ଡ୍ୟାନ୍ସ ମୋ ଫିଟ୍‌ନେସ୍‌ର ମନ୍ତ୍ର : ଭୂମିକା

ଶିଶୁ କଳାକାର ଭାବରେ ସେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ହେଲେ ୟା’ ଭିତରେ ସେ ବେଶ୍‌ କେତୋଟି ସିନେମାରେ ଲିଡ୍‌ ଆକ୍ଟ୍ରେସ୍‌ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିବା ଅଭିନେତ୍ରୀ ହେଲେ ଭୂମିକା ଦାଶ…

* ସିନେମାକୁ କେବେ ଆସିଲେ ?
ଫିଲ ଲାଇନ୍‌କୁ ମୁଁ ୨୦୧୩ କିମ୍ବା ୨୦୧୪ରେ ଆସିଲି। ମୋର ପ୍ରଥମ ଫିଲ୍ମ ଥିଲା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ରୁମ୍‌କୁ ଝୁମାନା’।

* ଫିଲ୍ମ ସାଇନ୍‌ କିପରି କରନ୍ତି ?
ଫିଲ୍ମ ସାଇନ୍‌ କରିବା ପୂର୍ବରୁ କେତେଟା ଫ୍ୟାକ୍ଟକୁ ଦେଖିବାକୁ ପଡିଥାଏ। ତାହା ହେଲା କଣ୍ଟେଣ୍ଟ ଆଣ୍ଡ ସବ୍‌ଜେକ୍ଟ। ତା’ସହ ଭଲ ବ୍ୟାନର, ପ୍ରଡକ୍ସନ୍‌ ଟିମ୍‌ ନିହାତି ରହିବା ଦରକାର। ଏଥିସହିତ ଭଲ ଡାଇରେକ୍ଟର ହୁଅନ୍ତୁ କି ଭଲ ଟିମ୍‌ ହେଲେ ଯାଇ ଆମ ସିନେମାର ଆଉଟ୍‌ ପୁଟ୍‌ ଭଲ ଆସିବ। ମୋ ହିସାବରେ ତ ଭଲ ଟିମ୍‌ଟା ବାଛିବା ବହୁତ୍‌ ଇମ୍ପୋଟାଣ୍ଟ।

* ଆପଣ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ କି ?
ମୁଁ ଶିଶୁ କଳାକାର ରୂପେ ଅଭିନୟ କରିଛି। ଗୋଟିଏ ନୁହେଁ ତିନୋଟି ଫିଲ୍ମରେ। ସେଥି ମଧ୍ୟରେ ରହିଛି ‘ରୁମ୍‌କୁ ଝୁମାନା’,‘ପାରିବେନି କେହି ଅଲଗା କରି’ ଓ ‘ଗପ ହେଲେ ବି ସତ’।

* ଡ୍ରିମ୍‌ ରୋଲ୍‌ କ’ଣ ରହିଛି ?
ଡ୍ରିମ୍‌ ରୋଲ୍‌ କ’ଣ ହେବ ସେମିତି କିଛି ପ୍ଲାନ କରିନି। ମୁଁ ଲିଡ୍‌ ଆକ୍ଟ୍ରେସ୍‌ ଭାବରେ ୫ ପାଞ୍ଚବର୍ଷ ମଧ୍ୟରେ ଗୋଟିଏ ଇନୋସେଣ୍ଟ ଗର୍ଲର ରୋଲ କରିଛି ା ‘ଦେବଦାସ’ ଚଳଚ୍ଚିତ୍ରରେ ‘ପାରୋ’ ଭୂମିକାରେ ଟ୍ରାଡିଶନାଲ ଲୁକ୍‌ରେ ଅଭିନୟ କରିଛି। ମୋର ରିଲିଜ୍‌ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମାୟାବୀ’ରେ ଗୋଟିଏ ଲେଡି ଇନ୍ସପେକ୍ଟରର କ୍ୟାରେକ୍ଟର ପ୍ଲେ କରିଛି। ‘ଚନ୍ଦ୍ରମା’ ହରର ଫିଲ୍ମରେ ହଣ୍ଟେଡ ସ୍ପିରିଟ୍‌ରେ ଅଭିନୟ କରିସାରିଛି। ଆଗକୁ ଯଦି କିଛି ନୂଆ ରୋଲ ମିଳେ ନିଶ୍ଚିତ ରୂପେ କରିବି।

* ଫିଟ୍‌ନେସ୍‌ ବିଷୟରେ କିଛି କହିବେ…
ମୁଁ ଡାଏଟ୍‌ସିଆନ୍‌ଙ୍କ ଅନୁସାରେ ହିଁ ଖାଇବା ପିଇବା କରିଥାଏ। ଫିଟ୍‌ନେସ୍‌ ପାଇଁ ମୁଁ ବେଶି କିଛି ଟାଇମ୍‌ ଦେଇପାରେନି। କାରଣ ମୋର ପାଠପଢ଼ା ଓ ବ୍ୟସ୍ତ ସିଡ୍ୟୁଲ୍‌ ଭିତରେ ଏସବୁକୁ ମୁଁ ସମୟ ଦେଇପାରେନି। ଯେହେତୁ ମୁଁ ଜଣେ ଡ୍ୟାନ୍ସର, ଡ୍ୟାନ୍ସ ମୋ ଫିଟ୍‌ନେସ୍‌ର ମନ୍ତ୍ର। ମନରୁ ଇଚ୍ଛା ବି ହୁଏନି କିଛି କରିବା ଲାଗି।

* ବିଉଟି ସିକ୍ରେଟ୍‌ କ’ଣ ରହିଛି…
ମୁଁ ଯେହେତୁ ଜଣେ ଆକ୍ଟ୍ରେସ ସେଥିଲାଗି ଆମେ ବାହାରେ ବେଶି ଏକ୍ସପୋଜ୍‌ ହୋଇଥାଉ। ମୋ ମତରେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇବା ସହ ଜଣେ ପ୍ରଚୁର ପାଣି ପିଇବା ଦରକାର । ଯାହା ତ୍ୱଚାକୁ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ। ମୁଁ ହୋମ୍‌ମେଡ୍‌ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ଅଧିକ ପସନ୍ଦ କରେ।

* ଡ୍ରିମ୍‌ ଲାଇଫ୍‌ ପାର୍ଟନର..
ଏବେ ତ ଡ୍ରିମ୍‌ ପାର୍ଟନର ବିଷୟରେ କିଛି ଭାବିନି। ଯଦି ଭାବିବାକୁ କୁହାଯାଏ ତା’ହେଲେ ଏତିକି ଯେ, ସେ ମୋତେ ଏବଂ ମୋ ପ୍ରଫେସନକୁ ବୁଝି ପାରୁଥିବ। ମୋତେ ଓ ମୋ ପ୍ରୋଫେସନ୍‌କୁ ରେସପେକ୍ଟ ଦେଉଥିବ। ଯଦି ଦୁଇଜଣଙ୍କ ମଧ୍ୟରେ ଅଣ୍ଡରଷ୍ଟାଣ୍ଡିଙ୍ଗ ଭଲ ରହିଲା ବାକି ସବୁ ଭଲ ହିଁ ଭଲ ହେବ।

* ଫ୍ରି ଟାଇମ୍‌ରେ କ’ଣ କରନ୍ତି ?
କଲେଜ୍‌ରୁ ଆସିଲା ପରେ ମାଇଣ୍ଡ ଟିକେ ଫ୍ରି କରିବାକୁ ଚାହେଁ। ଆଜିକାଲି ତ ଟିଭି ଦେଖିବାକୁ ଇଚ୍ଛା ହେଉନି। କେବେ କେବେ ଇଚ୍ଛା ହେଲେ ପେଣ୍ଟିଂ କରେ। ମୁଡ୍‌କୁ ଭଲ ରଖିବାକୁ ଚେଷ୍ଟା କରେ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳେ।

* କ’ଣ ହେବାକୁ ଚାହୁଁଥିଲେ…
ସେମିତି କିଛି ପ୍ଲାନିଂ ନ ଥିଲା ଯେ ଏମିତି କରିବି, ଏୟା ହେବି। କିନ୍ତୁ ଯାହା ବି କରିବି ଭଲ ଏବଂ ଭଲ ମଣିଷଟିଏ ହେବାକୁ ସବୁବେଳେ ଚାହେଁ। ଏମିତି ବି ପ୍ଲାନିଂ ନ ଥିଲା ଯେ, ମୁଁ ଅଭିନୟ କରିବି। ଯେମିତି କୁହନ୍ତି କି କର୍ମ କରିଚାଲ, ଆଗକୁ ଭାଗ୍ୟରେ ଯାହା ଥିବ। ଲକ୍ଷ୍ୟସ୍ଥଳ ଭଗବାନ୍‌ ତିଆରି କରନ୍ତି। ମୁଁ ସେହି ନ୍ୟାୟରେ ଯାହା ସୁଯୋଗ ଆସିଛି ସେହି ଅନୁସାରେ କାମ କରିଚାଲିଛି।

* ଅବସୋସ କ’ଣ ଅଛି ?
ସେମିତି କିଛି ଅବସୋସା ନାହିଁ। ଯଦି କିଛି ଭୁଲ୍‌ ହୋଇଥାଏ ତାକୁ ସୁଧାରି ନେବି ବୋଲି ଭାବେ। କୌଣସି କଥାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡେନା।

-ମହାଶ୍ୱେତା ନାୟକ

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri