Posted inଜାତୀୟ

‘କୂ’ରେ ଡାଟା ଅସୁରକ୍ଷିତ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ସୀମାରେ ଚାଲିଥିବା କେନ୍ଦ୍ରର କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିମାନେ ଟୁଇଟ୍‌ କରିବାରେ ଲାଗିଛନ୍ତି। ଏହାକୁ ନେଇ ସରକାର ଟୁଇଟରକୁ ନାଲିଆଖି ଦେଖାଉଥିବାବେଳେ ଭାରତରେ ହଠାତ୍‌ ଉଭା ହୋଇଛି ଆଉ ଏକ ତଥାକଥିତ ସମାନ୍ତରାଳ ପ୍ଲାଟଫର୍ମ। ଟୁଇଟରକୁ ଟକ୍କର ଦେବା ପାଇଁ ବିକଶିତ ସ୍ବଦେଶୀ ମାଇକ୍ରୋବ୍ଲଗିଂ ପ୍ଳାଟଫର୍ମ କୂ’କୁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଖୋଲାଖୋଲି ସମର୍ଥନ ପରେ ଚର୍ଚ୍ଚା ବି ଜୋର୍‌ ଧରିଛି। ଏଭଳି ସମୟରେ କୂ ଆପ୍‌ର ୟୁଜର୍ସଙ୍କୁ ଏହାର ବ୍ୟବହାର ନେଇ ସୁରକ୍ଷା ବିଶେଷଜ୍ଞମାନେ ସତର୍କ ଓ ସଚେତନ କରାଇଛନ୍ତି। ଏହି ବହୁଚର୍ଚ୍ଚିତ ଆପ୍‌ରେ ୟୁଜରମାନଙ୍କ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟ ତଥ୍ୟ) କୌଣସି ପ୍ରକାରେ ସୁରକ୍ଷିତ ନୁହେଁ। ୟୁଜର୍ସଙ୍କ ନାମ, ଇ-ମେଲ ଆଡ୍ରେସ୍‌, ଜନ୍ମ ତାରିଖ, ବୈବାହିକ ସ୍ଥିତି ସମେତ ସମ୍ବେଦନଶୀଳ ଡାଟା ଲିକ୍‌ ହେଉଛି ବୋଲି ପ୍ରଘଟ କରିଛନ୍ତି ଫ୍ରାନ୍ସର ସିକ୍ୟୁରିଟି ରିସର୍ଚ୍ଚର ରୋବର୍ଟ ବାପ୍ଟିଷ୍ଟ ଓରଫ୍‌ ଏଲିଅଟ ଆଲଡର୍ସନ।

ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ କୂ ଆପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ବ୍ୟବହାରକାରୀ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିବା ଆରମ୍ଭ କରିଦେଇଛନ୍ତି। ଉକ୍ତ ସ୍ବଦେଶୀ ଆପ୍‌କୁ ଟୁଇଟରର ବିକଳ୍ପ ଭାବେ ମଧ୍ୟ ଦେଖାଯାଉଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ରବିଶଙ୍କର ପ୍ରସାଦ କୂ’ରେ ଆକାଉଣ୍ଟ ତିଆରି କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଏହି ଆପ୍‌ର ଅବତାରଣା କରି ଚର୍ଚ୍ଚାକୁ ଆଗକୁ ବଢ଼ାଇଥିଲେ। ତେବେ କୂ’ରେ ଯେଉଁମାନଙ୍କ ଆକାଉଣ୍ଟ ରହିଛି ସେମାନଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଆଦୌ ସୁରକ୍ଷିତ ନୁହେଁ। ସେମାନଙ୍କ ଡାଟାକୁ ଲିକ୍‌ କରାଯାଉଛି ବୋଲି ସୁରକ୍ଷା ବିଶେଷଜ୍ଞ ରୋବର୍ଟ ବେପ୍‌ଟିଷ୍ଟ କହିଛନ୍ତି। ବେପ୍‌ଟିଷ୍ଟ ଟୁଇଟରରେ ୟୁଜର୍ସଙ୍କ ଅନୁରୋଧ ପରେ କୂ ଆପ୍‌ରେ ୩୦ ମିନିଟ ବିତାଇଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ, ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ନିଜ ୟୁଜର୍ସଙ୍କ ଇ-ମେଲ ଆଡ୍ରେସ୍‌, ନାମ ଓ ଜନ୍ମଦିନ ସମେତ ଅନ୍ୟ ସମ୍ବେଦନଶୀଳ ସୂଚନାଗୁଡ଼ିକୁ ପ୍ରଘଟ କରୁଛି। ସେ କୂ ଆପ୍‌ ସମ୍ପର୍କରେ ନିଜ ଏହି ଗବେଷଣାକୁ ବିସ୍ତୃତ ଭାବେ ଜଣାଇବା ପାଇଁ ଅନେକ ଟୁଇଟ୍‌ କରିଛନ୍ତି।
ପ୍ରକାଶ ଯେ, ଭାରତୀୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ କୂ’କୁ ୨୦୨୦ ମାର୍ଚ୍ଚରେ ଲଞ୍ଚ କରାଯାଇଥିଲା। କିନ୍ତୁ ଟୁଇଟର ଓ ସରକାରଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ କିଛିଦିନ ହେବ କୂ ହଠାତ୍‌ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଟୁଇଟରରେ ପୋଷ୍ଟ କରାଯାଇଥିବା ସ୍କ୍ରିନ୍‌ଶଟ୍‌ ସମ୍ପର୍କରେ ଅବତାରଣା କରି ବେପ୍‌ଟିଷ୍ଟ ଦାବି କରିଛନ୍ତି, କୂ ଆପ୍‌ରେ ୟୁଜରମାନଙ୍କ ପ୍ରିଭେସି କୌଣସି ପ୍ରକାରେ ସୁରକ୍ଷିତ ନୁହେଁ। ଏହା ଲିକ୍‌ ମଧ୍ୟ କରାଯାଇପାରେ। ବେପ୍‌ଟିଷ୍ଟଙ୍କ ମତରେ କୂ’ରେ ୟୁଜର୍ସଙ୍କ ଇ-ମେଲ୍‌, ଜନ୍ମ ତାରିଖ, ବୈବାହିକ ସ୍ଥିତି ଭଳି କୌଣସି ପ୍ରକାର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ନୁହେଁ ବୋଲି ହ୍ୟାକର ଆପ୍‌କୁ ହ୍ୟାକ୍‌ କରି ପ୍ରମାଣିତ କରିଛନ୍ତି। କିଛି ଅନ୍ୟ ସ୍କ୍ରିନ୍‌ ଶଟ୍‌ରେ ସେ କୂ ଡୋମେନ୍‌କୁ ଚାଇନାର ତାଓ ଝୁଓ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଆମେରିକାରେ ପଞ୍ଜୀକରଣ କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ କୂ’ର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅପ୍ରମେୟ ରାଧାକ୍ରିଷ୍ଣନ୍‌ ଉପରୋକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯେଉଁ ସବୁ ତଥ୍ୟ ଦୃଶ୍ୟମାନ ହେଉଛି ତାହା ୟୁଜର ସ୍ବେଚ୍ଛାକୃତ ଭାବେ ନିଜ ପ୍ରୋଫାଇଲ୍‌ରେ ଦେଖାଇଛନ୍ତି। ଯେକୌଣସି ୟୁଜର ପ୍ରୋଫାଇଲ ଭିଜିଟ୍‌ କଲେ ଏହା ଦେଖିହୁଏ ବୋଲି ସେ କହିଛନ୍ତି।

‘କୂ’ ଆପ୍‌ କ’ଣ

କୂ ଆପ୍‌ ହେଉଛି ଏକ ଭାରତୀୟ ମାଇକ୍ରୋବ୍ଲଗିଂ ସାଇଟ୍‌, ଯାହାକୁ ଟୁଇଟର ସହ ଟକ୍କର ଦେବା ପାଇଁ ବିକଶିତ କରାଯାଇଛି। ମୋଟାମୋଟି ରୂପେ ଏହା ହେଉଛି ମେଡ୍‌ ଇନ୍‌ ଇଣ୍ଡିଆ ଟୁଇଟର। ଏହା ହିନ୍ଦୀ ଓ ଇଂଲିଶ ସମେତ ୮ ଭାରତୀୟ ଭାଷାରେ ଉପଲବ୍ଧ। କୂ’ର ଉଭୟ ଆପ୍‌ ଓ ଓ୍ବେବ୍‌ସାଇଟ୍‌କୁ ବ୍ୟବହାର କରାଯାଇପାରେ। ଏହାର ଇଣ୍ଟରଫେସ୍‌ ମଧ୍ୟ ଟୁଇଟର ଭଳି। ଏଥିରେ ଶବ୍ଦର ସୀମା ହେଉଛି ୩୫୦। ଚଳିତ ସପ୍ତାହରେ କୂ ନିଜ ସିରିଜ୍‌ ଏ ଫଣ୍ଡିଂର ଅଂଶ ରୂପେ ୩୦ କୋଟି ଟଙ୍କା ଠୁଳ କରିଛି। ଏହି ଫଣ୍ଡିଂ ଇନ୍‌ଫୋସିସ୍‌ର ମୋହନଦାସ ପାଇଙ୍କ ୩ଓ୍ବାନ୍‌୪ କ୍ୟାପିଟାଲ ପକ୍ଷରୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri