ଦାରିଙ୍ଗବାଡି ଶୀତ ମହୋତ୍ସର ଶେଷ ଦିନରେ ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ, ବାଚସ୍ପତି କହିଲେ…

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୪ ଦିନ ଧରି ଚାଲିଥିବା ଏକାଦଶ ତମ ଶୀତ ମହୋତ୍ସବ ଉଦଯାପିତ ହୋଇଯାଇଛି । ରବିବାର ସଂଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦଯାପିତ ଦିବସରେ ମୁଖ୍ୟ ଅତିଥିଭାବେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ପ୍ରମୁଖ ମଞ୍ଚସିନ ରହିଥିଲେ ।

ଭାଇଚାରା ସଂସ୍କୃତି ପାରମ୍ପରିକ ଚଳଣି ରହିଥିବା ଦାରିଙ୍ଗବାଡିର ସୌନ୍ଦର୍ଯ୍ୟ, ଏହାର ପର୍ଯ୍ୟଟନ କ୍ଷେତ୍ର ଏବଂ ଭୌଗଳିକ ସ୍ଥିତିକୁ ଅଧିକା ପ୍ରଂଶସା କରିଥିଲେ ବାଚସ୍ପତି । ମୋ ମାଟି କନ୍ଧମାଳ କହିବାକୁ ଗର୍ବ ଅନୁଭବ କରେ କାରଣ ଏହି ମାଟି ସାହସ ଜନଜାତି ବୀର ରେଣ୍ଡୋ ମାଝୀ, ଚକରା ବିଷୋୟୀଙ୍କ ମାଟିରେ ଆପଣ ଜନ୍ମ ନେଇଛନ୍ତି ତାହା ମୋ ର ଭାଗ୍ୟରେ ନାହିଁ କହିଲେ ବାଚସ୍ପତି ସୁରମା ପାଢ଼ୀ ।
ସେହିପରି ଜିଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗରେ ସୁନ୍ଦର ପରିବେଶ ମଧ୍ୟରେ ପ୍ରବଳ ଶୀତ ହେଉଥିଲେ ମଧ୍ୟ ପର୍ଯ୍ୟଟକ ଓ ଦର୍ଶକଙ୍କ ଭିଡ଼ ଦେଖି ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମର ଶେଷ ଦିନରେ ମଧ୍ୟ ଜନଜାତି ପରମ୍ପରା ନୃତ୍ୟ, ବାଦ୍ୟଯନ୍ତ୍ରର ତାଳେ ତାକେ ଜନଜାତି ନୃତ୍ୟ ତଥା ଚାଙ୍ଗୁ ନୃତ୍ୟକୁ ସ୍ଥାନୀୟ ଦାସିଙ୍ଗବାଡି କଳାକାରଙ୍କ ଦ୍ୱାରା ପରିବେଷଣ କରିଥିଲେ । ସେହିପରି ମହେଶ ଦିଗାଲଙ୍କ ଦ୍ୱାରା ଖଞ୍ଜର ନୃତ୍ୟ, ହେରଦ ପ୍ରଧାନଙ୍କ ଦ୍ୱାରା ଖଞ୍ଜର ନୃତ୍ୟ, ଶୁଭମ ଦିଗାଲଙ୍କ କଣ୍ଠରେ କୁଇ ସଙ୍ଗୀତ ସମେତ ମଞ୍ଚରେ ପ୍ରିୟଙ୍କା ସାହୁ ଓ ତାଙ୍କ ଦଳଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଗୃହରଖି ବିନୋଦ ନାୟକଙ୍କ କଣ୍ଠଦାନ ସହ ଚିନ୍ମୟ ଓ ତାଙ୍କ ଦଳ ଦ୍ୱାରା ନୃତ୍ୟ ପରିବେଷଣ କରିଥିଲେ ।

ସେହିପରି କାନ୍ଧମାଳ କଳା ବିକାଶ କେନ୍ଦ୍ରର  ଜନଜାତି କଳାକାରଙ୍କ ଦ୍ୱାରା ଲୋକକଳାରେ ମଞ୍ଚ ଦୁଲୁକି ଉଠିଥିଲା । ସେହିପରି ମଞ୍ଚରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମରେ ସର୍ଶକ ଝୁମିଥିଲେ । କାର୍ଯ୍ୟକ୍ରମକୁ ମହୋତ୍ସବ ର ସମ୍ପାଦକ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, ବିଏସଏସଓ ଖେତୀଶ ପ୍ରିୟଦର୍ଶି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି,  ଯୋଗାଣ ନିରୀକ୍ଷକ ନିହାର ବେହେରା, ବ୍ଲକ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ ରଥ, ରାଜସ୍ୱ ନିରୀକ୍ଷକ ଦୁର୍ଗା ପ୍ରଧାନ, ମଞ୍ଚ ଦାୟିତ୍ୱ ପତିତପାବନ ରାଉତ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ପରିଚାଳନା କରିଥିଲେ ।

ସୂଚନା ଯୋଗ୍ୟଯେ, ବାଚସ୍ପତି ସୁରମା ପାଢ଼ୀ ଦାରିଙ୍ଗବାଡିରେ ପହଞ୍ଚିବା ପରେ ତାଙ୍କୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସ୍ୱାଗତ କରାଯାଇଥିଲା । ବାଚସ୍ପତି ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁକିଥିଲେ ଏହି ସମୟରେ ସେ ହିଲଭିୟୁ ପାର୍କ ଠାରେ ଜନଜାତିଙ୍କ ସହ ମିଶି ନୃତ୍ୟ ପରିବେଷଣା କରିଥିଲେ  । ସେହିପରି ଦାରିଙ୍ଗବାଡିର କ୍ଷୁଦ୍ରଦାନା ଚାଷ ଓ ଷ୍ଟ୍ରବେରୀ ଚାଷ କୁ ପ୍ରଶଂସା କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri