ଭିଡ଼ରୁ ବିପଦ

ଧର୍ମପୀଠ, ଧର୍ମୀୟ ସମାବେଶ ଓ ମେଳାଗୁଡ଼ିକରେ ଦଳାଚକଟା ହୋଇ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିବା ଏକ ନିତିଦିନିଆ ଖବର ପାଲଟିଲାଣି। ଏହି କ୍ରମରେ ଅଗଷ୍ଟ୧୧ରେ ବିହାର ଜେହାନାବାଦ ଜିଲା ମଖୁଦମପୁରର ବାବା ସିଦ୍ଧିନାଥ ମନ୍ଦିରରେ ଦଳାଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ଜଣ ଆହତ ହୋଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ଘଟଣାର ପ୍ରାୟ ମାସେ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୨ରେ ଉତ୍ତରପ୍ରଦେଶ ହାଥରାସ୍‌ରେ ଭୋଲେ ବାବାଙ୍କ ଧର୍ମୀୟ ସମାବେଶରେ ଦଳାଚକଟା ହେତୁ ୧୨୧ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ୯୮ ଜଣ ଥିଲେ ମହିଳା। ସ୍ବଳ୍ପ ସମୟ ବ୍ୟବଧାନରେ ଘଟିଥିବା ଏହି ଦୁଇଟି ଘଟଣାର କାରଣ ହେଲା କମ୍‌ ଜାଗାରେ ଅତ୍ୟଧିକ ଭକ୍ତଙ୍କ ସମାଗମ। ହାଥରାସ୍‌ରେ କାର୍ଯ୍ୟକ୍ରମ ପାଇଁ ୮୦,୦୦୦ ଲୋକଙ୍କ ନିମନ୍ତେ ପ୍ରଶାସନଠାରୁ ଅନୁମତି ନିଆଯାଇଥିଲା, କିନ୍ତୁ ସେଠାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିଲେ। ସେହିଭଳି ଶ୍ରାବଣ ମାସ ସୋମବାର ପାଇଁ ଶିବଭକ୍ତମାନେ ପୂର୍ବ ରାତିରୁ ସିଦ୍ଧିନାଥ ମନ୍ଦିରରେ ଭିଡ଼ ଜମାଇଥିଲେ। ଏହି ପୁରାତନ ମନ୍ଦିରର ସୀମିତ ପରିସରରେ ଲୋକଙ୍କ ଭିଡ଼ ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିବା ଦ୍ୱାରା ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଦେଖିବାକୁ ଗଲେ ଏଭଳି ସବୁ ଘଟଣା ପଛରେ ବଡ଼ କାରଣ ହେଉଛି ଅତ୍ୟଧିକ ଭିଡ଼ ଓ ତାହାକୁ ନିୟନ୍ତ୍ରଣ କରିବାରେ ସ୍ଥାନୀୟ ପ୍ରଶାସନର ଦୁର୍ବଳ ପଦକ୍ଷେପ ।
ଏହାସହ ଭାରତୀୟମାନଙ୍କ ମଧ୍ୟରେ ଥିବା ତୀବ୍ର ଧର୍ମୀୟ ଭାବନା ମଧ୍ୟ ଏହା ପାଇଁ ଅନେକାଂଶରେ ଦାୟୀ। ବାସ୍ତବରେ ଲୋକମାନେ ଆଧ୍ୟାତ୍ମିକତାଠାରୁ ଦୂରେଇ ରହି କେବଳ ଧର୍ମୀୟ ଭାବନାରେ ରହିଗଲେଣି, ଯାହା ପ୍ରତିଫଳିତ ହେଉଛି ବିଭିନ୍ନ ମନ୍ଦିର, ମେଳା ଓ ମାତାବାବାଙ୍କ ସମାବେଶରେ। ଭକ୍ତମାନଙ୍କ ମନରେ ଧର୍ମ ଅବଧାରଣା ଏମିତି ବସାବାନ୍ଧିଛି ଯେ, କିଛି ଆଶା ପୂରଣ ଲାଗି ନିଜର ସ୍ବାସ୍ଥ୍ୟ ଓ ଜୀବନକୁ ଅଣଦେଖା କରୁଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବଗତ ଥାଇ ମଧ୍ୟ ବହୁ ତୀର୍ଥଯାତ୍ରୀ ହିମାଳୟର ଉଚ୍ଚ ଅଞ୍ଚଳରେ ଚାରିଧାମ ଯାତ୍ରା ପାଇଁ ଯାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏପରିକି ସରକାରଙ୍କୁ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଭୁଲ୍‌ ତଥ୍ୟ ଦେଇ ଯାତ୍ରାରେ ସାମିଲ ହେଉଛନ୍ତି। ଉଲ୍ଲେଖନୀୟ ଯେ,୨୦୨୪ ମେ ଶେଷ ସୁଦ୍ଧା ଏବର ଚାରିଧାମ ଯାତ୍ରାରେ ୬୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ବଡ଼ ବିଡ଼ମ୍ବନାର ବିଷୟ ,ଲୋକଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଦେବାକୁ ଯାଇ ସରକାର ଚାରିଧାମ ଭଳି ବିପଦସଙ୍କୁଳ ଯାତ୍ରାକୁ ନିଜ ହାତକୁ ନେଇ ନିୟନ୍ତ୍ରଣ କରୁଛନ୍ତି। ଅନେକ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ମଧ୍ୟ ନିଜ ଜୀବନକୁ ପାଣି ଛଡ଼ାଇ ସରକାରଙ୍କ ଭରସାରେ ମିଛଖଚ ଫର୍ମ ଭରି ଯାତ୍ରା କରୁଛନ୍ତି। ଏଭଳି ଧର୍ମୀୟ ଯାତ୍ରାରେ ସରକାର ଜଡ଼ିତ ନ ହୋଇ ଦେଶର ବିକାଶ, ଅର୍ଥନୈତିକ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଧ୍ୟାନ ଦେବା ଦରକାର।
ବିଗତ ୨ ଦଶନ୍ଧି ମଧ୍ୟରେ ଭାରତରେ ବିଭିନ୍ନ ମନ୍ଦିର, ମେଳା କିମ୍ବା ଆଧ୍ୟାମତ୍ିକ ସମାବେଶରେ ଦଳାଚକଟା ଘଟି ପାଖାପାଖି ୧୩୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ୨୫ ଜାନୁଆରୀ ୨୦୦୫ରେ ମହାରାଷ୍ଟ୍ର ସତାରାସ୍ଥିତ ମନ୍ଧାରଦେବୀ ମନ୍ଦିର ଦଳାଚକଟାରେ ସବୁଠୁ ବେଶି ୩୪୦ ଲୋକଙ୍କ ମୃତ୍ୟୁ ଘଟିଥିଲା। କେରଳର ସାବରିମାଳା ମନ୍ଦିରରେ ସବୁଠୁ ବେଶି ଥର ଦଳାଚକଟା ଘଟିଛି। ଧର୍ମୀୟ ସମାବେଶ ମଧ୍ୟରେ କୁମ୍ଭମେଳାରେ ଏଭଳି ଘଟଣା ସର୍ବାଧିକ ଘଟି ସବୁଠୁ ବେଶି ଲୋକଙ୍କ ଜୀବନ ଯାଇଛି। ଉଲ୍ଲେଖନୀୟ ଯେ, ପ୍ରାୟ ସବୁ ଘଟଣାରେ ମହିଳା ଓ ଶିଶୁମାନଙ୍କର ଅଧିକ ମୃତ୍ୟୁ ଘଟିଛି।
ଜାତିସଂଘର ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ଏବେ ୧୪୦ କୋଟିରୁ ଅଧିକ ଏବଂ ଏଥିରେ ହିନ୍ଦୁଙ୍କ ସଂଖ୍ୟା ପାଖାପାଖି ୮୦ ପ୍ରତିଶତ। ଫଳରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଅତି ପୁରାତନ ମନ୍ଦିରଗୁଡ଼ିକରେ କୌଣସି ପୂଜାପାର୍ବଣ କିମ୍ବା ଉତ୍ସବରେ ଭିଡ଼ ଅଣାୟତ୍ତ ହେବା ସ୍ବାଭାବିକ ଏବଂ ହେଉଛିି ମଧ୍ୟ। ବହୁ ସମୟରେ ବିଭିନ୍ନ ତଥାକଥିତ ମାତାବାବାଙ୍କ ପ୍ରତି ଆକୃଷ୍ଟ ହୋଇ ସେମାନଙ୍କ ସମାବେଶରେ ଲୋକେ ଅସମ୍ଭବ ଭିଡ଼ ଜମାଉଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ରାଜ୍ୟରେ ଏବେ ଶ୍ରାବଣ ମାସରେ ଶିବ ମନ୍ଦିରଗୁଡ଼ିକରେ ଭକ୍ତମାନେ ଭିଡ଼ ଜମାଇବା ବିପଦକୁ ଆମନ୍ତ୍ରଣ କରିପାରେ। ଏଭଳି ସ୍ଥିତିରେ ଭିଡ଼ ରୋକିବା ପାଇଁ ପ୍ରଭାବୀ ଉପାୟ ଅବଲମ୍ବନ କରାଯାଇପାରେ। ମନ୍ଦିରରେ ଶୃଙ୍ଖଳିତ ଦର୍ଶନ କିମ୍ବା ଏହାର ପରିସର ତଥା ଆଖପାଖରେ ସୁରକ୍ଷିତ ସମାବେଶ ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଲୋକଙ୍କ ମଧ୍ୟରେ ସଚେତନତା ନ ଆସିବା ଯାଏ ସରକାର ବା ପ୍ରଶାସନ ଯାହା କଲେ ମଧ୍ୟ ଏଭଳି ଅଘଟଣଗୁଡ଼ିକୁ ରୋକିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?