ମନ୍ତେଇ ଘାଟରେ ବିପଦପୂର୍ଣ୍ଣ ଯାତ୍ରା: ଦଉଡ଼ିରେ ଝୁଲୁଛି ଯାତ୍ରୀଙ୍କ ଜୀବନ

ଭଦ୍ରକ ଅଫିସ, ୨୮ା୬-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ଚାରବାଟିଆ ମନ୍ତେଇ ନଦୀଘାଟରେ ଦୈନିକ ହଜାର ହଜାର ଲୋକ ବିପଦପୂର୍ଣ୍ଣ ଭାବେ ଡଙ୍ଗା ମାଧ୍ୟମରେ ଯାତ୍ରା କରୁଛନ୍ତି। ଘାଟିଆ ନଦୀର ଉଭୟପଟେ ଦଉଡି ବାନ୍ଧି ତାହାରି ଭରସାରେ ଯାତ୍ରୀମାନଙ୍କୁ ଡଙ୍ଗାରେ ପାର କରାଉଛନ୍ତି। ଏହି ଘାଟରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ। ଏଠାରେ ଏକ ପୋଲ ନିର୍ମାଣ ଲାଗି ଲୋକେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି।
ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି ଅଞ୍ଚଳବାସୀଙ୍କ ସମେତ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ଏହି ଘାଟ ଦେଇ ପାର ହେଉଛନ୍ତି। ମୁଖ୍ୟତଃ ବାସୁଦେବପୁର ବ୍ଲକକୁ ଜଳପଥ ଯୋଗେ ତିହିଡ଼ି ଓ ଚାନ୍ଦବାଲି ବ୍ଲକକୁ ଏହି ଘାଟ ଯୋଗାଯୋଗ କରାଇବାର ମୁଖ୍ୟ ମାଧ୍ୟମ। ବାସୁଦେବପୁର ବ୍ଲକର ବାଲିମୁଣ୍ଡା, ବିଦେଇପୁର, କିସ୍ମତକୃଷ୍ଣପୁର, ସାନକୃଷ୍ଣପୁର, ଲକ୍ଷ୍ମୀଦାସପୁର, ବାଲିମେଦ, ଜଗନ୍ନାଥପ୍ରସାଦ, ପଦ୍ମପୁର, ସୁଗୋ, ଏଡ଼ତାଳ, ଲୁଙ୍ଗା ଓ ଭଦ୍ରକ ବ୍ଲକର ସାହାଡ଼ା, ସାବରଙ୍ଗ, ଗୋରାମାଟି ପଞ୍ଚାୟତର ଲୋକେ ତିହିଡ଼ି ଓ ଚାନ୍ଦବାଲି ବ୍ଲକକୁ ଏହି ଘାଟ ପାର ହୋଇ ଯାତାୟାତ କରୁଛନ୍ତି। ଏହି ରାସ୍ତା ଉପରୋକ୍ତ ୩ ବ୍ଲକକୁ ଯାତାୟାତରେ ଶଟ୍‌କଟ୍‌ ରାସ୍ତା ହୋଇଥିବାରୁ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏହି ଘାଟ ଉପରେ ନିର୍ଭର କରି ଯାତାୟାତ କରିଥାନ୍ତି।
ଜାତିର ପିତା ମହାତ୍ମା ଗାନ୍ଧୀ ଏହି ଘାଟ ଦେଇ ଆସି ଚାରବାଟିଆ ଗ୍ରାମରେ ରାତ୍ରିଯାପନ କରିଥିଲେ। ଉକ୍ତ ସ୍ଥାନକୁ ଗାନ୍ଧୀ ସ୍ମାରକୀ ପୀଠ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରି କି ବ୍ରିଟିଶ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଜଳ ପରିବହନ ପାଇଁ ଚାରବାଟିଆଠାରୁ ଅବିଭକ୍ତ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅଧୀନ ଜାମକୁଣ୍ଡା ବ୍ଲକ ପର୍ଯ୍ୟନ୍ତ ଜଳପଥ ଭାବରେ ବ୍ୟବହାର କରୁଥିଲେ। ବର୍ତ୍ତମାନ ସୁଦ୍ଧା ବ୍ରିଟିଶ ଅମଳର ସ୍ଲୁଇସଗେଟ୍‌ ଅକ୍ଷତ ଅବସ୍ଥାରେ ରହିଛି। ଉକ୍ତ ଘାଟ ଏବେ ଲୋକଙ୍କ ବିପଦପୂର୍ଣ୍ଣ ଯାତ୍ରାର ମାଧ୍ୟମ ପାଲଟିଛି। ଏଥିପ୍ରତି ପ୍ରଶାସନ କିମ୍ବା ରାଜନେତା ଦୃଷ୍ଟି ଦେଉ ନ ଥିବାରୁ ଏକ ଦଉଡ଼ି ଲୋକଙ୍କ ଜୀବନକୁ ଝୁଲାଇ ରଖିଛି। ଏହି ଘାଟ ପାର ହେବାକୁ ହେଲେ ଘାଟିଆ ଲୋକଙ୍କୁ ବସାଇ ଏକ ଦଉଡ଼ିକୁ ଟାଣି ଧରି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପାର କରାଉଛି। ହେଲେ ଡଙ୍ଗାରେ କୌଣସି ଜୀବନ ରକ୍ଷାକାରୀ ଉପକରଣ ଯଥା ଲାଇଫ୍‌ ଜ୍ୟାକେଟ୍‌, ବାୟୁ ଭର୍ତ୍ତି ଟ୍ୟୁବ୍‌ ରଖାଯାଇନାହିଁ। ଏହି ଘାଟରେ ଗତବର୍ଷ ଯାତ୍ରୀମାନେ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ ସହ ନଦୀକୁ ଗଳିପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନ ଦେଇ ପୋଲ ନିର୍ମାଣ ପାଇଁ ଉଦ୍ୟମ ନ କରିବା ପରିତାପର ବିଷୟ। କରୋନା ମହାମାରୀ ସମୟରେ ପ୍ରଶାସନ ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ଘାଟ ପାର ହେଉଥିବା ସମୟରେ ସାମାଜିକ ଦୂରତ୍ୱ କଟକଣାକୁ ଫାଙ୍କି ସଂଖ୍ୟାଧିକ ଯାତ୍ରୀ ଏକାସାଙ୍ଗରେ ପାର ହେଉଛନ୍ତି। ଏନେଇ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ କହନ୍ତି ଏକାଧିକବାର ଟେଣ୍ଡର କରାଯାଇଛି। କିନ୍ତୁ ଠିକାଦାରମାନେ ଏଥିରେ ସାମିଲ ହେଉନାହାନ୍ତି। ପ୍ରକଳ୍ପର ମୂଲ୍ୟ କମ୍‌ ହେଉଥିବା ଦର୍ଶାଇ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri