Odisha Elections 2024
Posted inଜାତୀୟ

ନିର୍ବାଚନ ପାଇଁ ଏହିସବୁ ପରୀକ୍ଷାର ବଦଳିଲା ତାରିଖ

ନୂଆଦିଲ୍ଲୀ,୨।୪: ମୁଣ୍ଡ ଉପରେ ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ପରୀକ୍ଷା ତାରିଖ ବଦଳାଯାଇ ଅନ୍ୟ ତାରିଖରେ ଧାର୍ଯ୍ୟ କରାଯାଇଛି।

କମ୍ପିଟେଟିଭ ଓ ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା JEE Main, UPSC prelims, NEET PG, KCET, MHT CET, TS EAPCET, TS POLYCET, ଏବଂ ICAI CA ।

ତେବେ ନିର୍ବାଚନ ପାଇଁ ପରିବର୍ତ୍ତିତ ହୋଇଥିବା ପରୀକ୍ଷାର କାର୍ଯ୍ୟସୂଚୀ ହେଉଛି…

JEE Main 2024 ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ବର୍ତ୍ତମାନ ଏପ୍ରିଲ ୪ରୁ ୧୨ରେ ହେବ। ତେବେ JEE ଆଡଭାନ୍ସଡ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବନିର୍ଦ୍ଧାରିତ ତାରିଖ ମେ’ ୨୬ ରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ।

UPSC ସିଭିଲ ସର୍ଭିସେସ ପରୀକ୍ଷା: UPSC ପ୍ରିଲିମଗୁଡିକ ବର୍ତ୍ତମାନ ମେ’ ୨୬ର ପରିବର୍ତ୍ତେ ଜୁନ ୧୬ରେ ଅନୁଷ୍ଠିତ ହେବ।

NEET PG 2024: ଲୋକ ସଭା ନିର୍ବାଚନ ପାଇଁ NEET PG ପରୀକ୍ଷାକୁ ଆସନ୍ତା ଜୁନ ୨୩କୁ ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ଏହାର ଫଳାଫଳ ବାହାରିବ ବୋଲି ଆଶା କରାଯାଉଛି। ସେହିଭଳି, NEET UG ପରୀକ୍ଷା ମେ’ ୫ରେ ହେବ। ଏହାର କାର୍ଯ୍ୟସୂଚhୀପରିବର୍ତ୍ତନ କରାଯାଇ ନାହିଁ।

ସେହିପରି ଏପ୍ରିଲ ୧୬ ରୁ ୩୦ ମଧ୍ୟରେ ହେବାକୁ ଥିବା MHT-CET (PCM ଗ୍ରୁପ) ପରୀକ୍ଷା ବର୍ତ୍ତମାନ ମେ’ ୨ ରୁ ୧୭ ପର୍ଯ୍ୟନ୍ତ ହେବ। PCB ଗ୍ରୁପ ପରୀକ୍ଷା ଏପ୍ରିଲ ୨୨ ରୁ ୩୦ ମଧ୍ୟରେ ହେବ।

TS EAPCET ପରୀକ୍ଷା ମେ’ ୯, ୧୦, ୧୧, ଏବଂ ୧୨ ରେ ଦୁଇଟି ସିଫ୍ଟରେ ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟାରେ ହେବ। ପୂର୍ବରୁ ମେ’ ୧୭ରେ ହେବାକୁ ଥିବା TS POLYCET ର ପରୀକ୍ଷା ବର୍ତ୍ତମାନ ମେ’ ୨୪ ତାରିଖ ସକାଳ ୧୧ଟାରୁ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସେହିପରି ICAI CA intermediate ଗ୍ରୁପ-୧ ପରୀକ୍ଷା ବର୍ତ୍ତମାନ ମେ’ ୩, ୫, ଓ ୯ ତାରିଖରେ ହେବ। ସେହିପରି ଗ୍ରୁପ-୨ ପରୀକ୍ଷା ମେ’ ୧୧, ୧୫ ଓ ୧୭ ତାରିଖରେ ଅନୁଷ୍ଠିତ ହେବ।

CUET UG ପରୀକ୍ଷା ମେ’ ୨୦ ରୁ ୩୧ ମଧ୍ୟରେ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ନିର୍ବାଚନ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହି ତାରିଖ ଗୁଡ଼ିକୁ ବଦଳାଇବାକୁ ଚିନ୍ତା କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ଦିଲ୍ଲୀରେ ମତଦାନ ପୂର୍ବରୁ ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ୭ଟି ଲୋକ ସଭା ଆସନ ପାଇଁ ଭୋଟ ଆସନ୍ତା ୨୫ରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri