ଦାରିଙ୍ଗବାଡ଼ିକୁ ପରିଚୟ ଦେଇଛି କଫି ବଗିଚା

ଦାରିଙ୍ଗବାଡ଼ି,୨।୧(ଡି.ଏନ୍‌.ଏ.):ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ପ୍ରଥମେ ପରିଚୟ ଦେଇଥିଲା କଫି ବଗିଚା ା ପର୍ଯ୍ୟଟକମାନେ କଫି ବଗିଚା ଦେଖିବା ପାଇଁ ଦାରିଙ୍ଗବାଡ଼ି ଆସୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୦୦ ମସିହାରେ ବ୍ଲକ ପ୍ରଶାସନ ପକ୍ଷରୁ ହିଲଭିୟୁ ପାର୍କ କରାଯାଇଥିବା ବେଳେ ୨୦୧୫ରେ ଉକ୍ତ ପାର୍କର ରୁପାନ୍ତରଣ କରାଯାଇଥିଲା। ଏବେ ପୁଣି ରୁପାନ୍ତରୀକରଣ କାର୍ଯ୍ୟ ଚାଲିଛି ା ସେହିପରି ବନ ବିଭାଗ ପକ୍ଷରୁ ନେଚର ପାର୍କ ମଧ୍ୟ କରାଯାଇଥିଲା ା ଦାରିଙ୍ଗବାଡ଼ିକୁ ପ୍ରକୃତି ଅନେକ କିଛି ଦେଇଛି। ଜଳପ୍ରପାତ, ବଣଜଙ୍ଗଲ ଓ ପାହାଡ଼ ଆଦି ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ଆସିବା ଆରମ୍ଭ କଲେ। ଦାରିଙ୍ଗବାଡ଼ିର ଥଣ୍ଡା ପରିବେଶ ଏଠାକାର ଜଳବାୟୁ ଅନ୍ୟ ଜିଲା ତଥା ସହରଠାରୁ ଭିନ୍ନ ା ୨୦୧୫ରେ ପ୍ରଥମଥର ପାଇଁ ଜିଲା ପ୍ରଶାସନ ଉଦ୍ୟମରେ ସରକାରଙ୍କ ପକ୍ଷରୁ ଶୀତ ଉତ୍ସବ ପାଳନ କରାଯାଇଥିଲା। ସେବେଠାରୁ ଦାରିଙ୍ଗବାଡ଼ି ସାରା ବିଶ୍ୱରେ ପରିଚିତ ହେଲା। ଏବେ ବିଭିନ୍ନ ଦେଶ, ବିଦେଶରୁ ଏଠାକୁ ପର୍ଯ୍ୟଟକମାନେ ଆସୁଛନ୍ତି। ପର୍ଯ୍ୟଟକ ଏଠାକାର କଫି ବଗିଚାକୁ ଅଧିକ ପସନ୍ଦ କରୁଛନ୍ତି। ପୂର୍ବରୁ ଏହାକୁ ମୃତ୍ତିକା ସଂରକ୍ଷଣ ବିଭାଗ ଘରୋଇ ସଂସ୍ଥାକୁ ଟେଣ୍ଡର ଆକାରରେ ଦେଇଥିବାରୁ କଫି ବଗିଚାର କୌଣସି ବିକାଶ ହୋଇପାରୁ ନଥିଲା। ଏବେ ରାଜ୍ୟ ସରକାରଙ୍କ (ଟିଡିିସିସିଓଏଲ) ଟ୍ରାଇବଲ୍‌ ଡେଭଲପମେଣ୍ଟ କୋ-ଅପେରଟିଭ କର୍ପୋରେଶନ ଅଫ ଓଡ଼ିଶା ଲିମିଟେଡ଼ କଫି ବଗିଚାକୁ ବିକାଶ କରିବା ଏବଂ କଫିକୁ ପ୍ରସ୍ତୁତ କରି ବିକ୍ରି କରିବା ଆଦି ପଦକ୍ଷେପ ନେଇଛି ା କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ମୃତ୍ତିକା ସଂରକ୍ଷଣ ବିଭାଗ ବାଲିଗୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ପୂର୍ବରୁ କଫି ତୋଳାଯାଇ ପ୍ରସ୍ତୁତି ପାଇଁ କୋରାପୁଟ କିମ୍ବା ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଯାଉଥିଲା ା ପ୍ରଥମଥର ପାଇଁ ଏବେ ଦାରିଙ୍ଗବାଡ଼ି କଫି ବଗିଚା ପରିସରରେ ହିଁ କଫି ପ୍ରସ୍ତୁତ କରାଯାଉଛି ା ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ କଫି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ତାଲିମ ଦିଆଯାଇଛି। ସେମାନଙ୍କ ଦ୍ୱାରା କଫି ମଞ୍ଜି ତୋଳିବା ଠାରୁ ଆରମ୍ଭ କରି ତାକୁ ପଚାଇବା, ଶୁଖାଇବା ଆଦି କରାଯାଉଛି ା ପରବର୍ତ୍ତୀ ସମୟରେ ଏହାକୁ କୋରାପୁଟ ନିଆଯିବ ବୋଲି କୋରାପୁଟ କଫିର କର୍ମଚାରୀ ଚିନ୍ମୟ ପାତ୍ର କହିଛନ୍ତି। ଏବେ ସୁଦ୍ଧା ପ୍ରାୟ ୬ରୁ ୭ ଟନ୍‌ କଫି ମଞ୍ଜି ସଂଗ୍ରହ କରି ପ୍ରସ୍ତୁତ କରାଯାଇଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ଚଳିତବର୍ଷ ପ୍ରାୟ ୧୦ରୁ ୧୫ ଟନ ମଞ୍ଜି ସଂଗ୍ରହ କରାଯିବା ସମ୍ଭାବନା ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି ା
କଫି ମିଶନ ଜରିଆରେ ଏବେ ନୂତନ କଫି ବଗିଚା ସୃଷ୍ଟି କରାଯାଉଛି ା ପ୍ରାୟ ୭୦ ହେକ୍ଟର ଜମିରେ ଏହି ଚାଷ କରାଯିବ। ଏଥିସହ ଏବେ ୫୦ଲକ୍ଷ ଟଙ୍କା ବିନିମୟରେ କାଫେ ନିର୍ମାଣ କାର୍ଯ୍ୟ ଚାଲଛି। ସେଠାରେ ଶିଶୁଙ୍କ ପାଇଁ ଉଦ୍ୟାନ, ରାସ୍ତା ମରାମତି, ପୋଖରୀ ସୌନ୍ଦର୍ଯ୍ୟକରଣ ଆଦି କରାଯାଉଛି ା ଏଥିପାଇଁ ପର୍ଯ୍ୟଟନ ବିଭାଗ ୩୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ଏମଜିଏନଆରଇଜିଏସରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ା ସେହିପରି ଆଗକୁ ଆହୁରି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଉଥିବା ବିଡିଓ ପାତ୍ର କହିଛନ୍ତି। ଏହା ଦ୍ୱାରା କଫି ବଗିଚାକୁ ଆସୁଥିତ୍ବା ପର୍ଯ୍ୟଟକ ଜୈବିକ କଫି ପିଇବା ସହ ଶିଶୁ ପର୍ଯ୍ୟଟକ ମାନେ ମଜା ନେଇପାରିବେ। ସୌନ୍ଦର୍ଯକରଣ ହେଲେ ଅଧିକ ପର୍ଯ୍ୟଟକ ଆସିବେ ବୋଲି ସେ କହିଛନ୍ତି। ସେହିପରି ସ୍ଥାନୀୟ କଫି ଗତ କିଛିବର୍ଷ ହେଲା ତାକୁ ପାଉଡର, ମଞ୍ଜିକୁ ଭଜାଯାଇ ବିକ୍ରି କରାଯାଉଥିବା ବେଳେ ଚଳିତ ବର୍ଷ ଏହି ବ୍ୟବସାୟ ବୃଦ୍ଧି ପାଇଛି ା ଗ୍ରିନ କଫି, ଭଜା ମଞ୍ଜି ଏବଂ ପାଉଡର କଫିକୁ ପର୍ଯ୍ୟଟକ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri