ମାଡ଼ି ଆସୁଛି ବିପଦ: ପୃଥିବୀ ମୁହାଁ ଜଳନ୍ତା ଗ୍ରହପିଣ୍ଡ

ରୋମ,୧୬।୩: ପୃଥିବୀ ଉପରେ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ୧୭୦୦ ମିଟର ଚୌଡ଼ା ଜଳନ୍ତା ଗ୍ରହପିଣ୍ଡ ୨୦୦୧-ଏଫ୍‌ଓ-୩୨(୨୩୧୯୩୭) ମାର୍ଚ୍ଚ ୨୧ରେ ପୃଥିବୀକୁ ଅତିକ୍ରମ କରିବ। ଏହାର ଫଟୋକୁ ଇଟାଲୀସ୍ଥିତ ଭର୍ଚ୍ୟୁଆଲ୍‌ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି। ଏହା ପୃଥିବୀଠାରୁ ୭୫ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ। ଘଣ୍ଟା ପିଛା ୧ ଲକ୍ଷ ୨୪ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ତେବେ ଏହା ସୁରକ୍ଷିତ ଭାବେ ପୃଥିବୀକୁ ଅତିକ୍ରମ କରିବ ବୋଲି ମହାକାଶ ବିଜ୍ଞାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଲକ୍ଷ ଲକ୍ଷ ବର୍ଷ ତଳେ ଏଭଳି ଏକ ଗ୍ରହପିଣ୍ଡ ପୃଥିବୀ ସହିତ ଧକ୍କା ହେବାରୁ ଡାଇନୋସୋରସ୍‌ ଭଳି ବୃହତ ପ୍ରାଣୀ ଲୋପ ପାଇଯାଇଥିଲେ। ସେତେବେଳେ ବହୁ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଧୂଳି ଘୋଟି ରହିଥିଲା। ଫଳରେ ସୂର୍ଯ୍ୟାଲୋକ ପୃଥିବୀ ପୃଷ୍ଠରେ ପଡ଼ିପାରି ନ ଥିଲା। ଏହାଦ୍ୱାରା ଜୀବନସର୍ତ୍ତା ଲୋପ ହୋଇଯାଇଥିଲା। ଧୀରେଧୀରେ ବାୟୁମଣ୍ଡଳ ପରିଷ୍କାର ହେବାପରେ ପୁଣି ଜୀବନର ସୃଜନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ବିଭତ୍ସ ଖାଦ୍ୟ, ଯାହାକୁ ଖାଇବା ସମୟରେ ରୁମାଲରେ ମୁଣ୍ଡ ଢାଙ୍କନ୍ତି ଲୋକ

ଅନେକ ରେଷ୍ଟୁରାଣ୍ଟରେ ଏପରି କିଛି ସ୍ପେଶାଲ ଡିସ୍‌ ଥାଏ ଯାହା ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ଏପରି ଏକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା...

୮୦୦ବର୍ଷର ସୁନା ଗଛ, ଦେଖି ଆଶ୍ଚର୍ଯ୍ୟ ହେବେ…

ସମୟ ସାଙ୍ଗକୁ ପୃଥିବୀରେ ହ୍ରାସ ପାଉଛି ଗଛ। ଗଛ କଟା ହେବା ଯୋଗୁ ଗ୍ଲୋବାଲ ଓ୍ବାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ଜଙ୍ଗଲ...

ଅନଲାଇନ୍‌ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍‌ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…

ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ...

ଇସ୍ରାଏଲ ମହିଳାଙ୍କ କରୁଣ ଚିତ୍କାର ଆପଣଙ୍କ କାନକୁ ଶୁଭୁ ନ ଥିଲା କି: ନେତାନ୍ୟାହୁଙ୍କ ପ୍ରଶ୍ନ…

ଜେରୁଜେଲମ,୬।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ ଦକ୍ଷିଣ ଗାଜାରେ ହମାସ ବିରୁଦ୍ଧରେ ଆକ୍ରମଣକୁ ତୀବ୍ର କରିଛି। ମଙ୍ଗଳବାର ପଖାନ ୟୁନିସ ସହରର ପୂର୍ବ ଅଞ୍ଚଳରେ ଇସ୍ରାଏଲର...

ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ...

ପ୍ରତିଦିନ ଗାଧୋଇବା କ୍ଷତିକାରକ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ…

ୱାଶିଂଟନ/ନୂଆଦିଲ୍ଲୀ,୬।୧୨ : ଭାରତ ଏପରି ଏକ ଦେଶ ଯେଉଁଠାରେ ଲୋକମାନେ ସାଧାରଣତଃ ପ୍ରତିଦିନ ଗାଧୋଇଥାନ୍ତି। ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ଲୋକମାନେ ଗାଧୋଇବାକୁ ଭୁଲନ୍ତି ନାହିଁ।...

ହାତ ନ ଥିବା ପ୍ରଥମ ଏସୀୟ ଡ୍ରାଇଭିଂ ଲାଇସେନ୍ସଧାରୀ

ଥିରୁଭାନନ୍ତପୁରମ୍‌: ସ୍ବପ୍ନ ସାକାର କରିବାକୁ ଲୋକେ ବହୁ ପ୍ରକାରର କଷ୍ଟ କରିଥାନ୍ତି। ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା ଜଣେ ଭିନ୍ନକ୍ଷମ...

ମହେଞ୍ଜୋଦାରୋରୁ ତମ୍ବାମୁଦ୍ରା ଠାବ

ଇସ୍‌ଲାମାବାଦ୍‌:ପାକିସ୍ତାନରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ୨ହଜାର ବର୍ଷ ପୁରୁଣା ଏକ ଜିନିଷ ଠାବ କରିଛନ୍ତି। ପାକିସ୍ତାନ ଅନ୍ତର୍ଗତ ମହେଞ୍ଜୋଦାରୋ ଅଞ୍ଚଳରେ ଥିବା ଐତିହାସିକ ସ୍ଥଳରେ ନିର୍ମିତ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri