Posted inଫୁରସତ

ମା’ ପାଇଁ ଦୁବାଇରୁ ଟମାଟୋ ପଠାଇଲେ ଝିଅ

ଦୁବାଇ: ଟମାଟୋ ଦର ବର୍ତ୍ତମାନ ଆକାଶ ଛୁଇଁଲାଣି। ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋର ବ୍ୟବହାର କରୁଥିଲେ ମଧ୍ୟ ଏବେର ଦର ପାଇଁ ସେମାନେ କଷ୍ଟରେ ଅଛନ୍ତି। ନିକଟରେ ଏକ ଟୁଇଟର ପୋଷ୍ଟ ଭାଇରାଲ ହେବାରେ ଲାଗିଛି; ଯେଉଁଥିରେ ଜଣାପଡ଼ିଛି, ଦେଶରେ ଟମାଟୋ ଦର ବୃଦ୍ଧି ଯୋଗୁ ଜଣେ ମା’ ଝିଅ ଦ୍ୱାରା ବିଦେଶରୁ ଟମାଟୋ ମଗାଇଛନ୍ତି। ସୂଚନା ମୁତାବକ, ଦୁବାଇରେ ରହୁଥିବା ଜଣେ ମହିଳାଙ୍କ ଝିଅ ଗ୍ରୀଷ୍ମଛୁଟିରେ ଘରକୁ ଆସୁଛନ୍ତି। ସେ ତାଙ୍କ ମା’ଙ୍କୁ ସେଠାରୁ କ’ଣ ଦରକାର ବୋଲି ପ୍ରଶ୍ନ କରିଥିଲେ। ତାଙ୍କ ମା’ ଦୁବାଇରୁ ୧୦ କିଲୋ ଟମାଟୋ ପଠାଇବାକୁ କହିଥିଲେ। ଝିଅ ମା’ଙ୍କ କଥା ଶୁଣି ଦୁବାଇରୁ ଶୁଟକେସ୍‌ରେ ୧୦ କିଲୋ ଟମାଟୋ ପଠାଇଛନ୍ତି। ତାଙ୍କର ଅନ୍ୟ ଜଣେ ଝିଅ ଟୁଇଟରରେ ପୋଷ୍ଟ ଜରିଆରେ ଏହା ଜଣାଇଛନ୍ତି। ମହିଳା ଜଣକ ଘରେ ଅଧିକ ମାତ୍ରାରେ ଟମାଟୋର ବ୍ୟବହାର କରନ୍ତି। ଟମାଟୋ ଆଚାର କିମ୍ବା ଚଟଣି କରିବା ପାଇଁ ସେ ଝିଅ ହାତରେ ଟମାଟୋ ମଗାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri