ଦାରିଙ୍ଗବାଡ଼ିକୁ ପରିଚୟ ଦେଇଛି କଫି ବଗିଚା

ଦାରିଙ୍ଗବାଡ଼ି,୨।୧(ଡି.ଏନ୍‌.ଏ.):ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ପ୍ରଥମେ ପରିଚୟ ଦେଇଥିଲା କଫି ବଗିଚା ା ପର୍ଯ୍ୟଟକମାନେ କଫି ବଗିଚା ଦେଖିବା ପାଇଁ ଦାରିଙ୍ଗବାଡ଼ି ଆସୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୦୦ ମସିହାରେ ବ୍ଲକ ପ୍ରଶାସନ ପକ୍ଷରୁ ହିଲଭିୟୁ ପାର୍କ କରାଯାଇଥିବା ବେଳେ ୨୦୧୫ରେ ଉକ୍ତ ପାର୍କର ରୁପାନ୍ତରଣ କରାଯାଇଥିଲା। ଏବେ ପୁଣି ରୁପାନ୍ତରୀକରଣ କାର୍ଯ୍ୟ ଚାଲିଛି ା ସେହିପରି ବନ ବିଭାଗ ପକ୍ଷରୁ ନେଚର ପାର୍କ ମଧ୍ୟ କରାଯାଇଥିଲା ା ଦାରିଙ୍ଗବାଡ଼ିକୁ ପ୍ରକୃତି ଅନେକ କିଛି ଦେଇଛି। ଜଳପ୍ରପାତ, ବଣଜଙ୍ଗଲ ଓ ପାହାଡ଼ ଆଦି ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ଆସିବା ଆରମ୍ଭ କଲେ। ଦାରିଙ୍ଗବାଡ଼ିର ଥଣ୍ଡା ପରିବେଶ ଏଠାକାର ଜଳବାୟୁ ଅନ୍ୟ ଜିଲା ତଥା ସହରଠାରୁ ଭିନ୍ନ ା ୨୦୧୫ରେ ପ୍ରଥମଥର ପାଇଁ ଜିଲା ପ୍ରଶାସନ ଉଦ୍ୟମରେ ସରକାରଙ୍କ ପକ୍ଷରୁ ଶୀତ ଉତ୍ସବ ପାଳନ କରାଯାଇଥିଲା। ସେବେଠାରୁ ଦାରିଙ୍ଗବାଡ଼ି ସାରା ବିଶ୍ୱରେ ପରିଚିତ ହେଲା। ଏବେ ବିଭିନ୍ନ ଦେଶ, ବିଦେଶରୁ ଏଠାକୁ ପର୍ଯ୍ୟଟକମାନେ ଆସୁଛନ୍ତି। ପର୍ଯ୍ୟଟକ ଏଠାକାର କଫି ବଗିଚାକୁ ଅଧିକ ପସନ୍ଦ କରୁଛନ୍ତି। ପୂର୍ବରୁ ଏହାକୁ ମୃତ୍ତିକା ସଂରକ୍ଷଣ ବିଭାଗ ଘରୋଇ ସଂସ୍ଥାକୁ ଟେଣ୍ଡର ଆକାରରେ ଦେଇଥିବାରୁ କଫି ବଗିଚାର କୌଣସି ବିକାଶ ହୋଇପାରୁ ନଥିଲା। ଏବେ ରାଜ୍ୟ ସରକାରଙ୍କ (ଟିଡିିସିସିଓଏଲ) ଟ୍ରାଇବଲ୍‌ ଡେଭଲପମେଣ୍ଟ କୋ-ଅପେରଟିଭ କର୍ପୋରେଶନ ଅଫ ଓଡ଼ିଶା ଲିମିଟେଡ଼ କଫି ବଗିଚାକୁ ବିକାଶ କରିବା ଏବଂ କଫିକୁ ପ୍ରସ୍ତୁତ କରି ବିକ୍ରି କରିବା ଆଦି ପଦକ୍ଷେପ ନେଇଛି ା କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ମୃତ୍ତିକା ସଂରକ୍ଷଣ ବିଭାଗ ବାଲିଗୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ପୂର୍ବରୁ କଫି ତୋଳାଯାଇ ପ୍ରସ୍ତୁତି ପାଇଁ କୋରାପୁଟ କିମ୍ବା ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଯାଉଥିଲା ା ପ୍ରଥମଥର ପାଇଁ ଏବେ ଦାରିଙ୍ଗବାଡ଼ି କଫି ବଗିଚା ପରିସରରେ ହିଁ କଫି ପ୍ରସ୍ତୁତ କରାଯାଉଛି ା ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ କଫି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ତାଲିମ ଦିଆଯାଇଛି। ସେମାନଙ୍କ ଦ୍ୱାରା କଫି ମଞ୍ଜି ତୋଳିବା ଠାରୁ ଆରମ୍ଭ କରି ତାକୁ ପଚାଇବା, ଶୁଖାଇବା ଆଦି କରାଯାଉଛି ା ପରବର୍ତ୍ତୀ ସମୟରେ ଏହାକୁ କୋରାପୁଟ ନିଆଯିବ ବୋଲି କୋରାପୁଟ କଫିର କର୍ମଚାରୀ ଚିନ୍ମୟ ପାତ୍ର କହିଛନ୍ତି। ଏବେ ସୁଦ୍ଧା ପ୍ରାୟ ୬ରୁ ୭ ଟନ୍‌ କଫି ମଞ୍ଜି ସଂଗ୍ରହ କରି ପ୍ରସ୍ତୁତ କରାଯାଇଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ଚଳିତବର୍ଷ ପ୍ରାୟ ୧୦ରୁ ୧୫ ଟନ ମଞ୍ଜି ସଂଗ୍ରହ କରାଯିବା ସମ୍ଭାବନା ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି ା
କଫି ମିଶନ ଜରିଆରେ ଏବେ ନୂତନ କଫି ବଗିଚା ସୃଷ୍ଟି କରାଯାଉଛି ା ପ୍ରାୟ ୭୦ ହେକ୍ଟର ଜମିରେ ଏହି ଚାଷ କରାଯିବ। ଏଥିସହ ଏବେ ୫୦ଲକ୍ଷ ଟଙ୍କା ବିନିମୟରେ କାଫେ ନିର୍ମାଣ କାର୍ଯ୍ୟ ଚାଲଛି। ସେଠାରେ ଶିଶୁଙ୍କ ପାଇଁ ଉଦ୍ୟାନ, ରାସ୍ତା ମରାମତି, ପୋଖରୀ ସୌନ୍ଦର୍ଯ୍ୟକରଣ ଆଦି କରାଯାଉଛି ା ଏଥିପାଇଁ ପର୍ଯ୍ୟଟନ ବିଭାଗ ୩୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ଏମଜିଏନଆରଇଜିଏସରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ା ସେହିପରି ଆଗକୁ ଆହୁରି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଉଥିବା ବିଡିଓ ପାତ୍ର କହିଛନ୍ତି। ଏହା ଦ୍ୱାରା କଫି ବଗିଚାକୁ ଆସୁଥିତ୍ବା ପର୍ଯ୍ୟଟକ ଜୈବିକ କଫି ପିଇବା ସହ ଶିଶୁ ପର୍ଯ୍ୟଟକ ମାନେ ମଜା ନେଇପାରିବେ। ସୌନ୍ଦର୍ଯକରଣ ହେଲେ ଅଧିକ ପର୍ଯ୍ୟଟକ ଆସିବେ ବୋଲି ସେ କହିଛନ୍ତି। ସେହିପରି ସ୍ଥାନୀୟ କଫି ଗତ କିଛିବର୍ଷ ହେଲା ତାକୁ ପାଉଡର, ମଞ୍ଜିକୁ ଭଜାଯାଇ ବିକ୍ରି କରାଯାଉଥିବା ବେଳେ ଚଳିତ ବର୍ଷ ଏହି ବ୍ୟବସାୟ ବୃଦ୍ଧି ପାଇଛି ା ଗ୍ରିନ କଫି, ଭଜା ମଞ୍ଜି ଏବଂ ପାଉଡର କଫିକୁ ପର୍ଯ୍ୟଟକ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri