ଆଜି ବାହୁଡ଼ିବେ ଦାରୁବିଗ୍ରହ: ଅପରାହ୍ନ ୪ଟାରେ ରଥଟଣା

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି):ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ନବଦିନାତ୍ମକ ଯାତ୍ରାରେ ଯାଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶନିବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ।
ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ ରହିଛି। ସେବାୟତମାନେ ନୀତି ସମ୍ପାଦନ ଓ ଭକ୍ତମାନେ ରଥ ଟାଣିନେବା ପାଇଁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ। ସେହିପରି ଗୋପାଳବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ଟା ୪୫, ସେନାପଟାଲାଗି ୭ଟାରୁ ପୂର୍ବାହ୍ନ ୧୧ଟା ୩୦, ମଙ୍ଗଳାର୍ପଣ ୧୧ଟା ୪୫, ପରେ ଡୋରଲାଗି, ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ୍‌ କରିଡର ହେବ। ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri