କେନ୍ଦ୍ରାପଡ଼ାରେ ବିପଜ୍ଜନକ ନୌପରିବହନ

କେନ୍ଦ୍ରାପଡା ଅଫିସ, ୧୦।୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜାତୀୟଉଦ୍ୟାନ ଭିତରକନିକା ନଳିତାପାଟିଆଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଧବାର ପ୍ରଥମଥର ପାଇଁ ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି। ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଭିତରକନିକାର ପ୍ରାକୃତିକ ବିଭବ ସହ ହୁକିଟୋଲା, ହାବେଳିଖଟି, ବତିଘର ଆଦି ପର୍ଯ୍ୟଟକଙ୍କ ଆକର୍ଷଣ ହେବ। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଯିବାକୁ ପର୍ଯ୍ୟଟକଙ୍କୁ ଦେଶୀ ଡଙ୍ଗା ଓ ବୋଟର ସାହାରା ନେବାକୁ ପଡ଼ିବ। ଦେଶୀ ଡଙ୍ଗାରେ ପର୍ଯ୍ୟଟକ ଯିବା ବହୁ ସମୟରେ ଭାରି ପଡୁଛି। କ୍ଷମତାରୁ ଅଧିକ ଯାତ୍ରୀ ଡଙ୍ଗାରେ ରହୁଥିବାରୁ ବାରମ୍ବାର ଓଲଟି ପଡୁଛି। ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣା ସତ୍ତ୍ୱେ ପ୍ରଶାସନର ଏଥିପ୍ରତି ନିଘା ରହୁନାହିଁ। ୨୦୦୪ର ବୋଟ୍‌ ରୁଲ ଜିଲାରେ କାର୍ଯ୍ୟକାରୀ ହେଉନାହିଁ। ଜିଲାର ୨୪୯ରୁ ୧୭ ପଞ୍ଚାୟତକୁ ସେତୁ ନ ଥିବାରୁ ବିପଜ୍ଜନକ ନୌପରିବହନ ପାଇଁ ଡଙ୍ଗା ଭରସା ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ମହାକାଳପଡ଼ାର ସୁଶୀଲ କୁମାର ରାଉତ କୁହନ୍ତି, ୩ ମାସ ପୂର୍ବେ ପିତାପାଟଠାରେ ଡଙ୍ଗା ଓଲଟି ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏଠାରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡି ଜଗତ୍‌ସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ବର୍ଷକୁ ୧୦ ଡଙ୍ଗା ବୁଡି ଘଟଣା ଘଟୁଛି। ଅଧିକ ଯାତ୍ରୀ ପରିବହନ ଓ ଅନଭିଜ୍ଞ ନୌଚାଳନା ଏହାର ପ୍ରମୁଖ କାରଣ ସାଜିଛି। ଏ ସଂକ୍ରାନ୍ତରେ ମହାକାଳପଡ଼ା ୟୁଥ୍‌ କ୍ଲବର ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ପଦନୀପାଳ, ଏକମାଣିଆ, ସିଂହଗଁା, ବତିଘର ସମେତ ୧୭ଟି ପଞ୍ଚାୟତକୁ ଗମନାଗମନ ପାଇଁ ସେତୁ ନାହିଁ। ଏଥିପାଇଁ ପଞ୍ଚାୟତବାସୀ ଦେଶୀ ଡଙ୍ଗା ଓ ନୌକାର ସାହାରା ନେଉଛନ୍ତି। ଜିଲାରେ ଥିବା ଅଧିକାଂଶ ବୋଟ୍‌ ଓ ଡଙ୍ଗା ବୀମା ପରିସରକୁ ଆସିନାହିଁ। ଏପରିକି ବୋଟ୍‌ ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ନାହିଁ। ବୋଟ୍‌ ଓ ଡଙ୍ଗାର ଫିଟନେସ ନ ଥିଲେ ମଧ୍ୟ ପର୍ଯ୍ୟଟକ ଓ ଯାତ୍ରୀ ବିପଜ୍ଜନକ ଭାବେ ନଦୀପଥରେ ଯାତାୟାତ କରୁଛନ୍ତି। କୌଣସି କାରଣରୁ ଦୁର୍ଘଟଣା ହେଲେ ମୃତାହତଙ୍କୁ କ୍ଷତିପୂରଣ ମିଳିବା କଷ୍ଟକର ହୋଇପଡ଼ିବ। ଏ ନେଇ ରାଜନଗର ବ୍ଲକ, ଗୁପ୍ତିର ସୁରେନ୍ଦ୍ର ସାହୁ, ଜାତୀୟ ଉଦ୍ୟାନ ଭିତରକନିକାରେ ୪୦ରୁ ଊର୍ଦ୍ଧ୍ୱ ବୋଟ୍‌ ବିନା ଫିଟନେସରେ ଚାଲୁଛି। ହେଲେ ବନବିଭାଗ ଦୃଷ୍ଟି ଦେଉନାହିଁି। ଜାତୀୟଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି। ଏହି କୁମ୍ଭୀରପ୍ରବଣ ଅଞ୍ଚଳ ମଧ୍ୟ ଦେଇ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଆଦି ଅଞ୍ଚଳରୁ ଡଙ୍ଗା ଓ ବୋଟ ଚଳାଚଳ କରୁଛି। ବୋଟ୍‌ ଓ ଡଙ୍ଗା ଚାଳକଙ୍କ ମଧ୍ୟରୁ କେତେଜଣ ନାବାଳକ ଓ ଅନଭିଜ୍ଞଙ୍କୁ ଦେଖିବାକୁ ମିଳୁଛି। ଏ ନେଇ ସତର୍କତା ଅବଲମ୍ବନ ନ କଲେ ଇକୋ ରିଟ୍ରିଟ୍‌ ଜିଲା ପ୍ରଶାସନ ପାଇଁ ମହଙ୍ଗା ହେବ। ରାଜନଗର, ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କୁ ଏ ସମ୍ପର୍କରେ ପଚାରିବାରେ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବୋଟ୍‌ ଓ ଡଙ୍ଗାର ବୀମା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ରାପଡ଼ା, ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ଏ ନେଇ ପଚାରିବାରେ ଦେଶୀ ଡଙ୍ଗା ଓ ବୋଟ ଚାଳକଙ୍କୁ ଏ ନେଇ ସଚେତନ କରାଯାଉଛି। ନିୟମ ବହିର୍ଭୂତ କୌଣସି ଡଙ୍ଗା ଅଥବା ବୋଟ୍‌ ନଦୀରେ ଯାତାୟାତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri