ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା: ନାତିଙ୍କୁ ଧରି ଶାଶୁ ଘର ଲୋକେ ଫେରାର

ରାଉରକେଲା ଅଫିସ,୨୪ା୧: ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳରେ ବୋହୂଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସ୍ବାମୀକୁ ଥାନାରେ ଅଟକ ରଖି ଥିବାବେଳେ ପରିବାରର ଅନ୍ୟ ଲୋକେ ନାତିଙ୍କୁ ଧରି ଫେରାର୍‌ ହୋଇଯାଇଛନ୍ତି। ବାସନ୍ତୀ କଲୋନୀ ବିଏଲ୍‌/୧୨୫ ଘରେ ଅକ୍ଷୟ ପ୍ରଧାନ ଓ ତାଙ୍କ ପରିବାର ବାସକରନ୍ତି। ଅକ୍ଷୟ ୨୦୧୫ ମେ ୩୧ରେ ପୁଅ ଜ୍ଞାନ ରଞ୍ଜନ ପ୍ରଧାନଙ୍କୁ ବିବାହ କରାଇଥିଲେ। ଭୁବନେଶ୍ୱର ଡେଲଟା ଛକରେ ବାସ କରୁଥିବା ଧନେଶ୍ୱର ବିଶ୍ୱାଳଙ୍କ ଝିଅ ପ୍ରିୟଦର୍ଶନୀ ବିଶ୍ୱାଳଙ୍କ ସହ ଜ୍ଞାନରଞ୍ଜନଙ୍କ ବୈଦିକ ରିତିରେ ବିହାଘର ହୋଇଥିଲା। ବାହାଘର ସମୟରେ ପୁଅର ବାଟ ଖର୍ଚ୍ଚ ସହ ଝିଅର ଯୌତୁକ ବାବଦକୁ ସାଢ଼େ ୫ ଲକ୍ଷ ଟଙ୍କାର ଏକ କାର ଓ ନଗଦ ସାଢ଼େ ୬ ଲକ୍ଷ ଟଙ୍କା ସମେତ ସମସ୍ତ ଘରୋଇ ଆସବାପତ୍ର ଓ ସୁନା ଗହଣା ଦେଇଥିଲେ। ବାହାଘରର ପ୍ରଥମେ ବର୍ଷେ ପ୍ରିୟଦର୍ଶନୀଙ୍କୁ ଶାଶୁ ଘର ଲୋକେ ଖୁବ ଆଦରଯନତ୍ କରିଥିଲେ। ବିବାହର ଦ୍ୱିତୀୟ ବର୍ଷରେ ପ୍ରିୟଦର୍ଶନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଶାଶୁ ଘର ଲୋକେ ବାହାଘର ବେଳେ ବାକିଥିବା ଟଙ୍କାକୁ ନେଇ ପ୍ରିୟଦର୍ଶନୀଙ୍କୁ ବିଭିନ୍ନ ଗାଳିଗୁଲଜ କରିବା ସହ ମାନସିକ, ଶାରିରୀକ ନିର୍ଯାତନା ଦେଇଥିଲେ। ଏନେଇ ପ୍ରିୟଦର୍ଶନୀ ସ୍ବାମୀଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି କଥାକୁ ଖାତିରି କରୁ ନ ଥିଲେ। ଫଳରେ ପ୍ରିୟଦର୍ଶନୀ ବାପା ଧନେଶ୍ୱରଙ୍କୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ। ପରେ ସେ ପ୍ରିୟଦର୍ଶନୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଉକ୍ତ ବିଷୟରେ ଆଲୋଚନା କରିବା ସହ ଶ୍ୱଶୁର ଧନେଶ୍ୱର ଓ ସ୍ବାମୀ ଜ୍ଞାନରଞ୍ଜନଙ୍କୁ ବୁଝାଶୁଝା କରି ଫେରିଥିଲେ। ହେଲେ ପରିବାର ଲୋକେ ପୁଣି ପ୍ରିୟଦର୍ଶନୀଙ୍କୁ ଅତ୍ୟାଚାର କରିଥିଲେ। ରବିବାର ସକାଳେ ପ୍ରିୟଦର୍ଶନୀଙ୍କ ମୃତ୍ୟୁ ଖବର ସ୍ବାମୀ ଜ୍ଞାନରଞ୍ଜନ ଝିଅ ଘର ଲୋକଙ୍କୁ ଅବଗତ କରାଇଥିଲେ। ଏନେଇ ଦାଦା ଗୟାଧର ଓ ଭାଇ ଜିତେନ୍ଦ୍ର ଉଦିତନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଉଦିତନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ପ୍ରିୟଦର୍ଶନୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଅନ୍ୟପକ୍ଷେ ପୋଲିସ ଆସିବା ପୂର୍ବରୁ ପରିବାର ଲୋକେ ରାତିରେ ନାତିକୁ ଧରି ଫେରାର ହୋଇଯାଇଥିବା ବେଳେ ସ୍ବାମୀ ଜ୍ଞାନରଞ୍ଜନଙ୍କୁ ପୋଲିସ କାବୁ କରି ନେଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଉକ୍ତ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉଦିତନଗର ଥାନା ଅଧିକାରୀ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?