ଶ୍ୱଶୁରଙ୍କ ମୁହଁରେ ମୁଖାଗ୍ନି ଦେଲେ ବୋହୂ

ଗଜପତି,୧୩।୨ (ଗିରିଧାରୀ ପରିଛା): ସାଧାରଣତଃ ପୁଅଟିଏ ମା’ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥାଏ। ଆଜିକାଲି ସମୟରେ ଝିଅ ବି କେତେକ ସ୍ଥାନରେ ଏହି ଭୂମିକା ତୁଲାଉଥିବା ନଜରକୁ ଆସୁଛି। ହେଲେ ଏକ ବିରଳ ଘଟଣାକ୍ରମରେ ଗଜପତି ଜିଲାର କାଶୀନଗରରେ ଜଣେ ବୋହୂ ଶ୍ୱଶୁରଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାକୁ ଆସିଛନ୍ତି।

କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ୧୨ନଂ ୱାର୍ଡର ଆଖାଡା ପନ୍ଦରା ସାହିରେ ଜଣାଶୁଣା ବ୍ୟବସାୟୀ ନିରଞ୍ଜନ ବେହେରାଙ୍କ ଘର। ତାଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ସବୁ ପିଲାଙ୍କୁ ନିରଞ୍ଜନ ବିବାହ କରିଥିଲେ। ହେଲେ ନିରଞ୍ଜନଙ୍କ ପରିଣତ ବୟସରେ ପୁଅ ତାଙ୍କ ପତ୍ନୀ ,୨ ପୁଅ ଓ ମା’ବାପାଙ୍କୁ ଛାଡି ଗତ ୨ ବର୍ଷ ହେଲା ହାଇଦ୍ରାବାଦ ଚାଲିଯାଇଥିଲେ। ସୋମବାର ନିରଞ୍ଜନଙ୍କ ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିଲା। ପୁଅଙ୍କୁ ବାପାଙ୍କ ମୃତ୍ୟୁର ଖବର ଦିଆଯାଇଥିଲା। ହେଲେ ବାପାଙ୍କ ଶେଷକୃତ୍ୟ ପାଇଁ ଆସି ପାରିବେ ନାହିଁ ବୋଲି ପୁଅ ରୋକଠୋକ କହିଦେଇଥିଲେ।ପୁଅଙ୍କ ଏଭଳି ବ୍ୟବହାର ଯୋଗୁ ପରିବାରଲୋକେ ଚିନ୍ତାରେ ପଡ଼ିଥିଲେ। ଶେଷରେ ବୋହୂ ଜୟନ୍ତୀ ପୁଅଙ୍କ ଦାୟିତ୍ୱ ତୁଲାଇବେ ବୋଲି ଆଗକୁ ଆସିଥିଲେ। ଏପରିକି ଶ୍ମଶାନରେ ସ୍ବାମୀ ପୁଅ ହିସାବରେ ଯେଉଁସବୁ ଦାୟିତ୍ୱ ତୁଲାଇ ଥାନ୍ତେ ତାହା ନିର୍ବାହ କରିଥିଲେ। ଜଣେ ବୋହୂ ଭାବେ ସ୍ବାମୀଙ୍କଠାରୁ ଦୂରରେ ରହି ଶ୍ୱଶୁର ଓ ଶାଶୁଙ୍କୁ ବାପାମା’ଙ୍କ ସ୍ନେହ ଦେଇ ଶେଷରେ ମୁଖାଗ୍ନି ଦେବା ଅତ୍ୟନ୍ତ ବିରଳ ବୋଲି କୁହାଯାଉଛି। ଏହାକୁ ନେଇ ଅଞ୍ଚଳବାସୀ ଜୟନ୍ତୀଙ୍କ କାର୍ଯ୍ୟକୁ ଭୁରି ପ୍ରଶଂସା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?