ଦାରିଙ୍ଗବାଡି ଶୀତ ମହୋତ୍ସର ଶେଷ ଦିନରେ ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ, ବାଚସ୍ପତି କହିଲେ…

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୪ ଦିନ ଧରି ଚାଲିଥିବା ଏକାଦଶ ତମ ଶୀତ ମହୋତ୍ସବ ଉଦଯାପିତ ହୋଇଯାଇଛି । ରବିବାର ସଂଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦଯାପିତ ଦିବସରେ ମୁଖ୍ୟ ଅତିଥିଭାବେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ପ୍ରମୁଖ ମଞ୍ଚସିନ ରହିଥିଲେ ।

ଭାଇଚାରା ସଂସ୍କୃତି ପାରମ୍ପରିକ ଚଳଣି ରହିଥିବା ଦାରିଙ୍ଗବାଡିର ସୌନ୍ଦର୍ଯ୍ୟ, ଏହାର ପର୍ଯ୍ୟଟନ କ୍ଷେତ୍ର ଏବଂ ଭୌଗଳିକ ସ୍ଥିତିକୁ ଅଧିକା ପ୍ରଂଶସା କରିଥିଲେ ବାଚସ୍ପତି । ମୋ ମାଟି କନ୍ଧମାଳ କହିବାକୁ ଗର୍ବ ଅନୁଭବ କରେ କାରଣ ଏହି ମାଟି ସାହସ ଜନଜାତି ବୀର ରେଣ୍ଡୋ ମାଝୀ, ଚକରା ବିଷୋୟୀଙ୍କ ମାଟିରେ ଆପଣ ଜନ୍ମ ନେଇଛନ୍ତି ତାହା ମୋ ର ଭାଗ୍ୟରେ ନାହିଁ କହିଲେ ବାଚସ୍ପତି ସୁରମା ପାଢ଼ୀ ।
ସେହିପରି ଜିଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗରେ ସୁନ୍ଦର ପରିବେଶ ମଧ୍ୟରେ ପ୍ରବଳ ଶୀତ ହେଉଥିଲେ ମଧ୍ୟ ପର୍ଯ୍ୟଟକ ଓ ଦର୍ଶକଙ୍କ ଭିଡ଼ ଦେଖି ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମର ଶେଷ ଦିନରେ ମଧ୍ୟ ଜନଜାତି ପରମ୍ପରା ନୃତ୍ୟ, ବାଦ୍ୟଯନ୍ତ୍ରର ତାଳେ ତାକେ ଜନଜାତି ନୃତ୍ୟ ତଥା ଚାଙ୍ଗୁ ନୃତ୍ୟକୁ ସ୍ଥାନୀୟ ଦାସିଙ୍ଗବାଡି କଳାକାରଙ୍କ ଦ୍ୱାରା ପରିବେଷଣ କରିଥିଲେ । ସେହିପରି ମହେଶ ଦିଗାଲଙ୍କ ଦ୍ୱାରା ଖଞ୍ଜର ନୃତ୍ୟ, ହେରଦ ପ୍ରଧାନଙ୍କ ଦ୍ୱାରା ଖଞ୍ଜର ନୃତ୍ୟ, ଶୁଭମ ଦିଗାଲଙ୍କ କଣ୍ଠରେ କୁଇ ସଙ୍ଗୀତ ସମେତ ମଞ୍ଚରେ ପ୍ରିୟଙ୍କା ସାହୁ ଓ ତାଙ୍କ ଦଳଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଗୃହରଖି ବିନୋଦ ନାୟକଙ୍କ କଣ୍ଠଦାନ ସହ ଚିନ୍ମୟ ଓ ତାଙ୍କ ଦଳ ଦ୍ୱାରା ନୃତ୍ୟ ପରିବେଷଣ କରିଥିଲେ ।

ସେହିପରି କାନ୍ଧମାଳ କଳା ବିକାଶ କେନ୍ଦ୍ରର  ଜନଜାତି କଳାକାରଙ୍କ ଦ୍ୱାରା ଲୋକକଳାରେ ମଞ୍ଚ ଦୁଲୁକି ଉଠିଥିଲା । ସେହିପରି ମଞ୍ଚରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମରେ ସର୍ଶକ ଝୁମିଥିଲେ । କାର୍ଯ୍ୟକ୍ରମକୁ ମହୋତ୍ସବ ର ସମ୍ପାଦକ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, ବିଏସଏସଓ ଖେତୀଶ ପ୍ରିୟଦର୍ଶି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି,  ଯୋଗାଣ ନିରୀକ୍ଷକ ନିହାର ବେହେରା, ବ୍ଲକ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ ରଥ, ରାଜସ୍ୱ ନିରୀକ୍ଷକ ଦୁର୍ଗା ପ୍ରଧାନ, ମଞ୍ଚ ଦାୟିତ୍ୱ ପତିତପାବନ ରାଉତ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ପରିଚାଳନା କରିଥିଲେ ।

ସୂଚନା ଯୋଗ୍ୟଯେ, ବାଚସ୍ପତି ସୁରମା ପାଢ଼ୀ ଦାରିଙ୍ଗବାଡିରେ ପହଞ୍ଚିବା ପରେ ତାଙ୍କୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସ୍ୱାଗତ କରାଯାଇଥିଲା । ବାଚସ୍ପତି ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁକିଥିଲେ ଏହି ସମୟରେ ସେ ହିଲଭିୟୁ ପାର୍କ ଠାରେ ଜନଜାତିଙ୍କ ସହ ମିଶି ନୃତ୍ୟ ପରିବେଷଣା କରିଥିଲେ  । ସେହିପରି ଦାରିଙ୍ଗବାଡିର କ୍ଷୁଦ୍ରଦାନା ଚାଷ ଓ ଷ୍ଟ୍ରବେରୀ ଚାଷ କୁ ପ୍ରଶଂସା କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?