ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଗଞ୍ଜେଇ ଚାଷୀଙ୍କୁ ଡରାଇଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବର ଆଜି ଶେଷ ରାତି।  ଗତ ୪ ଦିନ ଧରି ଏହି ମହୋତ୍ସବ ପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ଛି। ତେବେ ତୃତୀୟ ସନ୍ଧ୍ୟାରେ ଏହି ମହୋତ୍ସବରେ ୩ ଜଣ ଭାରତୀୟ ପୋଲିସ ସେବାର ଅଧିକାରୀ ଅତିଥିଭାବେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ଥିଲେ କନ୍ଧମାଳର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ। ସେ ବାଲିଗୁଡାରେ ୨୦୨୫ ଜାନୁୟାରୀରେ କାର୍ଯ୍ୟରେ ଯୋଗଦେବା ପରେ ଗଞ୍ଜେଇ ଚୋରାଚାଲାଣ ରୋକିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ସାଇବର ଠକ ଓ ବଡ଼ବଡ଼ ଅପରାଧୀଙ୍କୁ ଧରିବାରେ ଓ ଅପରାଧ କମାଇବାରେ କାର୍ଯ୍ୟକରି ବହୁ ଚର୍ଚ୍ଚାରେ ରହିଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କର ବାଲିଗୁଡ଼ାରୁ ବଦଳି ହୋଇ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦେବା ପରେ ଗଞ୍ଜେଇ ବ୍ୟବସାୟୀ ଓ ଏହି ଚାଷ ଓ ବ୍ୟବସାୟ କରୁଥିବା ଲୋକଙ୍କ ସମ୍ପତ୍ତିକୁ ଜବତ କରିବା ଆରମ୍ଭ କରି ଗଞ୍ଜେଇ ବ୍ୟବସାୟୀଙ୍କ ଭିତରେ ଭୟ ସୃଷ୍ଟି କରି ସେ ଚର୍ଚ୍ଚାରେ ରହିଛନ୍ତି।
ସେହି କ୍ରମରେ ଶୀତ ମହୋତ୍ସବ ସେ ଯୋଗଦାନ କରି ଉପସ୍ଥିତ ଲୋକଙ୍କୁ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ଅଧିକା ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହ ରାସାୟନିକ ଯୁକ୍ତ ଖାଦ୍ୟକୁ ବ୍ୟବହାର ନକରି ଜୈବିକ ଓ ସାତ୍ତ୍ୱିକ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଗଞ୍ଜେଇ ଚାଷ ଓ ବିକ୍ରି କରୁଥିବା ଲୋକଙ୍କୁ କହିଥିଲେ  ଯେଉଁମାନେ ଏଥିରେ ସମ୍ପୃକ୍ତି ରହୁଛନ୍ତି ସେମାନଙ୍କୁ ସେ ସତର୍କ କରାୁଛି। ଏହି ବ୍ୟବସାୟ କରି ଅର୍ଥ ରୋଜଗାର କରି ଯଦି ଗାଡ଼ି, ମୋଟର କିଣିଛନ୍ତି, ଘର ନିର୍ମାଣ  କରିଛନ୍ତି କିମ୍ବା ସୁନା ଅଳଙ୍କାର ସମେତ ସମ୍ପତ୍ତି ସୃଷ୍ଟି କରିଛନ୍ତି ତେବେ ତାକୁ ପୋଲିସ ବରଦାସ୍ତ କରିବ ନାହିଁ ବେଆଇନ ସମ୍ପତ୍ତିକୁ ଜବତ କରାଯିବ ବୋଲି ସତର୍କ କରାଇଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସାଦ । ଅତିଥିଙ୍କ ମଧ୍ୟରେ ଅନ୍ୟ ଅତିଥି ଆଇପିଏସ ବାଲିଗୁଡା ଶୁଭମ୍‌ ଭୋସଲେ, ପ୍ରୋବେଶନର ଆଇପିଏସ ଶ୍ରୀନିବାସ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ବଢ଼ିବ ଶୀତର ପ୍ରକୋପ: ୩ ଦିନ ମଧ୍ୟରେ ଏସବୁ ଜିଲାରେ…

ଭୁବନେଶ୍ୱର,୧୧।୧: ଓଡ଼ିଶାରେ ପୁଣି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ରୁ ୩...

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି, ପୁଲିହାରୀ-ଡ୍ରାଏ ଫ୍ରୁଟସରେ ମା’ ଗୋଦାଦେବୀ…

ରାୟଗଡ଼ା,୧୧/୧(ଆଶିଷ ରଞ୍ଜନ ପଣ୍ଡା)- ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ବ୍ଲକର ଜେକେପୁର ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ସ୍ଥାନୀୟ ମନ୍ଦିର ପ୍ରଭୁ ଭେଙ୍କେଟେଶ୍ବରଙ୍କ ସ୍ତ୍ରୀ ଗୋଦାଦେବୀଙ୍କ ଚିତ୍ର...

ରାୟଗଡ଼ାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା, ଦାୟିତ୍ୱରେ ରହିବେ ୨ ଇନସ୍ପେକ୍ଟର

ରାୟଗଡ଼ା,୧୧।୧(ଆଶିଷ ରଞ୍ଜନ ପଣ୍ଡା)- ବର୍ତ୍ତମାନର ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ପୂର୍ବକ ରାୟଗଡ଼ା ଜିଲା...

ପଞ୍ଚାୟତ ନିର୍ବାଚନ ଅଣ୍ଟା ଭିଡ଼ା, ଗୁରୁମନ୍ତ୍ର ଦେଲେ ବିଧାୟକ

କୁନ୍ଦୁରା,(ସନ୍ତୋଷ ପ୍ରହରାଜ)୧୧/୧: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁଷାଙ୍ଗଗୁଡା କୋଲାବ ସେତୁ ନିକଟରେ କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀଙ୍କ ନେତୃତ୍ୱରେ ଆଠ ପଞ୍ଚାୟତର କର୍ମୀଙ୍କୁ...

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ହତ୍ୟା ଉଦ୍ୟମ ଅଭିଯୋଗ, ୨୬ ଅଭିଯୁକ୍ତ…

ଦିଗପହଣ୍ଡି,୧୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କରପଡା ପଞ୍ଚାୟତ ଜଙ୍ଘମା ଗ୍ରାମ ନିକଟ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା...

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ସହାୟତା ରାଶି ଘୋଷଣା କଲେ….

ଛତ୍ରପୁର,(ଦିଲ୍ଲୀପ ସାମଲ)୧୧/୧: ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ ଗାଙ୍ଗପୁର- ୨ ଗ୍ରାମର ସାଗର ନାହାକ (୨୮)...

ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ, ଠିଆ ହୋଇଥିବା ବେଳେ….

ବେଲପାହାଡ, ୧୧/୧(ସୁବାସ ପ୍ରଧାନ): ବର୍ତ୍ତିଗଲା ବଡ଼ ଟ୍ରେନ ଦୁର୍ଘଟଣା । ଝାରସୁଗୁଡ଼ା ଜିଲାରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଝାରସୁଗୁଡା ଜିଲା ବେଲପାହାଡ଼...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୧ା୧: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ୫ ଜାନୁଆରୀ ୨୦୨୬ରେ ସାର୍‌ ଗଙ୍ଗାରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri