙ୍କ ନିଷ୍ପତ୍ତି ଦଳକୁ ଚାମ୍ପିୟାନ କରାଇବାର ପ୍ରମୁଖ କାରଣ ପାଲଟିଥିଲା।

ଟସ୍‌ ପରେ ଭାରତ ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିବା କହିଥିଲେ। ହେଲେ ତାର ଓଲଟା ପରିଣାମ ଦଳକୁ ଭୋଗିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ଦ୍ରୁତ ବୋଲରମାନେ ବାଜିକୁ ପଲଟାଇଦେଇଥିଲେ। ବିଶ୍ୱକପ୍‌ ଫାଇନାଲର ଦୁଇ ଦିନ ପରେ ଏବେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏକ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଭିନ୍ନ ଯୋଜନା କରିଥିବା ବେଳେ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ନିଷ୍ପତ୍ତି କିଭଳି ବଦଳାଗଲା ତାହା ସେ ଜଣାଇଛନ୍ତି।

ଏ ବି ଡିଭିଲିୟର୍ସଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଓ୍ବାର୍ନର କହିଛନ୍ତି, ବିଶ୍ୱକପ ଫାଇନାଲ ଗୋଟିଏ ଦିନ ପୂର୍ବରୁ ସମସ୍ତେ ଘଣ୍ଟାଏ-ଦୁଇଘଣ୍ଟା ଧରି ଆଲୋଚନା କରିଥିଲେ। ଏଥିରେ ସମସ୍ତ ରେକର୍ଡକୁ ଦେଖି ପ୍ରଥମେ ବ୍ୟାଟିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ମ୍ୟାଚ୍‌ ଦିନ ସମସ୍ତଙ୍କ ମନ ବଦଳିଯାଇଥିଲା। ସମସ୍ତଙ୍କୁ ପଚରାଯିବାରେ ଅଧିକାଂଶ ଖେଳାଳି ବୋଲିଂ କରିବାକୁ କହିଥିଲେ। ଶେଷରେ ଅଧିନାୟକ ତାହା ହିଁ କରିଥିଲେ।

କମିନ୍ସଙ୍କ ଉକ୍ତ ନିଷ୍ପତ୍ତି ଠିକ୍‌ ପ୍ରମାଣିତ ହୋଇଥିଲା। ପ୍ରଥମେ ଅଷ୍ଟ୍ରେଲିଆର ଦ୍ରୁତ ବୋଲରମାନେ ପିଚ୍‌ର ଲାଭ ଉଠାଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ। ସେମାନେ ଗୋଟିଏ ରନ୍‌ ଲାଗି ମଧ୍ୟ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଫଳରେ ଫାଇନାଲରେ ୨୪୦ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ। ଏହାକୁ ୪ ଉଇକେଟ ହରାଇ ସହଜରେ ଅଷ୍ଟ୍ରେଲିଆ ହାସଲ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri