Posted inଜାତୀୟ

‘କୂ’ରେ ଡାଟା ଅସୁରକ୍ଷିତ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ସୀମାରେ ଚାଲିଥିବା କେନ୍ଦ୍ରର କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିମାନେ ଟୁଇଟ୍‌ କରିବାରେ ଲାଗିଛନ୍ତି। ଏହାକୁ ନେଇ ସରକାର ଟୁଇଟରକୁ ନାଲିଆଖି ଦେଖାଉଥିବାବେଳେ ଭାରତରେ ହଠାତ୍‌ ଉଭା ହୋଇଛି ଆଉ ଏକ ତଥାକଥିତ ସମାନ୍ତରାଳ ପ୍ଲାଟଫର୍ମ। ଟୁଇଟରକୁ ଟକ୍କର ଦେବା ପାଇଁ ବିକଶିତ ସ୍ବଦେଶୀ ମାଇକ୍ରୋବ୍ଲଗିଂ ପ୍ଳାଟଫର୍ମ କୂ’କୁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଖୋଲାଖୋଲି ସମର୍ଥନ ପରେ ଚର୍ଚ୍ଚା ବି ଜୋର୍‌ ଧରିଛି। ଏଭଳି ସମୟରେ କୂ ଆପ୍‌ର ୟୁଜର୍ସଙ୍କୁ ଏହାର ବ୍ୟବହାର ନେଇ ସୁରକ୍ଷା ବିଶେଷଜ୍ଞମାନେ ସତର୍କ ଓ ସଚେତନ କରାଇଛନ୍ତି। ଏହି ବହୁଚର୍ଚ୍ଚିତ ଆପ୍‌ରେ ୟୁଜରମାନଙ୍କ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟ ତଥ୍ୟ) କୌଣସି ପ୍ରକାରେ ସୁରକ୍ଷିତ ନୁହେଁ। ୟୁଜର୍ସଙ୍କ ନାମ, ଇ-ମେଲ ଆଡ୍ରେସ୍‌, ଜନ୍ମ ତାରିଖ, ବୈବାହିକ ସ୍ଥିତି ସମେତ ସମ୍ବେଦନଶୀଳ ଡାଟା ଲିକ୍‌ ହେଉଛି ବୋଲି ପ୍ରଘଟ କରିଛନ୍ତି ଫ୍ରାନ୍ସର ସିକ୍ୟୁରିଟି ରିସର୍ଚ୍ଚର ରୋବର୍ଟ ବାପ୍ଟିଷ୍ଟ ଓରଫ୍‌ ଏଲିଅଟ ଆଲଡର୍ସନ।

ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ କୂ ଆପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ବ୍ୟବହାରକାରୀ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିବା ଆରମ୍ଭ କରିଦେଇଛନ୍ତି। ଉକ୍ତ ସ୍ବଦେଶୀ ଆପ୍‌କୁ ଟୁଇଟରର ବିକଳ୍ପ ଭାବେ ମଧ୍ୟ ଦେଖାଯାଉଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ରବିଶଙ୍କର ପ୍ରସାଦ କୂ’ରେ ଆକାଉଣ୍ଟ ତିଆରି କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଏହି ଆପ୍‌ର ଅବତାରଣା କରି ଚର୍ଚ୍ଚାକୁ ଆଗକୁ ବଢ଼ାଇଥିଲେ। ତେବେ କୂ’ରେ ଯେଉଁମାନଙ୍କ ଆକାଉଣ୍ଟ ରହିଛି ସେମାନଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଆଦୌ ସୁରକ୍ଷିତ ନୁହେଁ। ସେମାନଙ୍କ ଡାଟାକୁ ଲିକ୍‌ କରାଯାଉଛି ବୋଲି ସୁରକ୍ଷା ବିଶେଷଜ୍ଞ ରୋବର୍ଟ ବେପ୍‌ଟିଷ୍ଟ କହିଛନ୍ତି। ବେପ୍‌ଟିଷ୍ଟ ଟୁଇଟରରେ ୟୁଜର୍ସଙ୍କ ଅନୁରୋଧ ପରେ କୂ ଆପ୍‌ରେ ୩୦ ମିନିଟ ବିତାଇଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ, ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ନିଜ ୟୁଜର୍ସଙ୍କ ଇ-ମେଲ ଆଡ୍ରେସ୍‌, ନାମ ଓ ଜନ୍ମଦିନ ସମେତ ଅନ୍ୟ ସମ୍ବେଦନଶୀଳ ସୂଚନାଗୁଡ଼ିକୁ ପ୍ରଘଟ କରୁଛି। ସେ କୂ ଆପ୍‌ ସମ୍ପର୍କରେ ନିଜ ଏହି ଗବେଷଣାକୁ ବିସ୍ତୃତ ଭାବେ ଜଣାଇବା ପାଇଁ ଅନେକ ଟୁଇଟ୍‌ କରିଛନ୍ତି।
ପ୍ରକାଶ ଯେ, ଭାରତୀୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ କୂ’କୁ ୨୦୨୦ ମାର୍ଚ୍ଚରେ ଲଞ୍ଚ କରାଯାଇଥିଲା। କିନ୍ତୁ ଟୁଇଟର ଓ ସରକାରଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ କିଛିଦିନ ହେବ କୂ ହଠାତ୍‌ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଟୁଇଟରରେ ପୋଷ୍ଟ କରାଯାଇଥିବା ସ୍କ୍ରିନ୍‌ଶଟ୍‌ ସମ୍ପର୍କରେ ଅବତାରଣା କରି ବେପ୍‌ଟିଷ୍ଟ ଦାବି କରିଛନ୍ତି, କୂ ଆପ୍‌ରେ ୟୁଜରମାନଙ୍କ ପ୍ରିଭେସି କୌଣସି ପ୍ରକାରେ ସୁରକ୍ଷିତ ନୁହେଁ। ଏହା ଲିକ୍‌ ମଧ୍ୟ କରାଯାଇପାରେ। ବେପ୍‌ଟିଷ୍ଟଙ୍କ ମତରେ କୂ’ରେ ୟୁଜର୍ସଙ୍କ ଇ-ମେଲ୍‌, ଜନ୍ମ ତାରିଖ, ବୈବାହିକ ସ୍ଥିତି ଭଳି କୌଣସି ପ୍ରକାର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ନୁହେଁ ବୋଲି ହ୍ୟାକର ଆପ୍‌କୁ ହ୍ୟାକ୍‌ କରି ପ୍ରମାଣିତ କରିଛନ୍ତି। କିଛି ଅନ୍ୟ ସ୍କ୍ରିନ୍‌ ଶଟ୍‌ରେ ସେ କୂ ଡୋମେନ୍‌କୁ ଚାଇନାର ତାଓ ଝୁଓ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଆମେରିକାରେ ପଞ୍ଜୀକରଣ କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ କୂ’ର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅପ୍ରମେୟ ରାଧାକ୍ରିଷ୍ଣନ୍‌ ଉପରୋକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯେଉଁ ସବୁ ତଥ୍ୟ ଦୃଶ୍ୟମାନ ହେଉଛି ତାହା ୟୁଜର ସ୍ବେଚ୍ଛାକୃତ ଭାବେ ନିଜ ପ୍ରୋଫାଇଲ୍‌ରେ ଦେଖାଇଛନ୍ତି। ଯେକୌଣସି ୟୁଜର ପ୍ରୋଫାଇଲ ଭିଜିଟ୍‌ କଲେ ଏହା ଦେଖିହୁଏ ବୋଲି ସେ କହିଛନ୍ତି।

‘କୂ’ ଆପ୍‌ କ’ଣ

କୂ ଆପ୍‌ ହେଉଛି ଏକ ଭାରତୀୟ ମାଇକ୍ରୋବ୍ଲଗିଂ ସାଇଟ୍‌, ଯାହାକୁ ଟୁଇଟର ସହ ଟକ୍କର ଦେବା ପାଇଁ ବିକଶିତ କରାଯାଇଛି। ମୋଟାମୋଟି ରୂପେ ଏହା ହେଉଛି ମେଡ୍‌ ଇନ୍‌ ଇଣ୍ଡିଆ ଟୁଇଟର। ଏହା ହିନ୍ଦୀ ଓ ଇଂଲିଶ ସମେତ ୮ ଭାରତୀୟ ଭାଷାରେ ଉପଲବ୍ଧ। କୂ’ର ଉଭୟ ଆପ୍‌ ଓ ଓ୍ବେବ୍‌ସାଇଟ୍‌କୁ ବ୍ୟବହାର କରାଯାଇପାରେ। ଏହାର ଇଣ୍ଟରଫେସ୍‌ ମଧ୍ୟ ଟୁଇଟର ଭଳି। ଏଥିରେ ଶବ୍ଦର ସୀମା ହେଉଛି ୩୫୦। ଚଳିତ ସପ୍ତାହରେ କୂ ନିଜ ସିରିଜ୍‌ ଏ ଫଣ୍ଡିଂର ଅଂଶ ରୂପେ ୩୦ କୋଟି ଟଙ୍କା ଠୁଳ କରିଛି। ଏହି ଫଣ୍ଡିଂ ଇନ୍‌ଫୋସିସ୍‌ର ମୋହନଦାସ ପାଇଙ୍କ ୩ଓ୍ବାନ୍‌୪ କ୍ୟାପିଟାଲ ପକ୍ଷରୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri