କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ, ମରିବା ପରେ ଶେଷକୃତ୍ୟ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲେ ଏକମାତ୍ର ଝିଅ। ଏଭଳି ସମୟରେ ଲୋକଙ୍କ ମଧ୍ୟରେ କୁଷ୍ଠ ଆକ୍ରାନ୍ତଙ୍କୁ ନେଇ ରହିଥିବା ଅନ୍ଧବିଶ୍ୱାସର ପରଦା ହଟାଇବାକୁ ଅଣ୍ଟା ଭିଡ଼ିଲେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କର୍ମଚାରୀ। ସମସ୍ତେ ମିଳିତ ଭାବେ ଶ୍ମଶାନରେ ଯଥାରୀତି ମୃତକଙ୍କ ଅନ୍ତିମ ସଂସ୍କାର କରି ମଣିଷପଣିଆ ଦେଖାଇଲେ। ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ମଙ୍ଗଳବାର ଘଟିଥିବା ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଭୁବନ ବ୍ଲକ କହ୍ନେଇପାଳ ଗ୍ରାମର ପ୍ରମିଳା ସେଠୀ (୬୫) କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗ୍ରାମରେ ହୀନମନ୍ୟତାର ଶିକାର ହେବା ପରେ ସେ କାମାକ୍ଷାନଗର ଚାଲିଆସିଥିଲେ। କିଛିଦିନ ହେଲା ଉପଖଣ୍ଡ ଚିକିତ୍ସାଳୟ ପଛପାର୍ଶ୍ୱରେ ରହି ଚିକିତ୍ସିତ ହେଉଥିଲେ। ହେଲେ ମଙ୍ଗଳବାର ସକାଳେ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ବିଷୟରେ ଖୋଳତାଡ଼ କରିବା ପରେ କାମାକ୍ଷାନଗରରେ ତାଙ୍କର କନ୍ୟା ରହୁଥିବା ଜଣାପଡ଼ିଥିଲା। ମା’ଙ୍କ ମୃତ୍ୟୁ ହୋଇଯାଇଥିବା ସମ୍ପର୍କରେ ସୂଚନା ଦେବା ସତ୍ତ୍ୱେ କେହି ମୃତଦେହ ନେବାକୁ ଆସି ନ ଥିଲେ। ଏହି ସୂଚନା ଉପଖଣ୍ଡ ଚିକିତ୍ସାଧିକାରୀ (ଏସ୍‌ଡିଏମ୍‌ଓ) ଡା. ସୁବାସ ଚନ୍ଦ୍ର ମଣ୍ଡଳଙ୍କ ନିକଟରେ ପହଞ୍ଚତ୍ଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସେ ମର୍ମାହତ ହେବା ସହ ଶେଷକୃତ୍ୟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସ୍ଥାନୀୟ ବଜାରରୁ ଆବଶ୍ୟକ ସରଞ୍ଜାମ କ୍ରୟ କରିବା ସହ ଏନ୍‌ଏସିଠାରୁ ଗାଡ଼ି ଭଡ଼ା ନେଇ ଶ୍ମଶାନରେ ଶେଷକୃତ୍ୟ କରିଥିଲେ। ଏହି କାର୍ଯ୍ୟରେ ମେଡିକାଲ କର୍ମଚାରୀମାନେ ସହଯୋଗ କରିଥିଲେ।

