ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ ଖ୍ରୀଷ୍ଟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଯାଇଛି ଉଲ୍ଲାସ, ଖୁସି ଆଉ ଆନନ୍ଦ। ଭାଇଚାରାର ବାର୍ତ୍ତା ନେଇ ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ଏହି ବଡ଼ଦିନକୁ ପାଳନ କରିବେ। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡ଼ିଛି। ଗାଁ ଗାଁରେ ଏବେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପାଇଁ ଗୁହାଳ ଘର ପ୍ରସ୍ତୁତି ସହ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଯାହାକି ଆକର୍ଷଣୀୟ ଭାବେ ଝଲସି ଉଠୁଛି। ଘରେ ଘରେ ପିଠାପଣାର ଆସର ଜମିବ ଆଉ ଚର୍ଚ୍ଚ, ପ୍ରାର୍ଥନା ଗୃହ ମଧ୍ୟ ବରଣ ସହ ରଙ୍ଗ ବେରଙ୍ଗ ଆଲୁଅରେ ଝଲସିବା ଆରମ୍ଭ ହେଲାଣି। ନୂଆ ପୋଷାକ ପାଇଁ ମାର୍କେଟିଂ ଚାଲିଛି। ସେପଟେ ନିଜ ନିଜ ଗୃହକୁ ରଙ୍ଗ ଦିଆଯିବା ସହ ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଲାଣି।

ପ୍ରକାଶ ଯେ, ୨୪ ମଧ୍ୟରାତ୍ରରେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ହେବ ୨୫ରେ। ଏହାକୁ ବଡ଼ଦିନ ଭାବେ ପାଳନ କରାଯିବ ସାମୁହିକ ପ୍ରାର୍ଥନା, ଯଜ୍ଞ, ବାଇବଲ ପଠନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ପାଳନ କରାଯିବ। ସେଥିପାଇଁ ଦାରିଙ୍ଗବାଡ଼ି ଏବେ ଠାରୁ ଉତ୍ସବ ମୁଖର ହୋଇପଡିଛି। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବ୍ରାହ୍ମଣୀଗାଁ କାଟିଙ୍ଗିଆ, କିରାମାହା, ତାଜୁଙ୍ଗିଆ, ହାତୀମୁଣ୍ଡା, ଭ୍ରମରବାଡି, ଗଦାପୁର, ପର୍ତ୍ତମାହା, ସିଆଙ୍ଗବାଲି, ବାଡ଼ାବାଙ୍ଗା, ସରାମୁଳି, ଝିଞ୍ଜିରୀଗୁଡ଼ା, କୁମ୍ଭାରୀଗାଁ ଆଦି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡିଏସ୍‌ପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ କହିଛନ୍ତି ପୋଲିସ ଫ୍ଲାଗ୍‌ମାର୍ଚ୍ଚ କରିବା ସହ ଉପସ୍ଥିତ ଜାହିର କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri