ଦାନଗଦୀ ମେଡିକାଲ ଗୃହ ନିର୍ମାଣରେ ଅନିୟମିତତା

କଳିଙ୍ଗନଗର,୬ା୧୧(ଡି.ଏନ.ଏ.): ଦାନଗଦୀ ସ୍ବାସ୍ଥ୍ୟକେନ୍ଦ ପରିସରରେ ପ୍ରାୟ ୬କୋଟି ଟଙ୍କାରେ ଏକ ମେଡିକାଲ ଗୃହ ନିର୍ମାଣ କରାଯାଉଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ଲଗାଇବାର ନିୟମ ରହିଛି। କିନ୍ତୁ କାର୍ଯ୍ୟରତ ଠିକାଦାର ଏହାକୁ ଅବମାନନା କରି ତିନି ମାସ ହେବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ପିଲର ପାଇଁ ଖୋଳାଯାଇଥିବା ମାଟି ଏବଂ ମୋରମକୁ ପୁଣି ସେଠାରେ ଫିଲିଂ କରାଯାଇଥିବା ଦେଖିବାକୁ ମିଳିଛି। ସରକାରୀ ନିୟମାନୁଯାୟୀ ପିଲର ଗାତରେ ବାଲି ଫିଲିଂ କରିବାର ନିୟମ ଥିବାବେଳେ ଏହାକୁ ସମ୍ପୃକ୍ତ ଠିକାଦାର ଉଲ୍ଲଘଂନ କରୁଛନ୍ତି। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଗର ଯାଜପୁର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା କହିଛନ୍ତି, ବ୍ୟୟଅଟକଳ ଅନୁସାରେ କାମ ହେଉଛି। କୌଣସି ଅନିୟମିତତା ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ୧୦ ଲକ୍ଷ ମାସ୍କ ବଣ୍ଟାଯିବ

ପୁରୀ ଅଫିସ,୨୮।୬:ଦୁଇବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି। ତେବେ କରୋନା ସମ୍ପୂର୍ଣ୍ଣ ରୂପେ ନାଶ ହୋଇନାହିଁ। ତେଣୁ ସରକାର...

ଥାନା ଗାଡ଼ି ଅଚଳ, ଭଡ଼ାରେ ଲାଗୁଛି ବେସରକାରୀ ଯାନ

ଗୋପ,୨।୨(ଡି.ଏନ୍‌.ଏ.): ଗୋପ ଥାନା ବ୍ରିଟିଶ୍‌ ଶାସନ ସମୟରେ ୧୮୦୬ ମସିହାରେ ସ୍ଥାପନ କରାଯାଇଥିଲା। ଏହି ଥାନା ଅଧୀନରେ ଗୋଟିଏ ଫାଣ୍ଡି ଏବଂ ଗୋଟିଏ ବିଟ୍‌ କେନ୍ଦ୍ର...

କାଠଗଡାରେ ୧୨ ବଖରା ପୋଡିଗଲା

ସୋରଡା,୪ା୧୦(ଡି.ଏନ୍‌.ଏ.)- ସୋରଡା ବ୍ଲକ ଅସୁରବନ୍ଧ ଗ୍ରାମ ପଞ୍ଚାୟତ କାଠଗଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ନିଅଁା ଲାଗି ୪ ପରିବାରର ୧୨ ବଖରା ପୋଡି ପାଉଁଶ ହୋଇଯାଇଛି।...

ଓଏସ୍‌ଏସ୍‌ଟିଇଟି ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ

କଟକ ଅଫିସ,୧୨।୪: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ମୂଲ୍ୟାୟନରେ ତ୍ରୁଟି ଥିବା ଅଭିଯୋଗ ଉଠିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା...

ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ...

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ଲଞ୍ଚ୍‌ରେ ସ୍ବାଭିମାନ ଅଞ୍ଚଳକୁ ଗଲେ ପୋଲିଂ ପାର୍ଟି

ଚିତ୍ରକୋଣ୍ଡା,୨୩ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ଗୁରୁବାର ହେବ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଚିତ୍ରକୋଣ୍ଡା ବ୍ଲକର ୧୮ଟି...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କରୋନା

ଭବାନୀପାଟଣା,୧୮।୧୦(ଡି.ଏନ୍‌.ଏ.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ପଜିଟିଭ୍‌ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ...

ଶ୍ରମିକ ଦିବସ ପାଳିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ

ବାରିପଦା ଅଫିସ, ୩ା୫- ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନ ବାରିପଦା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବିଶ୍ୱବ୍ୟାପୀ କରୋନା ମହାମାରୀ ହେତୁ ସରକାରଙ୍କ...

Advertisement
Archives

Model This Week