ଏ ସଂକ୍ରାନ୍ତରେ ଏସ୍‌ଡିଏମ୍‌ଓ ମଣ୍ଡଳ କୁହନ୍ତି, ବ୍ୟାପକ ସଚେତନତା ସତ୍ତ୍ୱେ କୁଷ୍ଠ ରୋଗୀଙ୍କୁ ନେଇ ଲୋକଙ୍କ ମାନସିକତା ବଦଳୁନାହିଁ। ଗଁା ଗହଳିରେ କୁଷ୍ଠ ରୋଗୀଙ୍କୁ ନେଇ ଅନ୍ଧବିଶ୍ୱାସ ରହିଛି। ତେଣୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲେ କେହି ମୃତଦେହ ସଂସ୍କାର କରିବାକୁ ଆଗଭର ହେଉନାହାନ୍ତି। ଲୋକଙ୍କ ଏଭଳି ମାନସିକତାକୁ ଦୂର କରିବା ଲାଗି ସମ୍ପୃକ୍ତ ମହିଳାଙ୍କ ମୃତଦେହକୁ ସମ୍ମାନର ସହ ଶେଷକୃତ୍ୟ କରାଯାଇଛି ବୋଲି ଏସ୍‌ଡିଏମ୍‌ଓ ମଣ୍ଡଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ପୌରାଧ୍ୟକ୍ଷା, ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ପୌରନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚପରେ ୬ ପୌରାଧ୍ୟକ୍ଷ ଏବଂ ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ ରହିଛି। ପୌରାଧ୍ୟକ୍ଷା ପଦବୀରେ ବିଜେଡିର ରଞ୍ଜନା ପଣ୍ଡା,...

ପରକୀୟା ପ୍ରୀତିରୁ ହୋଇଥିଲା ହତ୍ୟା: ନୟାଗଡ଼ରୁ ଅଭିଯୁକ୍ତ ପ୍ରେମିକ ଗିରଫ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ ମହାବୀର ବସ୍ତିର ଏକ ବନ୍ଦ ଘରୁ ଗତ ୭ ତାରିଖରେ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ...

‘ଜମି, ଗାଁ ନିଅ, ଆମକୁ ବିସ୍ଥାପିତ କର’

ଯାଜପୁର ଅଫିସ,୩ା୮: ଜିଲାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ପରେ ପ୍ରଦୂଷଣ ମାତ୍ରା ଅଧିକ ହୋଇଛି। ସୁକିନ୍ଦା ରେଲୱେ ସାଇଡିଂରେ ସିମେଣ୍ଟ କାରଖାନା ପାଇଁ ଉଦ୍ଦିଷ୍ଟ କଞ୍ଚମାଲ...

ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ

ଦିଗପହଣ୍ଡି, ୭।୧୧ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ବିଭିନ୍ନ...

ମାନିଲେନି ଲକ୍‌ଡାଉନ୍‌ ନିୟମ: ଶେଷରେ ଆଖି ବୁଜିଲେ କାଉଡ଼ିଆ

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଚଳିତ ବର୍ଷ କାଉଡ଼ିଆଙ୍କୁ ଶୈବ ପୀଠ ମନା ହୋଇଥିଲା। ଏ ନେଇ ଶ୍ରାବଣ ମାସ ତୃତୀୟ...

ରାସ୍ତାକାମକୁ ନେଇ ଆକ୍ରମଣ, ବୃଦ୍ଧ ମୃତ

ଭଣ୍ଡାରିପୋଖରୀ,୧୭।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ବରାହନୂଆପଡ଼ା ଗ୍ରାମରେ ସୋମବାର ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଆକ୍ରମଣରେ ଗୋଲକ...

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଆଉ ଶୁଣିବାକୁ ମିଳିବନି ମାଇଁ ଲଡ୍‌ ଉଚ୍ଚାରଣ

କଟକ ଅଫିସ,୩ା୧: ଏଣିକି ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ। ମାଇଁ ଲର୍ଡ ବଦଳରେ  ଶୁଣିବାକୁ ମିଳିବ ସାର୍‌। ଓଡ଼ିଶା ହାଇକୋର୍ଟ ମୁଖ୍ୟ...

‘ଜୱାଦ’ ପାଇଁ ପ୍ରସ୍ତୁତ କୃଷି ବିଭାଗ

ଚମ୍ପୁଆ,୫ା୧୨(ଡି.ଏନ.ଏ.) – ବାତ୍ୟା ‘ଜୱାଦ’ର ମୁକାବିଲାପାଇଁ ଚମ୍ପୁଆ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଉପଜିଲାପାଳ ପ୍ରତାପ ପ୍ରିତିମୟ ସୂଚନା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ...

Advertisement
Archives

Model This Week