କେନ୍ଦ୍ରାପଡ଼ା କେନାଲର ଦାନପୁର ଲକ୍‌ ପୋଲ ବିପଦସଙ୍କୁଳ

ଡେରାବିଶ, ୪ା୧୧(ସ୍ବ.ପ୍ର.):ବ୍ରିଟିସ୍‌ ସରକାର ଅମଳରୁ ନୌବାଣିଜ୍ୟ କାରବାର ଓ ଜଳସେଚନ ସୁବିଧା ପାଇଁ ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହା ମଧ୍ୟରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ନୌବାଣିଜ୍ୟ କାରବାର ମଧ୍ୟ ବନ୍ଦ ହୋଇଯାଇଛି। ଏହି କେନାଲଟି କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଜରାଜୀର୍ଣ୍ଣ ହୋଇପଡ଼ିଥିବା ଏହି ଲକ୍‌ ପୋଲକୁ ଜଳସମ୍ପଦ ବିଭାଗ ତରଫରୁ କୌଣସି ଦୃଷ୍ଟି ଦିଆଯାଉ ନ ଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଲୁଣା ନଦୀର ଦାନପୁରଠାରେ ନିର୍ମିତ ସେତୁକୁ ଏହି ଲକ୍‌ ପୋଲ ଦେଇ ରାସ୍ତା ସଂଯୋଗ କରାଯାଇଛି। କିନ୍ତୁ ପୂର୍ତ୍ତ ବିଭାଗ ଏହି ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବାରୁ ଜଳସମ୍ପଦ ଲକ୍‌ ପୋଲର ମରାମତିରୁ ସମ୍ପୂର୍ଣ୍ଣ ଓହରି ଯାଇଛି। ପୋଲର ଅବସ୍ଥା ଏଭଳି ହୋଇଛି ପିଲାରରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଏହି ପୋଲ ଦେଇ ଲୁଣାନଦୀର ବାଲିଘାଟରୁ ଶତାଧିକ ବାଲି ବୋଝେଇ ଟ୍ରକ, ଯାତ୍ରୀବାହୀ ବସ୍‌ ସମେତ ଡେରାବିଶ, ଗରଦପୁର, ଓ ମାର୍ଶାଘାଇ ବ୍ଲ୍ଳକ ଅଞ୍ଚଳର ଅଧିବାସୀଙ୍କ ପାଇଁ ପୋଲ ସମ୍ପୂର୍ଣ୍ଣ ବିପଦ ପାଲଟିଛି। ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଲୁଣାନଦୀର ସେତୁ ଓ କେନ୍ଦ୍ରାପଡ଼ା କେନାଲରେ ନିର୍ମିତ ସେତୁକୁ ୨୦୧୬ରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ମାତ୍ର କେନାଲରେ ନିର୍ମିତ ପୋଲକୁ ସଂଯୋଗକରଣ ରାସ୍ତାର ସ୍ଥାନଟି ନ୍ୟାୟାଳୟରେ ବିଚାରାଧୀନ ଅଛି। ରାସ୍ତା ନିର୍ମାଣ ପାଇଁ ବିଳମ୍ବ ହେଉଥିବା ନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ଦାସ କହିଛନ୍ତି। ଅପରପକ୍ଷରେ ବିପଦସଙ୍କୁଳ ଥିବା ଲକ୍‌ ପୋଲଟି ଯେକୌଣସି ମୁହୁର୍ତ୍ତରେ ଭୁଶୁଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ କହିଛନ୍ତି। ଏହି ଲକ୍‌ ପୋଲଟି ତୁରନ୍ତ ନିର୍ମାଣ କରା ନ ଗଲେ କିମ୍ବା ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାରେ ବିଳମ୍ବ ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri