ବନ୍ଧୁତ୍ୱବାଦର ବିପଦ

ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟୀ ବ୍ୟବସାୟୀ ତଥା ଅତି ଧନୀ ବ୍ୟକ୍ତି ବିଶେଷ ଗୌତମ ଆଦାନୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଆସିଛି। ଏହା ଆଦାନୀଙ୍କୁ ଏସିଆରେ ସବୁଠୁ ଧନୀ ହେବାରେ ସାହାଯ୍ୟ କରିଛି। କିନ୍ତୁ ନିକଟରେ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଶେୟାର ବଜାର ହେରଫେର ଅଭିଯୋଗ ତାଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ନଷ୍ଟ କରିଦେଇଛି। ଏଭଳି ନ ହେବା ପୂର୍ବରୁ ତାଙ୍କ ବ୍ୟବସାୟିକ ଉତ୍‌ଥାନ ତାଙ୍କୁ ଭାରତର ଅଭିବୃଦ୍ଧି କାହାଣୀର ପୋଷ୍ଟର ବୟ ଭାବେ ଗଢ଼ିତୋଳିଥିଲା। ତେବେ ଏଭଳି ହଠାତ୍‌ ଉତ୍‌ଥାନ ତାଙ୍କ ରାଜନୈତିକ ଗୁରୁଙ୍କ ତେଜକୁ ବି ଫିକା କରିଦେଇଛି। ତାଙ୍କ ବିରୋଧରେ ଅଭିଯୋଗ ଆସିବାର କିଛି ଦିନ ମଧ୍ୟରେ ଶେୟାର ବଜାରରେ ୧୧୦ ବିଲିୟନ ଡଲାର କ୍ଷତି ଘଟିଛି । ତେବେ ମୋଦିଙ୍କ ଭାରତରେ ଆଦାନୀଙ୍କ ଘଟଣା କ୍ଷମତା ସହ ବନ୍ଧୁତାର ବିପଦ ଭାବେ ଉଭାହୋଇଛି। ଆଦାନୀ ମଧ୍ୟ ଏକ ଚେତାବନୀର କାହାଣୀ ପାଲଟିଯାଇଛନ୍ତି। ଆଦାନୀ ଓ ମୋଦିଙ୍କ ସମ୍ପର୍କର ଖିଅ ରହିଛି ୨୦୦୦ ମସିହାରୁ। ସେତେବେଳେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ସମୟରେ ରାଜ୍ୟରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରିଥିବା ମୁସଲମାନ ବିରୋଧୀ ଉତ୍ତେଜିତ ଜନସମୂହକୁ ରୋକିବାରେ ମୋଦି ବିଫଳ ହୋଇ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏହି ଗଣହତ୍ୟା ପରେ ମୋଦିଙ୍କୁ ଆମେରିକା ପ୍ରବେଶ ମନା କରାଯାଇଥିଲା ଏବଂ ବିଶେଷକରି ଭାରତୀୟ ବ୍ୟବସାୟୀମାନେ ତାଙ୍କଠାରୁ ଦୂରେଇଯାଇଥିଲେ। କିନ୍ତୁ ଆଦାନୀ ସେତେବେଳେ ମୋଦି ଓ ଭାରତୀୟ ଜନତା ପାଟିର୍ର୍(ଭାଜପା)କୁ ତାଙ୍କ ସମର୍ଥନ ଜାରି ରଖିଥିଲେ। ତାଙ୍କର ଏଭଳି ଆନୁଗତ୍ୟ ପାଇଁ ସେ ଅତ୍ୟଧିକ ଲାଭ ବି ପାଇଥିଲେ। ତା’ ପର ଦଶନ୍ଧିରେ ଆଦାନୀ ଗ୍ରୁପ୍‌ ଦ୍ରୁତ ଗତିରେ ବଢ଼ିବା ସହ ବହୁରାଷ୍ଟ୍ରୀୟ ସରକାରୀ କଣ୍ଟ୍ରାକ୍ଟ ହାସଲ କରି ଖାଦ୍ୟ ଆମଦାନୀ ଓ ରପ୍ତାନି, କୋଇଲା ଟ୍ରେଡିଂ ଓ ମାଇନିଂ, ଶକ୍ତି, ତୈଳ ଓ ଗ୍ୟାସ୍‌ ଉତ୍ତୋଳନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ତାଙ୍କ ବିଜ୍‌ନେସ ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଲା।
ଅନେକ ବର୍ଷ ଧରି ମୋଦି ଓ ଆଦାନୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ବ୍ୟବସାୟ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଆସିଛି। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସେ ଆଦାନୀଙ୍କ ପ୍ରାଇଭେଟ ଜେଟ୍‌ରେ ଦିଲ୍ଲୀ ଆସିଥିଲେ। ମୋଦିଙ୍କ ନିକଟତର ହେବା ଯୋଗୁ ଆଦାନୀଙ୍କ କମ୍ପାନୀଗୁଡ଼ିକ ଆକର୍ଷଣୀୟ ସରକାରୀ କଣ୍ଟ୍ରାକ୍ଟ ପାଇବାକୁ ସକ୍ଷମ ହେଲେ। ଏହାବ୍ୟତୀତ ଦେଶ ଓ ବିଦେଶରେ ଥିବା କମ୍ପାନୀଗୁଡ଼ିକ ସାର୍ବଜନୀନ ଓ ପ୍ରାଇଭେଟ ସେକ୍ଟରରୁ ଋଣ ପାଇଲେ; ଯାହା ମଧ୍ୟରେ ଅନେକ ଥିଲା ବିବାଦୀୟ। ବାରମ୍ବାର ସରକାର ନିୟମ କୋହଳ କରି କିମ୍ବା ଆଇନରେ ଏଭଳି ସଂଶୋଧନ ଆଣି ଆଦାନୀଙ୍କ ବ୍ୟବସାୟକୁ ଲାଭ ଦେଇଥିଲେ। ଉଦାହରଣ ସ୍ବରୂପ,୨୦୧୭ରେ ଗୋଡ୍ଡାରେ ଥିବା ଆଦାନୀଙ୍କ ପାଓ୍ବାର ପ୍ଲାଣ୍ଟକୁ ଏକ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଆଦାନୀ ଗ୍ରୁପ୍‌କୁ ୫ ବିଲିୟନ ଟଙ୍କା(୬୦ମିଲିୟନ ଡଲାର) ଲାଭ ଦେବା ଲାଗି ତଥାକଥିତ ଢଙ୍ଗରେ ସରକାର ଆଇନ ବଦଳାଇଥିଲେ। ୨୦୧୯ରେ ମୋଦି ସରକାର ନୂତନ ଭାବେ ଘରୋଇକରଣ ହୋଇଥିବା ୬ଟି ବିମାନବନ୍ଦର ପରିଚାଳନା ଦାୟିତ୍ୱ ଆଦାନୀଙ୍କ ହାତକୁ ଟେକି ଦେଇଥିଲେ।
ଦ୍ରୁତ ଅଭିବୃଦ୍ଧି ସହିତ ଏକ ଋଣ ପ୍ରେରିତ ମହତ୍ତ୍ୱାକାଂକ୍ଷୀ ନିବେଶ ଯୋଜନା ଯୋଗୁ ଆଖିଦୃଶିଆ ଶେୟାର ପ୍ରାଇସ ବୃଦ୍ଧି କରିବାରେ ଆଦାନୀ ଗ୍ରୁପ୍‌ ସକ୍ଷମ ହେଲା । ତାହା ସରକାରଙ୍କ ପୁଞ୍ଜି ନିବେଶ ବୃଦ୍ଧି, ଡେଟା ଇଣ୍ଡଷ୍ଟ୍ରି ସମ୍ପ୍ରସାରଣ ଓ ଶୂନ ସବୁଜଗୃହ ବାଷ୍ପ ନିର୍ଗମନଭିତ୍ତିକ ବ୍ୟବସାୟିକ କାର୍ଯ୍ୟକଳାପର ଧ୍ୱଜାଧାରୀ ପାଲଟିଗଲା। ମାତ୍ର ଗୋଟିଏ ଦଶନ୍ଧିରୁ କମ୍‌ ସମୟ ମଧ୍ୟରେ ଆଦାନୀଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସି ତାଙ୍କ ସମ୍ପତ୍ତି ୫ ବିଲିୟନ ଡଲାରରୁ ଯାଇ ୧୨୦ ବିଲିୟନ ଡଲାରରେ ପହଞ୍ଚିଗଲା। ଫଳରେ ସେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇଗଲେ(ଏହି ମାନ୍ୟତା ଜାନୁୟାରୀ ଶେଷ ଭାଗରେ ତାଙ୍କ ଶେୟାର ମାର୍କେଟ ଭୁଶୁଡ଼ି ମୋଟ ସମ୍ପତ୍ତି କମି ଅଧାରେ ପହଞ୍ଚିବା ପର୍ଯନ୍ତ ରହିଥିଲା)। ଆଦାନୀଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପାଇବା ଯୋଗୁ ସେ ତାଙ୍କ ବିଜ୍‌ନେସ ଏବଂ ମୋଦିଙ୍କ ସମାଲୋଚନାକୁ ଦବାଇଦେବା ଲାଗି ଆକ୍ରମଣାମତ୍କ ପଦକ୍ଷେପ ନେଲେ। ଏଥିପାଇଁ ସେ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିରୋଧରେ ଅନେକ ମାମଲା ଦାଏର କଲେ। ଗତବର୍ଷ ଶେଷାର୍ଦ୍ଧରେ ମୋଦିଙ୍କ ସମାଲୋଚକ ଭାବେ ଜଣାଶୁଣା ଏନ୍‌ଡିଟିଭିକୁ ଆଦାନୀ ବି କିଣିନେଲେ। ଆଦାନୀଙ୍କ ଋଣଗ୍ରସ୍ତ ଆର୍ଥିକ ଅଭିବୃଦ୍ଧିର ସାମ୍ରାଜ୍ୟ ଏବଂ ଅବାସ୍ତବ ଶେୟାର ମାର୍କେଟକୁ ନେଇ ସମସ୍ୟା ଥିବା ସତ୍ତ୍ୱେ ତାଙ୍କ ଆର୍ଥିକ, ରାଜନୈତିକ ଓ ମିଡିଆ କ୍ଷମତା ଏବଂ ଆଦାନୀ ଗ୍ରୁପ୍‌ର ସଫଳତା ଭାରତର ଆର୍ଥିକ ଅଭିବୃଦ୍ଧି ନିଅଁ ବୋଲି ବ୍ୟାପକ ଅବଧାରଣ ସୃଷ୍ଟି ହେଲା । ଏହା ତାଙ୍କୁ ଅଜେୟ କରିଦେଲା। ହେଲେ ଜାନୁୟାରୀ ୨୪ରେ ଆମେରିକୀୟ ଇନ୍‌ଭେଷ୍ଟମେଣ୍ଟ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏକ ବିଧ୍ୱଂସକ ରିପୋର୍ଟରେ ଆଦାନୀ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଏଭଳି ଭ୍ରାନ୍ତି ଦୂରହେଲା । ଦୁଇ ବର୍ଷର ଅନୁଧ୍ୟାନ ପରେ ହିଣ୍ଡେନ୍‌ବର୍ଗ ଆଦାନୀ ଗ୍ରୁପର ଶେୟାର ମାର୍କେଟ ଦୁର୍ନୀତିକୁ ନେଇ ରିପୋର୍ଟ ପ୍ରକାଶ କରିଥିଲା। ଏହାପରେ ଫେବୃୟାରୀ ପ୍ରାରମ୍ଭରେ ମୋଡିର ର଼୍ୟାଙ୍କିଙ୍ଗ୍‌ରେ ଆଦାନୀଗ୍ରୁପର ଅନେକ କମ୍ପାନୀର ର଼୍ୟାଙ୍କ ଖସିଥିଲା। ଏହା ଯୋଗୁ ଆଦାନୀ ଗ୍ରୁପ୍‌ ଉପରେ ସାମଗ୍ରିକ ଭାବେ ସମସ୍ୟା ଆସିଥିଲା। ଏପରିକି ଆଦାନୀ ଗ୍ରୁପ୍‌ ଅନେକ ବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ଘୋଷଣା କରିଥିଲେ ମଧ୍ୟ ଏହା ଘଟିଚାଲିଲା।
ଏସବୁ ଘଟଣା ଘଟିବା ପରେ ବିରୋଧୀଦଳଗୁଡ଼ିକ ମୋଦିଙ୍କୁ ବନ୍ଦୁତ୍ୱବାଦର ସମର୍ଥକ କହି ଅଭିଯୋଗ ଆଣିବା ପରେ ବି ସେ ନୀରବ ରହିଛନ୍ତି। ସରକାର ଦାବି କରିଛନ୍ତି ଯେ, ଭାରତର ମଜଭୁତ ନିୟାମକ ସଂସ୍ଥା ଏହି ଦୁିର୍ନୀତିର ଯାଞ୍ଚ କରିବ, ଯଦିଓ ସେମାନଙ୍କ ପ୍ରଦର୍ଶନ ଏଯାବତ ନୈରାଶ୍ୟଜନକ ରହିଆସିଛି। ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ଏସ୍‌ଇବିଆଇ)କୁ ଅନେକ ସାଂସଦ ଏକ ‘ନୀରବ ସଞ୍ଚାଳକ’ ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଏହା ଅଭିଯୋଗର ଯାଞ୍ଚ କରିବାର ପ୍ରତିଶ୍ରୁତି ଦେଇ ଏକ ପ୍ରେସ୍‌ ରିଲିଜ ଜାରି କରିଛି ଏବଂ ଆଦାନୀ ଗ୍ରୁପ୍‌କୁ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିବା ଲାଗି ୬ ମାସ ସମୟ ଦେଇଛି।
ଆଦାନୀ ଗ୍ରୁପ୍‌ର ସୁଧାର ଆସୁ କି ନ ଆସୁ, ଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ବିତ କରିବା ଲାଗି କେତେଜଣ ଭାରତୀୟ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଉପରେ ଅତ୍ୟଧିକ ନିର୍ଭର କରିବା ଯୋଗୁ ଏବକାର ସମସ୍ୟାଗୁଡ଼ିକ ଉପୁଜିଛି ବୋଲି ଗ୍ରହଣ କରିବାକୁ ହେବ। ଏହି ରଣନୀତି ଏକ ବ୍ୟାପକ ତଥା ସମାବେଶୀ ବିକାଶ ଆଣିବାରେ ବିଫଳ ହୋଇଛି। ଭାରତକୁ ନୈରାଶ୍ୟଜନକ ନିଯୁକ୍ତି ଅଭିବୃଦ୍ଧି ସ୍ଥିତିରେ ପହଞ୍ଚାଇଦେଇଛି। ବ୍ୟୟ ହ୍ରାସ କରିଛି, ନିବେଶ ହାର କମିଛି ଓ ପରିବେଶଗତ କ୍ଷତି ମଧ୍ୟ ଘଟିଛି। ରିଲାଏନ୍ସ, ଟାଟା ଏବଂ ଆଦିତ୍ୟ ବିର୍ଲା ଭଳି ଇଣ୍ଡଷ୍ଟ୍ରି ସମୂହ ଉପରେ ଭରସା ନ କରି ସରକାର ଏହି କ୍ଷଣରେ ଏହି ଘଟଣାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ନିଜ ବାଟ ବଦଳାଇବା ଉଚିତ। ବୃହତ୍‌ ଶିଳ୍ପ ପରିବର୍ତ୍ତେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀଗୁଡ଼ିକୁ ଉତ୍ସାହିତ କରି ସେମାନଙ୍କ ସାମାଜିକ ସେବା ପରିସରକୁ ବୃଦ୍ଧି କରିପାରିଲେ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ଆର୍ଥିକ ସ୍ଥାୟିତ୍ୱ ବୃଦ୍ଧି ଘଟିବ।

– ଜୟତି ଘୋଷ
ପ୍ରାଧ୍ୟାପକ, ଅର୍ଥନୀତି, ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ ଆମର୍ହଷ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri