ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଗଞ୍ଜେଇ ଚାଷୀଙ୍କୁ ଡରାଇଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବର ଆଜି ଶେଷ ରାତି।  ଗତ ୪ ଦିନ ଧରି ଏହି ମହୋତ୍ସବ ପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ଛି। ତେବେ ତୃତୀୟ ସନ୍ଧ୍ୟାରେ ଏହି ମହୋତ୍ସବରେ ୩ ଜଣ ଭାରତୀୟ ପୋଲିସ ସେବାର ଅଧିକାରୀ ଅତିଥିଭାବେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ଥିଲେ କନ୍ଧମାଳର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ। ସେ ବାଲିଗୁଡାରେ ୨୦୨୫ ଜାନୁୟାରୀରେ କାର୍ଯ୍ୟରେ ଯୋଗଦେବା ପରେ ଗଞ୍ଜେଇ ଚୋରାଚାଲାଣ ରୋକିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ସାଇବର ଠକ ଓ ବଡ଼ବଡ଼ ଅପରାଧୀଙ୍କୁ ଧରିବାରେ ଓ ଅପରାଧ କମାଇବାରେ କାର୍ଯ୍ୟକରି ବହୁ ଚର୍ଚ୍ଚାରେ ରହିଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କର ବାଲିଗୁଡ଼ାରୁ ବଦଳି ହୋଇ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦେବା ପରେ ଗଞ୍ଜେଇ ବ୍ୟବସାୟୀ ଓ ଏହି ଚାଷ ଓ ବ୍ୟବସାୟ କରୁଥିବା ଲୋକଙ୍କ ସମ୍ପତ୍ତିକୁ ଜବତ କରିବା ଆରମ୍ଭ କରି ଗଞ୍ଜେଇ ବ୍ୟବସାୟୀଙ୍କ ଭିତରେ ଭୟ ସୃଷ୍ଟି କରି ସେ ଚର୍ଚ୍ଚାରେ ରହିଛନ୍ତି।
ସେହି କ୍ରମରେ ଶୀତ ମହୋତ୍ସବ ସେ ଯୋଗଦାନ କରି ଉପସ୍ଥିତ ଲୋକଙ୍କୁ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ଅଧିକା ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହ ରାସାୟନିକ ଯୁକ୍ତ ଖାଦ୍ୟକୁ ବ୍ୟବହାର ନକରି ଜୈବିକ ଓ ସାତ୍ତ୍ୱିକ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଗଞ୍ଜେଇ ଚାଷ ଓ ବିକ୍ରି କରୁଥିବା ଲୋକଙ୍କୁ କହିଥିଲେ  ଯେଉଁମାନେ ଏଥିରେ ସମ୍ପୃକ୍ତି ରହୁଛନ୍ତି ସେମାନଙ୍କୁ ସେ ସତର୍କ କରାୁଛି। ଏହି ବ୍ୟବସାୟ କରି ଅର୍ଥ ରୋଜଗାର କରି ଯଦି ଗାଡ଼ି, ମୋଟର କିଣିଛନ୍ତି, ଘର ନିର୍ମାଣ  କରିଛନ୍ତି କିମ୍ବା ସୁନା ଅଳଙ୍କାର ସମେତ ସମ୍ପତ୍ତି ସୃଷ୍ଟି କରିଛନ୍ତି ତେବେ ତାକୁ ପୋଲିସ ବରଦାସ୍ତ କରିବ ନାହିଁ ବେଆଇନ ସମ୍ପତ୍ତିକୁ ଜବତ କରାଯିବ ବୋଲି ସତର୍କ କରାଇଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସାଦ । ଅତିଥିଙ୍କ ମଧ୍ୟରେ ଅନ୍ୟ ଅତିଥି ଆଇପିଏସ ବାଲିଗୁଡା ଶୁଭମ୍‌ ଭୋସଲେ, ପ୍ରୋବେଶନର ଆଇପିଏସ ଶ୍ରୀନିବାସ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri