Posted inଜାତୀୟ

ନିର୍ବାଚନ ପାଇଁ ଏହିସବୁ ପରୀକ୍ଷାର ବଦଳିଲା ତାରିଖ

ନୂଆଦିଲ୍ଲୀ,୨।୪: ମୁଣ୍ଡ ଉପରେ ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ପରୀକ୍ଷା ତାରିଖ ବଦଳାଯାଇ ଅନ୍ୟ ତାରିଖରେ ଧାର୍ଯ୍ୟ କରାଯାଇଛି।

କମ୍ପିଟେଟିଭ ଓ ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା JEE Main, UPSC prelims, NEET PG, KCET, MHT CET, TS EAPCET, TS POLYCET, ଏବଂ ICAI CA ।

ତେବେ ନିର୍ବାଚନ ପାଇଁ ପରିବର୍ତ୍ତିତ ହୋଇଥିବା ପରୀକ୍ଷାର କାର୍ଯ୍ୟସୂଚୀ ହେଉଛି…

JEE Main 2024 ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ବର୍ତ୍ତମାନ ଏପ୍ରିଲ ୪ରୁ ୧୨ରେ ହେବ। ତେବେ JEE ଆଡଭାନ୍ସଡ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବନିର୍ଦ୍ଧାରିତ ତାରିଖ ମେ’ ୨୬ ରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ।

UPSC ସିଭିଲ ସର୍ଭିସେସ ପରୀକ୍ଷା: UPSC ପ୍ରିଲିମଗୁଡିକ ବର୍ତ୍ତମାନ ମେ’ ୨୬ର ପରିବର୍ତ୍ତେ ଜୁନ ୧୬ରେ ଅନୁଷ୍ଠିତ ହେବ।

NEET PG 2024: ଲୋକ ସଭା ନିର୍ବାଚନ ପାଇଁ NEET PG ପରୀକ୍ଷାକୁ ଆସନ୍ତା ଜୁନ ୨୩କୁ ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ଏହାର ଫଳାଫଳ ବାହାରିବ ବୋଲି ଆଶା କରାଯାଉଛି। ସେହିଭଳି, NEET UG ପରୀକ୍ଷା ମେ’ ୫ରେ ହେବ। ଏହାର କାର୍ଯ୍ୟସୂଚhୀପରିବର୍ତ୍ତନ କରାଯାଇ ନାହିଁ।

ସେହିପରି ଏପ୍ରିଲ ୧୬ ରୁ ୩୦ ମଧ୍ୟରେ ହେବାକୁ ଥିବା MHT-CET (PCM ଗ୍ରୁପ) ପରୀକ୍ଷା ବର୍ତ୍ତମାନ ମେ’ ୨ ରୁ ୧୭ ପର୍ଯ୍ୟନ୍ତ ହେବ। PCB ଗ୍ରୁପ ପରୀକ୍ଷା ଏପ୍ରିଲ ୨୨ ରୁ ୩୦ ମଧ୍ୟରେ ହେବ।

TS EAPCET ପରୀକ୍ଷା ମେ’ ୯, ୧୦, ୧୧, ଏବଂ ୧୨ ରେ ଦୁଇଟି ସିଫ୍ଟରେ ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟାରେ ହେବ। ପୂର୍ବରୁ ମେ’ ୧୭ରେ ହେବାକୁ ଥିବା TS POLYCET ର ପରୀକ୍ଷା ବର୍ତ୍ତମାନ ମେ’ ୨୪ ତାରିଖ ସକାଳ ୧୧ଟାରୁ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସେହିପରି ICAI CA intermediate ଗ୍ରୁପ-୧ ପରୀକ୍ଷା ବର୍ତ୍ତମାନ ମେ’ ୩, ୫, ଓ ୯ ତାରିଖରେ ହେବ। ସେହିପରି ଗ୍ରୁପ-୨ ପରୀକ୍ଷା ମେ’ ୧୧, ୧୫ ଓ ୧୭ ତାରିଖରେ ଅନୁଷ୍ଠିତ ହେବ।

CUET UG ପରୀକ୍ଷା ମେ’ ୨୦ ରୁ ୩୧ ମଧ୍ୟରେ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ନିର୍ବାଚନ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହି ତାରିଖ ଗୁଡ଼ିକୁ ବଦଳାଇବାକୁ ଚିନ୍ତା କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?