Posted inଜାତୀୟ

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ

ନୂଆଦିଲ୍ଲୀ,୨୫।୩: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ଗୁରୁବାର ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହିତ କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଆଦି ୪ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକ ସଭାର ବଜେଟ ଅଧିବେଶନକୁ ସମୟ ପୂର୍ବରୁ ସ୍ଥଗିତ ରଖାଯାଇଛି। ଅଧିବେଶନ ଏପ୍ରିଲ୍‌ ୮ରେ ଶେଷ ହୋଇଥାନ୍ତା। ମାତ୍ର ଏହାକୁ ୧୪ ପୂର୍ବରୁ ସ୍ଥଗିତ ରଖାଯାଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ। ଏହାର ୨ ଦିନ ପୂର୍ବରୁ ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ରୁ ଏପ୍ରିଲ୍‌ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିର୍ବାଚନ ଫଳାଫଳ ମେ ୨ରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକମାନେ ଦେଲେ ଆତ୍ମନିର୍ଭର ଭାରତର ପରିଚୟ: ମୋଦି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଭଳି ଦୁଇଟି ଟିକାକୁ ଡ୍ରଗ୍‌...

୧୫ ଲାଇଟ୍‌ କମ୍ବାଟ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ,୩୦।୩: ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୁଧବାର ୧୫ ଲାଇଟ୍‌...

ମନ୍ଦିର ପୂଜକଙ୍କୁ ଜାଳିଦେଲେ

ଜୟପୁର,୧୦।୧୦: ରାଜସ୍ଥାନର କରୌଲିରେ ଜମି ବିବାଦକୁ ନେଇ ଦୁର୍ବୃତ୍ତମାନେ ମନ୍ଦିର ପୂଜକ ବାବୁଲାଲ୍‌ ବୈଷ୍ଣବଙ୍କୁ ନିସ୍ତୁକ ମାଡ଼ମାରିବା ସହ ପେଟ୍ରୋଲ ଢାଳି ଜାଳିଦେଇଥିବା ଅଭିଯୋଗ ହୋଇଛି।...

ଫେରିବ ସାଧାରଣ ଶ୍ରେଣୀ ଯାତ୍ରୀ ସେବା

ନୂଆଦିଲ୍ଲୀ,୧।୩: କୋଭିଡ୍‌ ମହାମାରୀ ଯୋଗୁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସାଧାରଣ ଶ୍ରେଣୀ ଯାତ୍ରୀସେବା ଆରମ୍ଭ କରିବା ନେଇ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି।...

ଆଉ ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ଅଫତାବ

ନୂଆଦିଲ୍ଲୀ,୯।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବଙ୍କୁ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ...

ଯୋଗୀଙ୍କ କ୍ୟାବିନେଟରେ ୮ମହିଳାଙ୍କୁ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶ ସରକାରଙ୍କ ନୂଆ ମନ୍ତ୍ରୀଙ୍କ ନାମ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ। ଅନେକ ପୁରୁଣା ମନ୍ତ୍ରୀଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିପାରେ। କେତେକ ନୂଆ ଚେହେରା...

ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା

ନୂଆଦିଲ୍ଲୀ, ୨ା୧୦: ଇରାନରୁ ପେଟ୍ରୋକେମିକାଲ ଏବଂ ପ୍ରେଟ୍ରୋଲିୟମ ଉତ୍ପାଦ କିଣୁଥିବା ଭାରତର ଏକ କମ୍ପାନୀ ଉପରେ ଆମେରିକା କଟକଣା ଲଗାଇଛି। ଇରାନୀୟ ଉତ୍ପାଦ କିଣି ତାହାକୁ...

ଚୂଡ଼ାନ୍ତ ବର୍ଷ ପରୀକ୍ଷା ବାତିଲ ମାମଲାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୯ା୮: ଦେଶବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆସନ୍ତା ସେପ୍ଟେମ୍ବର ୩୦ସୁଦ୍ଧା ଚୂଡ଼ାନ୍ତ ବର୍ଷର ପରୀକ୍ଷା କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ...

Advertisement
Archives

Model This Week