Posted inଖେଳ

ମ୍ୟାଚ୍‌ ଚାଲିଥିବାବେଳେ ହସ୍ପିଟାଲ୍‌ ଗଲେ ଏହି ଖେଳାଳି

ସିଡନୀ,୨୯।୧୧: ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ ଓ୍ବାର୍ନର ଆହତ ହୋଇଛନ୍ତି। ତାଙ୍କ ମାଂଶପେଶୀରେ ଯନ୍ତ୍ରଣା ଯୋଗୁ ମ୍ୟାଚ୍‌ ଚାଲିଥିବା ବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଛି। ଭାରତୀୟ ପାଳିର ୪ର୍ଥ ଓଭରର ଚତୁର୍ଥ ବଲ୍‌ରେ ଶିଖର ଧାଓ୍ବନଙ୍କ ଏକ ଶର୍ଟକୁ ଡ୍ରାିଭ୍‌ ମାରି ରୋକୁଥିବାବେଳେ ତାଙ୍କ ଗୋଡ ମାଂଶପେଶୀ ଟାଣି ହୋଇଯାଇଥିଲା। ଏହି ସମୟରେ ସେ ବେଶ୍‌ ଯନ୍ତ୍ରଣା ଅନୁଭବ କରିବାରୁ ସାଥୀ ଖେଳାଳି ସହାୟତାରେ ଡ୍ରେସିଂ ରୁମ୍‌କୁ ନିଆଯାଇଥିଲା। ପରେ ଓ୍ବାର୍ନରଙ୍କୁ ସ୍କାନ ପାଇଁ ହସ୍ପିଟାଲ ନିଆଯାଇଛି। ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଅର୍ଦ୍ଧଶତକ ହାସଲ କରିଥିବା ଓ୍ବାର୍ନରଙ୍କ ଫିଟ୍‌ ହେବା ଅଷ୍ଟ୍ରେଲିଆ ପାଇଁ ନିହାତି ଜରୁରୀ। କାରଣ ଘରୋଇ ଦଳ ପାଇଁ ଓ୍ବାର୍ନର ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍‌। ଆଗକୁ ଭାରତ ବିପକ୍ଷ ଟି-୨୦ ଏବଂ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ମଧ୍ୟ ଖେଳିବାର ଅଛି। ସୂଚନାଯୋଗ୍ୟ, ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳ ସ୍ଥିତି ମଜଭୁତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩୯୦ରନର ବିଶାଳ ଲକ୍ଷ୍ୟ ରଖିଛି। ଡେଭିଡ ଓ୍ବାର୍ନର ଏବଂ ଆରୋନ ଫିଞ୍ଚ୍‌ ଯୋଡି ଭାରତ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇଛନ୍ତି। ଦୁହେଁ ପ୍ରଥମ ଉଇକେଟ ପାଇଁ ୧୪୨ ରନ୍‌ ଯୋଡି ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନମ୍ବର ୧ ହେଲା ଭାରତ

ନୂଆଦିଲ୍ଲୀ,୬।୧୨: ଭାରତୀୟ ଦଳ ପୁଣି ଥରେ ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛି। ମୁମ୍ବାଇ ଟେଷ୍ଟ ଜିତିବା ସହିତ ଟିମ ଇଣ୍ଡିଆ ମଧ୍ୟ ସର୍ବଶେଷ...

ଅଲିମ୍ପିକ୍‌ ବକ୍ସିଂ: ପ୍ରଶିକ୍ଷଣ ଦେବା ପାଇଁ ବିଦେଶୀ କୋଚ୍‌ ଭାରତ ଆସିବେ

ନୂଆଦିଲ୍ଲୀ,୨୯।୭(ପି.ଟି.)- ଅଲିମ୍ପିକ୍ସ ପାଇଁ ଭାରତୀୟ ବକ୍ସରମାନେ ପ୍ରଶିକ୍ଷଣ ନେବାକୁ ବିଦେଶ ଯିବା ଅତି ସାଧାରଣ କଥା। ଏବେ ଏହି ପ୍ରଥାରେ ପରିବର୍ତ୍ତନ ହେବ। ଆସନ୍ତାବର୍ଷ ଟୋକିଓରେ...

ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଫେରିପାରନ୍ତି ପୃଥ୍ବୀ

ଲଣ୍ଡନ,୮।୧୧- ଡୋପ ନିୟମ ଭଙ୍ଗ କରିବାରୁ ବାସନ୍ଦ ଥିବା ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସମ୍ଭବଃ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ପଡ଼ିଆକୁ...

ଲୋକଙ୍କ ପ୍ରଶ୍ନରୁ ମୋ ରାପ୍‌

ଡୁଲେ ରାପର, ଯାହାଙ୍କ ପ୍ରକୃତ ନାମ ଡୁଲେଶ୍ୱର ତାଣ୍ଡି। ଘଟୁଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଗରିବ ଓ ଦଳିତଙ୍କ ପ୍ରତି ସରକାରଙ୍କ ଅଣଦେଖାକୁ ରାପ୍‌ ମାଧ୍ୟମରେ...

ଶର୍ଟ ପିଚ୍‌ ବଲରେ ଭାରତୀୟ ବ୍ୟାଟରଙ୍କୁ ଶିକାର କରୁଛନ୍ତି

ଜୋହାନ୍ସବର୍ଗ,୩।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ୨ୟ ସେସନ ଶେଷ...

ବଡ ଭାଇଙ୍କୁ କରୋନା ହେବା ପରେ କ୍ୱାରାଣ୍ଟାଇନ୍‌ରେ ଏହି ପ୍ରସିଦ୍ଧ କ୍ରିକେଟର

କୋଲକତା,୧୬।୭: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୋମ କ୍ୱାରାଣ୍ଟାଇନ୍‌ରେ ରହିିଛନ୍ତି। ତାଙ୍କ ବଡ଼ ଭାଇ ତଥା କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ଯୁଗ୍ମ ସମ୍ପାଦକ ସ୍ନେହାଶିଷ...

ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ

ଲିଡ୍ସ,୨୨।୮(ଏଏଫ୍‌ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ...

ଏହି ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌

ଦୁବାଇ,୩୦।୬: ଆଇସିସି ଟି -୨୦ବିଶ୍ୱକପ ଆୟୋଜନ ବିଷୟରେ ସୂଚନା ଦେଇଛି। ୟୁଏଇ ବ୍ୟତୀତ ଏହି ଟୁର୍ନାମେଣ୍ଟ ଓମାନରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ଆଇସିସି ଟୁଇଟର୍‌...

Advertisement
Archives

Model This Week