କାଗଜ କଲମରେ କୃଷିଋଣ

ଯାଜପୁର,୨୨।୧୧(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟର ନିରୀହ ଗରିବ କୃଷକ ସଦସ୍ୟଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ପରେ ରାଜ୍ୟ ସରକାର ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ରାଜ୍ୟ ସମବାୟ ସମିତିର ନିବନ୍ଧକ ସମସ୍ତ ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌ ଏବଂ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ(ସିସିିବି)ର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଋଣ ପାସ୍‌ ବହି କିମ୍ବା କେସିସି ଚେକ୍‌ ବୁକ୍‌ ସମ୍ପୃକ୍ତ ସମ୍ପାଦକମାନେ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରି ପାରିବେ ନାହିଁ ବୋଲି କଡା ଚେତାବନୀ ଦେଇଥିଲେ। ଏହାବାଦ୍‌ ବ୍ରାଞ୍ଚ ମ୍ୟାନେଜର ପ୍ରତି ୩ ମାସରେ ଥରେ ପ୍ରତ୍ୟେକ ପ୍ୟାକ୍ସର ଋଣୀଙ୍କ ପାସ୍‌ବୁକ୍‌ ନିଶ୍ଚିତ ଭାବେ ତଦନ୍ତ କରିବେ। ଏହିସବୁ ନିର୍ଦ୍ଦେଶର ଯଦି ଅନୁପାଳନ ନ ହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିବନ୍ଧକ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। କିନ୍ତୁ ବିଭିନ୍ନ ଉପାୟରେ ଚାଷୀଙ୍କ ଋଣ ଅର୍ଥ ଆତ୍ମସାତ୍‌ ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବାରୁ ଏଭଳି ନିର୍ଦ୍ଦେଶ କେବଳ ଫାଇଲ ଭିତରେ ଚାପି ହୋଇ ରହିଛି ବୋଲି ମତପ୍ରକାଶ ପାଇଛି। ଯାହାର ଏକ ନିଚ୍ଛକ ଉଦାହରଣ ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ମଙ୍ଗଳପୁର ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ରେ ଦେଖିବାକୁ ମିଳିଛି। ଏଠାରେ ଯୋଗ୍ୟ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାବେଳେ ଅଯୋଗ୍ୟ ଓ ଜାଲ ପଟ୍ଟାଧାରୀଙ୍କୁ ଋଣ ପ୍ରଦାନ କରାଯାଉଛି ବୋଲି ଅଭିଯୋଗ ହୋଇଛି।
ରାଜ୍ୟରେ ଚାଷୀ ଆମତ୍ହତ୍ୟା କରୁଥିବା ନେଇ ବିଭିନ୍ନ ଅଭିଯୋଗ ହୋଇ ଆସୁଛି। ଚାଷୀ ଆମତ୍ହତ୍ୟା ଅଭିଯୋଗ ଉପରେ ବିରାମ ଲଗାଇବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଚାଷୀଙ୍କୁ ଚାଷ କାର୍ଯ୍ୟ ସମୟରେ ବିନା ସୁଧରେ ଋଣ ଯୋଗାଇ ଦେଉଛନ୍ତି। ବିଭିନ୍ନ ଋଣରେ ସବ୍‌ସିଡି ଥିବାରୁ ଚାଷୀଙ୍କଠାରୁ ପ୍ରଥମେ ୮ରୁ୧୦ ହଜାର ଟଙ୍କା ସିଧାସଳଖ ମଗା ଯାଉଥିବା ଅଭିଯୋଗ ହେଉଛି। ସମବାୟ ସମିତିରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା, କାଳିଆ ଓ ବଳିଆ ଯୋଜନାରେ କୃଷକମାନଙ୍କ ନିମନ୍ତେ ସିଧାସଳଖ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ, କୃଷକମାନଙ୍କୁ ସବ୍‌ସିଡିରେ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦେବା ଏବଂ ଫସଲ ବୀମା ଯୋଜନା ମାଧ୍ୟମରେ ବନ୍ୟା ଓ ବାତ୍ୟାରେ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ କ୍ଷତିପୂରଣର ବ୍ୟବସ୍ଥା ରହିଛି। ମଙ୍ଗଳପୁର ପାକ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ମୋଟ ୪୮୦୬ ଜଣ ଚାଷୀ ସଭ୍ୟ ଭାବେ ପଞ୍ଜିକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୯୧୩ ଜଣ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣ ପାଇଥିଲେ । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୫ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମୋଟ ୭୨୦ ଜଣ ଚାଷୀଙ୍କୁ ୪ କୋଟି ୭ ଲକ୍ଷ ୧୧ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ସେହିପରି ରବି ଚାଷ ଋଣ ନିମନ୍ତେ ୫ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଅକ୍ଟୋବର ସୁଦ୍ଧା ୬୭୪ ଜଣ ଚାଷୀଙ୍କୁ ୪ କୋଟି ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । କିନ୍ତୁ ଶତାଧିକ ଚାଷୀଙ୍କ ଫସଲ ବୀମା ନ ହୋଇପାରିବାରୁ ସେମାନେ ବୀମା ସୁବିଧାରୁ ବଞ୍ଚିତ ହେବା ସହିତ ସମିତିରେ ମଧ୍ୟ ପୂର୍ବ ଋଣର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।
ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ୮୦ ପ୍ରତିଶତରୁ ଅଧିକ ଚାଷୀଙ୍କୁ କାଗଜ କଲମରେ ଋଣ ପ୍ରଦାନ କରାଯାଇଛି। ସେହିପରି ୨୦ ପ୍ରତିଶତ ଚାଷୀଙ୍କୁ ରି-ଫାଇନାନ୍ସ ନାମରେ ଋଣ ପ୍ରଦାନ କରାଯାଉଛି । ହେଲେ ସେମାନଙ୍କଠାରୁ ବ୍ୟାଙ୍କ ଖର୍ଚ୍ଚ ନାମରେ ସିଧାସଳଖ ୧୦ ପ୍ରତିଶତ ଅର୍ଥ ଆଦାୟ କରାଯାଉଛି । ଚାଷୀଙ୍କ ଋଣ ବହି, ଚେକ୍‌ ବୁକ୍‌ ଆଦି ସମିତିର କର୍ମଚାରୀମାନଙ୍କ ନିକଟରେ ରହୁଥିବାରୁ ସାଧାରଣ ଚାଷୀଟିଏ ନିଜର ଋଣ ପରିମାଣ ସମ୍ପର୍କରେ ଅଜ୍ଞ ରହୁଛି। ଏହି ସୁଯୋଗରେ କର୍ମଚାରୀମାନେ ଚାଷୀଙ୍କ ଋଣ ଟଙ୍କାରେ ଘିଅ ମହୁରେ ଭାସୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଏହି ସମିତିରେ ଜାଲିଆତି ସମ୍ପର୍କରେ ଅଭିଯୋଗ ହେବା ପରେ ତଦନ୍ତ କରି ତତ୍କାଳୀନ ସଭାପତି ଏବଂ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା। ମାତ୍ର ଏହାର କିଛି ଦିନ ପରେ ପୁନର୍ବାର ବୋର୍ଡ ପକ୍ଷରୁ ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଇଛି । ଏ ସଂକ୍ରାନ୍ତରେ ଦଶରଥପୁର କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ କୁମାର ମଲିକଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?