ବିପଦ ପୁଣି ଘନେଇଲା: ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ବଢୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ପୁଣି ଲକ୍‌ଡାଉନ୍‌ ଶର୍ଟଡାଉନ୍‌ ଘୋଷଣା କରାଯିବା ଆଶଙ୍କାରେ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଦେଶର ୧୮ ରାଜ୍ୟରେ କରୋନା ଭୁତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏସବୁ ରାଜ୍ୟରେ ନୂଆ ଡବଲ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌ ଚିହ୍ନଟ ହୋଇଥିବା ମନ୍ତ୍ରଣାଳୟ କହିଛି। ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ହାର ଅଧିକ ରହିଥିବାରୁ ଏହାର ପ୍ରଭାବରେ ଭାରତରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହ ଧରି ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ ରହୁଛି। ଏଥିରୁ ପ୍ରମାଣିତ ହେଉଛି ଯେ, ନୂଆ ଡବଲ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌ ତୀବ୍ର ବେଗରେ କାୟା ବିସ୍ତାର କରୁଛି। ତେବେ କରୋନା ମାର୍ଗଦର୍ଶିକା ପାଳନ ଦ୍ୱାରା ଏଥିରୁ ଦୂରେଇ ରହି ହେବବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନାକୁ ଦ୍ୱିତୀୟ ଲହର ସମ୍ଭାଳିବା ଦାୟିତ୍ୱ…

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ସହାୟତା ଲୋଡ଼ିଛନ୍ତି। ଏନେଇ...

ବିଧାନସଭାରେ ତକିଆ, କମ୍ବଳ ନେଇ ପହଞ୍ଚିଲେ ବିଧାୟକ

ବେଙ୍ଗାଲୁରୁ,୧୮।୨: କର୍ନାଟକ ସରକାରର ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ଇସ୍ତଫା ଦାବିରେ ଗୁରୁବାର ରାତିସାରା ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ବିଧାୟକମାନେ ଏଠାରେ ଏକ ନିଆରା...

କରୋନା ଆତଙ୍କ: ୯ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୮।୩: ଭାରତରେ କରୋନା ପୁଣି ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ ମହାରାଷ୍ଟ୍ର ଏବଂ ପଞ୍ଜାବ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ଏହି...

ଲକ୍‌ଡାଉନ ଉଲ୍ଲଂଘନ, ୧୭ ଗିରଫ

ଭୁବନ, ୫।୪(ଡି.ଏନ.ଏ.)-ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନ ପୋଲିସ ଶନିବାର ୧୭ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ...

ଦିଲ୍ଲୀରେ ପହଞ୍ଚି କହିଲେ ସୁନକ: ମୁଁ ଜଣେ ହିନ୍ଦୁ, ଏହାକୁ ନେଇ ମୁଁ ଗର୍ବ କରେ…

ନୂଆଦିଲ୍ଲୀ,୮।୯: ଜି୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଦିଲ୍ଲୀରେ ପହଞ୍ଚିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ। ଭାରତରେ ପହଞ୍ଚିବାକୁ ନେଇ ସେ ନିଜର ଖୁସିବ୍ୟକ୍ତ...

ଏଲଏସିରେ ଉତ୍ତେଜନା ମଧ୍ୟରେ ୧୪ ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ କଲେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଚାଇନା ମଧ୍ୟରେ ବେଶ କିଛି ଦିନ ହେବ ତୁତୁମେମେ ଲାଗି ରହିଛି । ସୀମାରେ ଉଭୟ ଦେଶର ସେନା ବହୁବାର...

ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ହେବ ରାମଲୀଳା: ୩ କ୍ୟାବିନେଟ ମନ୍ତ୍ରୀ ନଜର ଆସିବେ ଏହି ଚରିତ୍ରରେ

ନୂଆଦିଲ୍ଲୀ,୧୩।୯: ଚଳିତ ଥର ଦେଶର ରାଜଧାନୀ ଦିଲ୍ଲୀରେ ରାମଲିଳା ଭବ୍ୟ ସହକାରେ ଆୟୋଜିତ ହେବା ପାଇଁ ପୁରା ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଶେଷ କଥା ହେଉଛି...

କଙ୍ଗନାଙ୍କୁ ସମାଲୋଚନା କଲେ ଭାଜପା ପ୍ରବକ୍ତା

ମୁମ୍ବାଇ,୧୭।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଚ୍ଛଲ୍ୟ କରିଥିବା ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ସମାଲୋଚନା କରିଛନ୍ତି ଭାଜପା ପ୍ରବକ୍ତା।...

Advertisement
Archives

Model This Week