ପୁଣି ମାଡ଼ି ଆସିଲା ବିପଦ: ସାବଧାନ ନ ହେଲେ ଯିବ ଜୀବନ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନାର ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଣି କରୋନା ବିପଦ ମାଡ଼ି ଆସୁଥିବାବେଳେ ସାବଧାନ ନ ହେଲେ ଜୀବନ ପ୍ରତି ସଙ୍କଟ ରହିଥିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତେଣୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଢେଇ ଲକ୍ଷ ମୁହାଁ ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୬୯୨ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧୩୪୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଭଳି ସ୍ଥିତି ଜାରି ରହିଲେ ଆଉ ଗୋଟିଏ ଗୋଟିଏ ମଧ୍ୟରେ ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ହଜାର ୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୩୯୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖିଲେ ନାବାଳିକା, ଚାଲିଛି ତନାଘନା

ତାମିଲନାଡୁ,୨୦।୧୨, ତାମିଲନାଡୁର ଏକ ନାବାଳିକା ନିଜ ଆତ୍ମହତ୍ୟା ନୋଟ୍‌ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଆତ୍ମହତ୍ୟା କରିଛନ୍ତି। ସେ ଚେନ୍ନାଇ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ...

ଚେନ୍ନାଇରେ ଫିକିର ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୩୦।୪:  ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ନଦୀକୁ ଖସିଲା ବସ୍‌, ୬ ମୃତ

ଭୋପାଳ,୩।୧୦:ମଧ୍ୟପ୍ରଦେଶର ରାୟସେସ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସିପଡିବା ଫଳରେ ୬ଜଣଙ୍କ ମୃତ୍ୟୁ ହୋଇଛି। ୧୯...

ଦାଉଦ-ହାଫିଜଙ୍କୁ ପ୍ରତ୍ୟାର୍ପଣ ନେଇ ପାକିସ୍ତାନୀ ଏଫଆଇଏ ପ୍ରମୁଖ ନୀରବ, ଜବାବ ଦେବାକୁ ମନାକଲେ…

ନୂଆଦିଲ୍ଲୀ,୧୮।୧୦ : ମଙ୍ଗଳବାର ଦିନ ପାକିସ୍ତାନର ସର୍ବୋଚ୍ଚ ଅନୁସନ୍ଧାନ ଏଜେନ୍ସି ମୁଖ୍ୟ ଅଣ୍ଡରୱାଲର୍‌ଡ ଡନ ଡାଉଡ ଇବ୍ରାହିମ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ...

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ୭୫ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୯।୩ : ଗୁରୁବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ...

୨୧ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ

ନୂଆଦିଲ୍ଲୀ,୨୦ା୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ ଦିନରେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବାକୁ ଯାଉଛି। ଏନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ମୌସୁମୀ...

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

ଚିତ୍ରଦୁର୍ଗ,୧୨।୮: କର୍ନାଟକର ଚିତ୍ରାଦୁର୍ଗ ଜିଲାର ବିଜୟପୁରରୁ ବାଙ୍ଗାଲୋର ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ...

ଚାଲାଣକୁ ନୁହେଁ, ଯମରାଜଙ୍କୁ ତ ଟିକେ ଡର

ଲକ୍ଷ୍ନୌ,୧୬ା୮: ଉତ୍ତରପ୍ରଦେଶରେ ଏକ ବାଇକ୍‌ରେ ୭ ଜଣ ଲୋକ ଯାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ୟୁପି ପୋଲିସ ଏହି ବାଇକ୍‌ରେ ଯାଉଥିବା ଲୋକଙ୍କ ଫଟୋ...

Advertisement
Archives

Model This Week