ତଥ୍ୟ ବିହୀନ

କୌଣସି ଦେଶ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କେତେ ଉନ୍ନତ ତାହା ବିଭିନ୍ନ ତଥ୍ୟଭିତ୍ତିକ ପରିସଂଖ୍ୟାନରୁ ଜଣାପଡ଼େ। ସେଥିପାଇଁ ସମୟାନୁସାରେ ଉତ୍ତମ ମାନର ତଥ୍ୟ ସଂଗ୍ରହ କରି ସେଗୁଡ଼ିକୁ ଉପସ୍ଥାପନ କରାଯାଇ ଦେଶର ସ୍ଥିତି ସାଧାରଣରେ ସ୍ପଷ୍ଟ କରାଯାଇଥାଏ। ସରକାରଙ୍କ ଦ୍ୱାରା ସଂଗୃହୀତ ତଥ୍ୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିଭିନ୍ନ ନୀତି ପ୍ରଣୟନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ନିଏ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଇକୋନୋମିକ ଆଡ୍‌ଭାଇଜରି କାଉନସିଲ(ଇଏସି-ପିଏମ୍‌)ର ଜଣେ ସଦସ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ସର୍ଭେଗୁଡ଼ିକ ତ୍ରୁଟିପୂର୍ଣ୍ଣ ସାମ୍ପଲିଂ ଆଧାରରେ ହେଉଥିବା କହିଛନ୍ତି, ଯାହା ଜାତୀୟ ସର୍ଭେଗୁଡ଼ିକର ତଥ୍ୟର ମାନ ଉପରେ ପ୍ରଶ୍ନ ଉଠାଇଛି। ମୁଖ୍ୟତଃ ନ୍ୟାଶନାଲ ସାମ୍ପଲ ସର୍ଭେ, ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ଏବଂ ପିରିୟଡିକ୍‌ ଲେବର ଫୋର୍ସ ସର୍ଭେଗୁଡ଼ିକ ତ୍ରୁଟିପୂର୍ଣ୍ଣ ସାମ୍ପଲିଂରେ ହେଉଥିବା ସେ ଜଣାଇଛନ୍ତି। ଇଏସି-ପିଏମ୍‌ର ଜଣେ ସଦସ୍ୟ ସତ୍ୟକୁ ବାହାରକୁ ଆଣିବା ପରେ ଜଣାପଡ଼ୁଛି ଯେ ସରକାର ତଥ୍ୟଗତ ସମସ୍ୟା ସୁଧାରିବାରେ ପଦକ୍ଷେପ ନେଇନାହାନ୍ତି କିମ୍ବା ତ୍ରୁଟପୂର୍ଣ୍ଣ ଆଧାରରେ ବାସ୍ତବତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଅତୀତକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇଥିବା ସର୍ଭେରେ ଭାରତର ସ୍ଥିତିକୁ ସରକାର ଅସ୍ବୀକାର କରିଛନ୍ତି। ଏମିତିକି ନୀତି ଆୟୋଗ ସାମ୍ନାକୁ ଆସି ଏହା ଅସତ୍ୟ ବୋଲି କହିଛନ୍ତି। ଉଦାହରଣ ସ୍ବରୂପ ଭାରତର ସରକାରୀ ସଂସ୍ଥା ନ୍ୟାଶନାଲ ସାମ୍ପଲ ସର୍ଭେ(ଏନ୍‌ଏସ୍‌ଏସ୍‌) ରିପୋର୍ଟ ବେରୋଜଗାର ରେକର୍ଡ ସ୍ତର ୬% ଜଣାଇବା ପରେ ତାହାକୁ ନୀତି ଆୟୋଗ ଅଗ୍ରାହ୍ୟ କରିଥିଲେ। କିନ୍ତୁ ଏନ୍‌ଏସ୍‌ଏସ୍‌ର ମୂଳ ରିପୋର୍ଟ ନିଶ୍ଚିତ ଭାବେ ବିଶ୍ୱାସଯୋଗ୍ୟ ବୋଲି କୁହାଯିବ। ତାହା ରାଜନୈତିକ କାହାଣୀକୁ ଅସୁବିଧା କରିପାରେ ବୋଲି ହୁଏତ ନୀତି ଆୟୋଗ ଅଯଥାରେ ଖଣ୍ଡନ କରିବାକୁ ଆଗେଇ ଆସିଲା। ଏହା କେବଳ ସରକାରଙ୍କୁ ଲଜ୍ଜିତ ହେବାରୁ ବଞ୍ଚାଇବାର ଏକ ଦୁର୍ବଳ ଉଦ୍ୟମ।
ବିମୁଦ୍ରୀକରଣ, ମେକ୍‌ ଇନ୍‌ ଇଣ୍ଡିଆ, ଆମତ୍ନିର୍ଭର ଭାରତ ମାଧ୍ୟମରେ କୃଷି, ମାନୁଫାକଚରିଂ ସେକ୍ଟରର ଅଭିବୃଦ୍ଧି କେତେ ଘଟିଛି ତାହା ସମସ୍ତେ ଅଙ୍ଗେ ନିଭାଉଥିବେ। ଲେବର ଫୋର୍ସ ବା ଶ୍ରମଶକ୍ତି ଉପରେ ସର୍ଭେକୁ ଦେଖିଲେ ଏସିଆରେ ଏହା ସବୁଠୁ ନିମ୍ନରେ ଅଛି। କିନ୍ତୁ ଏହାକୁ କେତେକ ରାଜ୍ୟର ନିର୍ବାଚନ ପରେ ପ୍ରକାଶ କରାଯାଇଥିଲା ଓ ପରେ ତଥ୍ୟର ସତ୍ୟତାକୁ ସରକାର ସ୍ବୀକାର କରିଥିଲେ। ତଥ୍ୟର ମାନରେ ଉନ୍ନତି ଆଣିବା ପାଇଁ ପରିସଂଖ୍ୟାନ ମନ୍ତ୍ରଣାଳୟ ଏକ ୨୮ ଜଣିଆ ଷ୍ଟାଣ୍ଡିଂ କମିଟି ଅନ୍‌ ଷ୍ଟାଟିଷ୍ଟିକ୍ସ ଗଠନ କରିଥିଲେ ମଧ୍ୟ ଏହି କମିଟି ଭୂମିକା ଏ ଯାବତ ସ୍ପଷ୍ଟ କରାଯାଇ ନାହିଁ। ନିକଟରେ ଭାରତର ବାସ୍ତବ ଦାରିଦ୍ର୍ୟ ହାର ଉପରେ ବିତର୍କ ମଧ୍ୟ ତଥ୍ୟ ସମସ୍ୟାକୁ ସାମ୍ନାକୁ ଆଣିଛି। ସରକାରୀ ସପକ୍ଷବାଦୀ ଅର୍ଥନୀତିଜ୍ଞମାନେ କହୁଛନ୍ତି ଯେ, ଦାରିଦ୍ର୍ୟ କମିଛି, ଅପରପକ୍ଷେ ଅନ୍ୟମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଗତ ଦଶନ୍ଧିରେ ଏହା ସ୍ଥିର ରହିଛି। ଏହି ସପକ୍ଷବାଦୀ ଓ ବିପକ୍ଷ ୨ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ଦ୍ୱନ୍ଦ୍ୱ କେବଳ ମାତ୍ର ବାସ୍ତବ ତଥ୍ୟ ମାଧ୍ୟମରେ ସମାଧାନ ହୋଇପାରିବ। ଯେତେବେଳେ ସରକାରଙ୍କ ପାଖରେ ସ୍ପଷ୍ଟ ତଥ୍ୟର ଅଭାବ ହୁଏ ସେତେବେଳେ ପ୍ରଶାସନ ଦୁର୍ବଳ ହେବା ସ୍ବାଭାବିକ। ପ୍ରଶାସନର ଦୁର୍ବଳତା ଫଳରେ ବିକାଶର ପଥ ଅବରୋଧ ହୋଇଥାଏ। କାରଣ ସବୁ ନୀତି କାର୍ଯ୍ୟକାରୀ କରାଇବା ପାଇଁ ତଥ୍ୟର ଆବଶ୍ୟକତା ରହିଥାଏ। ଯେତେବେଳେ ତଥ୍ୟ ନ ଥିବା କଥା ପଦାରେ ପଡ଼ିଲାଣି ସେଥିରୁ ଅନୁମାନ କରିହେଉଛି ଯେ, ଆଜିର ଭାରତ ସରକାର କେବଳ ବାହୁସ୍ଫୋଟ ମାଧ୍ୟମରେ ବଞ୍ଚତ୍ରହିଛି। କେନ୍ଦ୍ରରେ ତଥ୍ୟ ନ ଥିଲେ ରାଜ୍ୟଗୁଡ଼ିକରେ ମଧ୍ୟ ତଥ୍ୟ ନ ଥିବ। ସେଥିପାଇଁ କେଉଁ ପ୍ରକାର ନୀତି ନିୟମ ପ୍ରଣୟନ ହେବା ଦରକାର, ଯୋଜନା କିଭଳି କାର୍ଯ୍ୟକାରୀ ହେବ ଏବଂ ତାହାର ତୃଣମୂଳସ୍ତରରେ କାର୍ଯ୍ୟକାରିତାର ସଫଳତା କିମ୍ବା ବିଫଳତା ବିନା ତଥ୍ୟରେ ଜଣାପଡ଼ିବ ନାହିଁ।

ସବୁ ନୀତି କାର୍ଯ୍ୟକାରୀ କରାଇବା ପାଇଁ ତଥ୍ୟର ଆବଶ୍ୟକତା ରହିଥାଏ। ଯେତେବେଳେ ତଥ୍ୟ ନ ଥିବା କଥା ପଦାରେ ପଡ଼ିଲାଣି ସେଥିରୁ ଅନୁମାନ କରିହେଉଛି ଯେ,ଆଜିର ଭାରତ ସରକାର କେବଳ ବାହୁସ୍ଫୋଟ ମାଧ୍ୟମରେ ବଞ୍ଚତ୍ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri