ଦାରିଙ୍ଗବାଡ ବ୍ଲକ ପ୍ରଶାସନ ପାଳିଲା ବିଶ୍ୱକର୍ମା ପୂଜା

ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସରରେ ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜକ ତଥା ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ମିଶ୍ରଙ୍କ ପୌରାହିତରେ ପୂଜାର୍ଚନା କରାଯାଇଛି। ବିଶ୍ୱକର୍ମାଙ୍କୁ ଆହ୍ବାନ, ହୋମ, ଦୀପ ଦାନ ଆଦି କରାଯାଇଥିଲା। ବିଡ଼ିଓ ପ୍ରୀତିରଞ୍ଜନ ରଥ କର୍ତ୍ତା ଭାବେ ପୂଜାର୍ଚନା ସମ୍ପାଦନା କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, ସୁଶାନ୍ତ ପ୍ରଧାନ, କମଳ ପାତ୍ର ପ୍ରମୁଖ ଏହି ପୂଜାରେ ଉପବାସରେ ରହି ବ୍ରତ ପାଳନ କରିଥିଲେ। କୁହାଯାଏ ବିଶ୍ୱକର୍ମା ହେଉଛନ୍ତି ସ୍ଥାପତ୍ୟ ଏବଂ ଇଞ୍ଜିନିୟରିଂର ଦେବତା ତେଣୁ ଇଞ୍ଜିନିୟର ମାନେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରିଥିଲେ। ତାଙ୍କ ସହ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି ପୂଜା କାର୍ଯ୍ୟରେ ଯୋଗଦାନ କରି ବିଶ୍ୱକର୍ମାଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ସମସ୍ତେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜାରେ ନିଜ ବ୍ରତକୁ ପାଳନ କରିଥିଲେ।
ସେହିପରି ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ  ସମର୍ପିତ ହୋଇ ବିଶ୍ୱକର୍ମା ପୂଜା ଅଞ୍ଚଳରେ ରହିଥିବା ଛୋଟଛୋଟ ଶିଳ୍ପ ଗୃହ, ବୈଷୟିକ ୟୁନିଟ ଏବଂ ଉତ୍ପାଦନ ୟୁନିଟ ଗୁଡ଼ିକରେ ବହୁ ଭକ୍ତିର ସହିତ ପାଳିତ ହେଉଛି। ବୈଷୟିକ ଏବଂ ଉତ୍ପାଦନ ୟୁନିଟ ମାଲିକମାନେ ସେମାନଙ୍କ ୟୁନିଟ୍‌ରେ  ପୂଜା ପାଇଁ ପ୍ରସ୍ତୁତି କରୁଥିବା ଦେଖାଯାଇଥିଲା। ସେହିପରି, ଧୋଇ ହୋଇଥିବା ଯାନବାହାନ ଧରି ଲୋକମାନେ ମନ୍ଦିରରେ ସେମାନଙ୍କର ଯାନବାହାନ, ଯନ୍ତ୍ରପାତିକୁ ପବିତ୍ର କରିବା ପାଇଁ ପୂଜାର୍ଚ୍ଚନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri