ଆଖିତଳ କଳା ପଡ଼ୁଥିଲେ…ଏହି ଟିପ୍ସ ଆପଣାନ୍ତୁ

ଆଖି ତଳ କଳା ପଡ଼ିଗଲେ ମଣିଷର ସୁନ୍ଦରତା କମିଯାଏ। ବର୍ତ୍ତମାନ ଅଧିକ ସମୟ କମ୍ପ୍ୟୁଟରରେ କାମ କରିବା, ଚଷମା ପିନ୍ଧିବା କିମ୍ବା ଅନ୍ୟ କାରଣ ଯୋଗୁ ଆଖିତଳ କଳା ପଡ଼ିବାକୁ ନେଇ ଅନେକେ ଚିନ୍ତିତ। ଏହାକୁ ଦୂରକରିବା ପାଇଁ ସେମାନେ ବିଭିନ୍ନ କ୍ରିମ୍‌, ମେଡିସିନ ଆଦି ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ବି ଆଖି ତଳ କଳାଦାଗ ଦୂରକରିପାରିବେ…

ଆଖି ତଳ କଳା ନ ପଡ଼ିବା ପାଇଁ ପ୍ରତିଦିନ ଅତିକମ୍‌ରେ ୭-୮ ଘଣ୍ଟା ଶୁଅନ୍ତୁ। ଆଖିକୁ ବିଶ୍ରାମ ଦେବା ଲାଗି ଆବଶ୍ୟକ ନ ଥିବା ସମୟରେ ମୋବାଇଲ, କମ୍ପ୍ୟୁଟର ଦେଖିବାଠୁ ଦୂରେଇ ରହନ୍ତୁ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ସବୁଠୁ ବଡ଼ କଥା ହେଲା ନିଶା ସେବନଠୁ ଦୂରେଇ ରୁହନ୍ତୁ।

ଅଧାଚାମଚ ବାଦାମତେଲ ସହ ୨ ବୁନ୍ଦା ମହୁ ମିଶାନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ୱାରା ଆଖିର ଚାରିପାଖେ ମାଲିସ କରନ୍ତୁ। ୧୦-୧୫ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ପ୍ରତିଦିନ ଏପରି କଲେ ଆଖିତଳେ କଳାଦାଗ ଆଦୌ ରହିବ ନାହିଁ।

କକୁମ୍ବର ଥେରାପି ଆଖି ତଳ କଳାଦାଗ ଦୂରକରିବା ପାଇଁ ବେଶ୍‌ ଉପଯୋଗୀ। ଏଥିପାଇଁ କାକୁଡ଼ିକୁ ଗୋଲ ଗୋଲ କରି କାଟି ଆଖି ଉପରେ ରଖନ୍ତୁ। କାକୁଡ଼ି ଆଖିକୁ ଥଣ୍ଡା ରଖିବା ସହ କଳାଦାଗ ମଧ୍ୟ ଦୂରକରିବ।

ବ୍ୟବହାର କରିସାରିଥିବା ଟି ବ୍ୟାଗ୍‌କୁ ଆଖି ତଳେ ରଖନ୍ତୁୁ। ଏଥିରେ ଥିବା ତତ୍ତ୍ୱ ଟ୍ୟାନିଂ, ଆଖି ଫୁଲିବା ଏବଂ ଆଖି ତଳର କଳାଦାଗ ଦୂରକରିବାରେ ସାହାଯ୍ୟ କରିଥାଏ।

୫୦ ଗ୍ରାମ୍‌ ତୁଳସୀପତ୍ର, ନିମ୍ବପତ୍ର ଏବଂ ପୋଦିନାପତ୍ରରେ ସାମାନ୍ୟ ଗୋଲାପଜଳ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣରେ ସାମାନ୍ୟ ହଳଦୀଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତକରି ଆଖି ତଳେ ଲଗାନ୍ତୁ। କିଛି ସମୟ ପରେ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ ଦେଖିବେ କଳାଦାଗ ଦୂରହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?