ସୁନାମୁହିଁରେ ଦାମୋଦର ମେଳା

ବାରିପଦା ଅଫିସ,୧୭ା୧-ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ଶନିବାର ଆରମ୍ଭ ହୋଇଛି ଦାମୋଦର ମେଳା। ତିନିଦିନ ଧରି ଏହି ମେଳା ହେବାକୁ ଥିବାବେଳେ ବାରିପଦା ପୌରପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରିପଦା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ଜରାଳି ଓ ସରାଳି ସେତୁର ସଙ୍ଗମସ୍ଥଳ ତ୍ରିବେଣୀ ଘାଟରେ ଅନୁଷ୍ଠିତ ହୋଇଛି। ସାନ୍ତାଳ ସମ୍ପ୍ରଦାୟର ଲୋକେ ଅସ୍ଥିକୁ ଧରି ପାରମ୍ପରିକ ବେଶ, ପୋଷାକ, ନୃତ୍ୟ, ଗୀତରେ ସ୍ଥାନଟି ଲୋକାରଣ୍ୟ ହୋଇପଡ଼ିଛି। ଦାନ ପାଇଁ ବିଭିନ୍ନ ଜିନିଷକୁ ଭାରରେ ବୋହି ତ୍ରିବେଣୀ ଘାଟରେ ପହଞ୍ଚିବା ଦୃଶ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଘାଟ କର୍ମ କରିବା ପାଇଁ ଏହି ସମ୍ପ୍ରଦାୟର ଲୋକେ ଲଣ୍ଡା ହୋଇ ତ୍ରିବେଣୀ ଘାଟରେ ବୁଡ଼ ପକାଇ ନୂଆ ଲୁଗା ପିନ୍ଧି ପୂର୍ବପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି।
ମୋରଡ଼ା ବ୍ଲକ କୋଇ ଅଞ୍ଚଳର କାରୁ ଚପିଆର ଓ ଚନ୍ଦ୍ର ବେଶ୍ରା ନିଜ ପିତାଙ୍କ ଅସ୍ଥି ଧରି ଘାଟରେ ପହଞ୍ଚି କ୍ରିୟାକର୍ମ କରିଥିଲେ। ଗ୍ରାମର ମୁଖିଆ(ଆଗୁଆନ)ଙ୍କ ନିର୍ଦ୍ଦେଶ କ୍ରମେ ଏହି ପରମ୍ପରାରେ ସାମିଲ ହୋଇ ଘାଟକର୍ମ ସାରି ଘରକୁ ଫେରିଥାନ୍ତି। ଗାଁ ମୁଣ୍ଡରେ ପହଞ୍ଚି ପୂଜା ସାରି କୁକୁଡ଼ା ଓ ଛେଳିକୁ ବଳି ପକାଇ ଗ୍ରାମବାସୀ ଏକାସାଙ୍ଗରେ ଖାଇବା ପରେ ଏହି କର୍ମ ସମ୍ପୂର୍ଣ୍ଣ ହୋଇଥାଏ ବୋଲି ମୁଖିଆ ଲକ୍ଷ୍ମୀକାନ୍ତ ହେମ୍ବ୍ରମ କହିଛନ୍ତି। ଏହି ଯାତ୍ରାକୁ ସଫଳ କରିବା ପାଇଁ ଭଞ୍ଜ ଦିଶମ ପାରଗାନା ମହଲ ବାରୁଣୀଘାଟ ସୁନାମୁହିଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଢାବୁଲ ତାମସାରେ ମହିଳା ପୁରୁଷ ମସଗୁଲ ଥିବା ଦେଖିବାକୁ ମିଳିଛି। ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ ସଜାଗ ରହିଛି। ସେହିପରି କମିଟି ପକ୍ଷରୁ ଆଲୋକୀକରଣ, ୱାଚ ଟାୱାର, ଫାଷ୍ଟଏଡ୍‌, ବିଶ୍ରାମାଗାର, ପିଇବା ପାଣି ଆଦି ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ନିୟମ ପାଳନ କରାଯାଇ ମେଳାରେ ଉଠା ଦୋକାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସଂଘ ସଭାପତି ସଦାସମାତ ସୋରେନ, ସମ୍ପାଦକ ମଦନ ମୋହନ ମାଝୀ, ଭଗନ ହଁାସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମେଳା ଅନୁଷ୍ଠିତ ହୋଇଛି। ବାରୁଣୀ ଘାଟ ଡେଭଲପମେଣ୍ଟ କମିଟି ସଭାପତି ସୁନାରାମ ସୋରେନ ଓ ସୁନାରାମ ମୁର୍ମୁଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ରହି ମେଳା ପରିଚାଳନାରେ ସହଯୋଗ କରିଛନ୍ତି।
ପ୍ରକାଶ ଯେ, ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ଭଳି ପରମ୍ପରାକୁ ମକର ସଂକ୍ରାନ୍ତି ଅବସରରେ ପାଳନ କରାଯାଇଥାଏ। ପରିବାର ