କେନ୍ଦ୍ରାପଡ଼ା କେନାଲର ଦାନପୁର ଲକ୍‌ ପୋଲ ବିପଦସଙ୍କୁଳ

ଡେରାବିଶ, ୪ା୧୧(ସ୍ବ.ପ୍ର.):ବ୍ରିଟିସ୍‌ ସରକାର ଅମଳରୁ ନୌବାଣିଜ୍ୟ କାରବାର ଓ ଜଳସେଚନ ସୁବିଧା ପାଇଁ ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହା ମଧ୍ୟରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ନୌବାଣିଜ୍ୟ କାରବାର ମଧ୍ୟ ବନ୍ଦ ହୋଇଯାଇଛି। ଏହି କେନାଲଟି କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଜରାଜୀର୍ଣ୍ଣ ହୋଇପଡ଼ିଥିବା ଏହି ଲକ୍‌ ପୋଲକୁ ଜଳସମ୍ପଦ ବିଭାଗ ତରଫରୁ କୌଣସି ଦୃଷ୍ଟି ଦିଆଯାଉ ନ ଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଲୁଣା ନଦୀର ଦାନପୁରଠାରେ ନିର୍ମିତ ସେତୁକୁ ଏହି ଲକ୍‌ ପୋଲ ଦେଇ ରାସ୍ତା ସଂଯୋଗ କରାଯାଇଛି। କିନ୍ତୁ ପୂର୍ତ୍ତ ବିଭାଗ ଏହି ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବାରୁ ଜଳସମ୍ପଦ ଲକ୍‌ ପୋଲର ମରାମତିରୁ ସମ୍ପୂର୍ଣ୍ଣ ଓହରି ଯାଇଛି। ପୋଲର ଅବସ୍ଥା ଏଭଳି ହୋଇଛି ପିଲାରରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଏହି ପୋଲ ଦେଇ ଲୁଣାନଦୀର ବାଲିଘାଟରୁ ଶତାଧିକ ବାଲି ବୋଝେଇ ଟ୍ରକ, ଯାତ୍ରୀବାହୀ ବସ୍‌ ସମେତ ଡେରାବିଶ, ଗରଦପୁର, ଓ ମାର୍ଶାଘାଇ ବ୍ଲ୍ଳକ ଅଞ୍ଚଳର ଅଧିବାସୀଙ୍କ ପାଇଁ ପୋଲ ସମ୍ପୂର୍ଣ୍ଣ ବିପଦ ପାଲଟିଛି। ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଲୁଣାନଦୀର ସେତୁ ଓ କେନ୍ଦ୍ରାପଡ଼ା କେନାଲରେ ନିର୍ମିତ ସେତୁକୁ ୨୦୧୬ରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ମାତ୍ର କେନାଲରେ ନିର୍ମିତ ପୋଲକୁ ସଂଯୋଗକରଣ ରାସ୍ତାର ସ୍ଥାନଟି ନ୍ୟାୟାଳୟରେ ବିଚାରାଧୀନ ଅଛି। ରାସ୍ତା ନିର୍ମାଣ ପାଇଁ ବିଳମ୍ବ ହେଉଥିବା ନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ଦାସ କହିଛନ୍ତି। ଅପରପକ୍ଷରେ ବିପଦସଙ୍କୁଳ ଥିବା ଲକ୍‌ ପୋଲଟି ଯେକୌଣସି ମୁହୁର୍ତ୍ତରେ ଭୁଶୁଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ କହିଛନ୍ତି। ଏହି ଲକ୍‌ ପୋଲଟି ତୁରନ୍ତ ନିର୍ମାଣ କରା ନ ଗଲେ କିମ୍ବା ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାରେ ବିଳମ୍ବ ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri