Posted inଫୁରସତ

ବାପାଙ୍କ ପିଲାଦିନର ମାର୍କଶିଟ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଝିଅ, ନେଲେ ଏମିତି ପ୍ରତିଶୋଧ

ଯେତେବେଳେ ପିଲାମାନେ ପାଠ ପଢ଼ନ୍ତି ନାହିଁ, ମାତାପିତା ସେମାନଙ୍କ ଉପରେ ରାଗିଯାଆନ୍ତି। ସେମାନେ ଏହା କେବଳ ଏଥିପାଇଁ କରନ୍ତି ଯେ, ପିଲାମାନେ ପାଠପଢ଼ିବା ପରେ ଭଲ ଚାକିରି କରିପାରିବେ ଏବଂ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। କିନ୍ତୁ ପିଲାମାନେ ଯେତେବେଳେ ସେମାନଙ୍କ ମାତାପିତାଙ୍କ ପିଲାଦିନର ମାର୍କଶିଟ୍‌ ପାଇଯାଆନ୍ତି ସେତେବେଳେ କିପରି ଅନୁଭବ କରିବେ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଏପରି ଏକ ଘଟଣା ଘଟିଛି। ଜଣେ ଝିଅ ହାତରେ ତାଙ୍କ ବାପାଙ୍କ ସ୍କୁଲ ମାର୍କଶିଟ୍‌ ପଡ଼ିଯାଇଛି। ମାର୍କ ଦେଖିବା ପରେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ସେ ତାଙ୍କ ପିଲାଦିନରେ ପାଠ ନ ପଢ଼ିବା ପାଇଁ ପାଇଥିବା ସମସ୍ତ ଗାଳିର ପ୍ରତିଶୋଧ ନେଲେ। ସେ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ।

ଇନଷ୍ଟାଗ୍ରାମ ୟୁଜର ନେହା ଶର୍ମା ଲକ୍ଷ୍ନୌର ବାସିନ୍ଦା ଏବଂ ଜଣେ କଣ୍ଟେଣ୍ଟ କ୍ରିଏଟର। ନେହାଙ୍କର ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୨୦ ହଜାର ଫଲୋଅର୍ସ ଅଛନ୍ତି। ତାଙ୍କ ବାପା ଦିନେଶ ଶର୍ମା ଉତ୍ତର ପ୍ରଦେଶରେ ଜଣେ ପୋଲିସ କର୍ମଚାରୀ। ନିକଟରେ ନେହା ସୋସିଆଲ ମିଡିଆରେ ତାଙ୍କ ବାପାଙ୍କ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ, ତାଙ୍କ ବାପା ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ପ୍ୟାକେଟ୍‌ ଖୋଲା ରଖି ବସିଛନ୍ତି। ତା’ପରେ ହିଁ ସେ ତାଙ୍କ ହାତରେ ଦଶମ ଏବଂ ଦ୍ୱାଦଶ ମାର୍କଶିଟ୍‌ ପାଆନ୍ତି। ନେହା ଏହାକୁ ଦେଖିବା ମାତ୍ରେ ପଚାରିଲେ ବାପା ଏହା କ’ଣ।

ବାପା କହୁଛନ୍ତି, ଏହା ତାଙ୍କର ମାର୍କଶିଟ୍‌। ଏବେ କ’ଣ ହେଲା ଯେ ଝିଅଟି ତା’ ବାପାଙ୍କ ସହିତ ମଜା କରିବାର ସୁଯୋଗ ପାଇଗଲେ। ନେହା ମାର୍କଶିଟ୍‌ ଦେଖିବାକୁ ଲାଗିଲେ ଏବଂ ତା’ପରେ ତା’ ବାପାଙ୍କୁ ପଚାରିଲେ ଯେ ସେ ଏତେ କମ ମାର୍କ କିପରି ପାଇଲେ। ତାଙ୍କ ବାପା ଥାର୍ଡ ଡିଭିଜନରେ ପାସ କରିଥିବା ଜାଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ସେ ତାଙ୍କ ବାପାଙ୍କ ମାର୍କ ଦେଖାଉଛନ୍ତି, ଯାହା ପ୍ରକୃତରେ ବହୁତ କମ୍‌ ଥିଲା। ନେହା ଭିଡିଓରେ ଲେଖିଛନ୍ତି, ମୁଁ ମୋ’ ପିଲାଦିନର ପ୍ରତିଶୋଧ ନେଇଛି!

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭିଡିଓଟି ୧୩ ଲକ୍ଷ ଭ୍ୟୁ ପାଇଛି ଏବଂ ଅନେକ ଲୋକ କମେଣ୍ଟ ଦେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ସେମାନେ ନଦୀ ପାର ହୋଇ ସ୍କୁଲକୁ ଯିବେ, ତଥାପି ଅବସ୍ଥା ଏହି! ଅନ୍ୟ ଜଣେ କହିଛନ୍ତି, କେବଳ ଜଣେ ଝିଅ ତାଙ୍କ ବାପାଙ୍କ ସହ ଏହିପରି କଥା ହୋଇପାରିବ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ବାପାଙ୍କ ୫୫ ପ୍ରତିଶତ ଆଜିର ୯୦ ପ୍ରତିଶତ ସହିତ ସମାନ। ଜଣେ କହିଛନ୍ତି, ବାପାଙ୍କ ସହ ଯୁକ୍ତିତର୍କ କରିବା ତୁମର ଜୀବନକୁ ନଷ୍ଟ କରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri