କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ଯାତ୍ରା

ପୁରୁଷୋତ୍ତମପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ପୁରୁଷୋତ୍ତମପୁରଠାରେ ଗୁରୁବାର କୋଭିଡ୍‌ କଟକଣାରେ ଆରମ୍ଭ ହୋଇଛି। ଏଠାରେ ଥିବା ତିନୋଟି ଦଣ୍ଡ ଯାତ୍ରା ଦଳ (ଧୋବା ପୁଞ୍ଜା, ବିପତ୍ତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା )ର ମା’ କାଳୀ ନିଜସ୍ବ ମନ୍ଦିର ଛାଡ଼ି ଭକ୍ତଙ୍କ ମଙ୍ଗଳ ଲାଗି ବାହାରକୁ ଆସିଛନ୍ତି। ଦୀର୍ଘ ୨୧ଦିନ ଧରି ମା’ କାଳୀ ମହାଦେବଙ୍କୁ ସଙ୍ଗରେ ନେଇ ଦାଣ୍ଡେ ଦାଣ୍ଡେ ବୁଲି ଭକ୍ତ ମାନସିକ ପୂରଣ କରିବେ। ମାତ୍ର ପ୍ରଶାସନର କରୋନା କଟକଣା ନିୟମ ରହିଥିବା ହେତୁ ଦଣ୍ଡଯାତ୍ରା ଦଳମାନଙ୍କ ପକ୍ଷରୁ ଜନଗହଳିକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଯାହା ଦ୍ୱାରା ଭକ୍ତମାନେ ଗତବର୍ଷ ଭଳି ମା’ଙ୍କ ନିକଟକୁ ଆସି ଦର୍ଶନ କରିପାରିନାହାନ୍ତି।

କରୋନା ଯୋଗୁ ଗତବର୍ଷ ମା’ଙ୍କୁ ଆଦୌ ଭକ୍ତମାନେ ଦର୍ଶନ କରିପାରି ନଥିବା ବେଳେ ଚଳିତବର୍ଷ ମା’ ଦଣ୍ଡକାଳୀଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି। ଭକ୍ତଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି। ଏହି ଯାତ୍ରାରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କେବଳ ମା’ଙ୍କ ପାରମ୍ପରିକ ପୂଜାର୍ଚ୍ଚନା କରାଯାଉଛି। ମାସ୍କ ଓ ସାନିଟାଇଜର ସହ ସମାଜିିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ଏହି ଯାତ୍ରା ବୃଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକର ୩ ଆକ୍ରାନ୍ତ ବାସୁଦେବପୁର ଅଞ୍ଚଳର: ସମସ୍ତ ପଜିଟିଭ୍‌ଙ୍କର ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ମଙ୍ଗଳବାର ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି।...

ଦୂଷିତ ପାଣି ପିଉଛନ୍ତି ଲୋକେ

ତେଲକୋଇ, ୧୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ହାଲପୋଡି ଗ୍ରାମରେ ଉକତ୍ଟ ଜଳ ସମସ୍ୟା ଦେଖାଦେଇଛି । ଗଭୀର କୂପ ଓ ପୋଖରୀ ଶୁଖି ଯାଇଥିବା...

ନାତୁଣୀକୁ ମାଡ଼ ମାରି ଜେଜେ ମା’ ଗିରଫ

ବନ୍ତଳା, ୫।୮(ଡି.ଏନ.ଏ.) ୩ ବଷର୍ର୍ର ନାତୁଣୀକୁ ମାଡ଼ ମାରିବା ଓ ଦୀର୍ଘ ସମୟ ଘରେ ତାଲା ପକାଇ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜେଜେ ମା’। ଏଭଳି...

ବନ୍ତଳା ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଡକାୟତି

ଅନୁଗୋଳ ଅଫିସ,୧୭।୨: ଅନୁଗୋଳ ଜିଲା ବନ୍ତଳା ଥାନା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବନ୍ତଳା ଶାଖାରେ ରବିବାର ରାତିରେ ଡକାୟତି ହୋଇଛି। ବ୍ୟାଙ୍କ ମ୍ୟାନେଜର କାର୍ଯ୍ୟାଳୟ ଗୃହ...

ବଡ଼ତେଲେନପାଲିରେ ପହ୍ଲାରୁଆ ବେଳେ ବଜ୍ରପାତ: ଚାଲିଗଲା ୩ ମହିଳାଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୮।୭- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଡତେଲେନ୍‌ପାଲି ଗାଁରେ ମଙ୍ଗଳବାର ବଜ୍ରାଘାତରେ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀ ଗୁରୁତର...

କାଠଗଡ଼ାରେ ରଥଯାତ୍ରା ଭାଗ୍ୟ, ରାୟ ଅପେକ୍ଷାରେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୨।୬:  ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବ ନାହିଁ ରଥ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ରାଜ୍ୟ ସରକାର ସ୍ବାଗତ କରିଛନ୍ତି। ହେଲେ...

ଚାଷଜମିରୁ ନିଷ୍କାସନ ହୋଇପାରୁନି ବନ୍ୟାଜଳ

ଆଳି,୨ା୯(ଡି.ଏନ.ଏ.): ଚଳିତ ଥର ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀନଦୀରେ ଜଳସ୍ତର ବୃଦ୍ଧି ପାଇ ମୁଖ୍ୟ ରାସ୍ତା ବୁଡ଼ିଯିବା...

କରୋନା ଗୁଜବ ପ୍ରଚାର କରି ଶିକ୍ଷକ ଗିରଫ

ରାୟଗଡ଼ା ଅଫିସ,୨୨ା୩: କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଶିକ୍ଷକ ଗିରଫ ହେବା ଘଟଣା ରାୟଗଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ...

Advertisement
Archives

Model This Week