କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ, ମରିବା ପରେ ଶେଷକୃତ୍ୟ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲେ ଏକମାତ୍ର ଝିଅ। ଏଭଳି ସମୟରେ ଲୋକଙ୍କ ମଧ୍ୟରେ କୁଷ୍ଠ ଆକ୍ରାନ୍ତଙ୍କୁ ନେଇ ରହିଥିବା ଅନ୍ଧବିଶ୍ୱାସର ପରଦା ହଟାଇବାକୁ ଅଣ୍ଟା ଭିଡ଼ିଲେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କର୍ମଚାରୀ। ସମସ୍ତେ ମିଳିତ ଭାବେ ଶ୍ମଶାନରେ ଯଥାରୀତି ମୃତକଙ୍କ ଅନ୍ତିମ ସଂସ୍କାର କରି ମଣିଷପଣିଆ ଦେଖାଇଲେ। ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ମଙ୍ଗଳବାର ଘଟିଥିବା ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଭୁବନ ବ୍ଲକ କହ୍ନେଇପାଳ ଗ୍ରାମର ପ୍ରମିଳା ସେଠୀ (୬୫) କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗ୍ରାମରେ ହୀନମନ୍ୟତାର ଶିକାର ହେବା ପରେ ସେ କାମାକ୍ଷାନଗର ଚାଲିଆସିଥିଲେ। କିଛିଦିନ ହେଲା ଉପଖଣ୍ଡ ଚିକିତ୍ସାଳୟ ପଛପାର୍ଶ୍ୱରେ ରହି ଚିକିତ୍ସିତ ହେଉଥିଲେ। ହେଲେ ମଙ୍ଗଳବାର ସକାଳେ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ବିଷୟରେ ଖୋଳତାଡ଼ କରିବା ପରେ କାମାକ୍ଷାନଗରରେ ତାଙ୍କର କନ୍ୟା ରହୁଥିବା ଜଣାପଡ଼ିଥିଲା। ମା’ଙ୍କ ମୃତ୍ୟୁ ହୋଇଯାଇଥିବା ସମ୍ପର୍କରେ ସୂଚନା ଦେବା ସତ୍ତ୍ୱେ କେହି ମୃତଦେହ ନେବାକୁ ଆସି ନ ଥିଲେ। ଏହି ସୂଚନା ଉପଖଣ୍ଡ ଚିକିତ୍ସାଧିକାରୀ (ଏସ୍‌ଡିଏମ୍‌ଓ) ଡା. ସୁବାସ ଚନ୍ଦ୍ର ମଣ୍ଡଳଙ୍କ ନିକଟରେ ପହଞ୍ଚତ୍ଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସେ ମର୍ମାହତ ହେବା ସହ ଶେଷକୃତ୍ୟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସ୍ଥାନୀୟ ବଜାରରୁ ଆବଶ୍ୟକ ସରଞ୍ଜାମ କ୍ରୟ କରିବା ସହ ଏନ୍‌ଏସିଠାରୁ ଗାଡ଼ି ଭଡ଼ା ନେଇ ଶ୍ମଶାନରେ ଶେଷକୃତ୍ୟ କରିଥିଲେ। ଏହି କାର୍ଯ୍ୟରେ ମେଡିକାଲ କର୍ମଚାରୀମାନେ ସହଯୋଗ କରିଥିଲେ।

ଏ ସଂକ୍ରାନ୍ତରେ ଏସ୍‌ଡିଏମ୍‌ଓ ମଣ୍ଡଳ କୁହନ୍ତି, ବ୍ୟାପକ ସଚେତନତା ସତ୍ତ୍ୱେ କୁଷ୍ଠ ରୋଗୀଙ୍କୁ ନେଇ ଲୋକଙ୍କ ମାନସିକତା ବଦଳୁନାହିଁ। ଗଁା ଗହଳିରେ କୁଷ୍ଠ ରୋଗୀଙ୍କୁ ନେଇ ଅନ୍ଧବିଶ୍ୱାସ ରହିଛି। ତେଣୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲେ କେହି ମୃତଦେହ ସଂସ୍କାର କରିବାକୁ ଆଗଭର ହେଉନାହାନ୍ତି। ଲୋକଙ୍କ ଏଭଳି ମାନସିକତାକୁ ଦୂର କରିବା ଲାଗି ସମ୍ପୃକ୍ତ ମହିଳାଙ୍କ ମୃତଦେହକୁ ସମ୍ମାନର ସହ ଶେଷକୃତ୍ୟ କରାଯାଇଛି ବୋଲି ଏସ୍‌ଡିଏମ୍‌ଓ ମଣ୍ଡଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri