Posted inଖେଳ

ବାହୁବଳୀ ସାଜିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଜଣେ ପ୍ରସିଦ୍ଧ କ୍ରିକେଟର୍‌ ଭାବେ ଜଣାଶୁଣା। ଏହା ବାଦ୍‌ ସେ ଜଣେ ଏଣ୍ଟରଟେନର୍‌ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଶେୟାର କରି ସେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ଏବେ ଆଫଗାନିସ୍ତାନ କ୍ରିକେଟର୍‌ ରଶିଦ ଖଶନ୍‌ ପଦାଙ୍କ ଅନୁସରଣ କରିଛନ୍ତି। ରଶିଦ୍‌ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ରଶିଦ୍‌ଙ୍କୁ ବାହୁବଳୀ ଅନ୍ଦାଜରେ ଦେଖିବାକୁ ମିଳିଛି। ସୁପରହିଟ୍‌ ଫିଲ୍ମ ବାହୁବଳୀ ସିନ୍‌ରେ ରଶିଦ୍‌ ଅଭିନେତା ପ୍ରଭାସଙ୍କ ସ୍ଥାନରେ ନିଜ ଫଟୋ ଲଗାଇ ଦେଇଛନ୍ତି। ଏହି ଫଟୋ ଶେୟାର କରି ପ୍ରଶଂସକଙ୍କ ଏହି ଅଭିନେତା ଜଣଙ୍କ କିଏ ବୋଲି ପ୍ରଶ୍ନ କରିଛନ୍ତି। ରଶିଦଙ୍କ ଏହି ଭିଡିଓରେ ଡେଭିଡ ଓ୍ବାର୍ନର ମଜାଦାର କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି ତୁମେ ମୋ ଚେହେରା ଚୋରାଇ ନେଇଛ। ସୂଚନାଯୋଗ୍ୟ, ଓ୍ବାର୍ନ ଏବଂ ରଶିଦ୍‌ ଆଇପିଏଲ୍‌ରେ ଗୋଟିଏ ଟିମ୍‌ ସନରାଇଜର୍ସ ପକ୍ଷରୁ ଖେଳନ୍ତି।

 

View this post on Instagram

 

A post shared by Rashid Khan (@rashid.khan19)


Enter your email to get our daily news in your inbox.

All Right Reserved By Dharitri.Com

Test news 2

Test news 2

Test new post

Test new post

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri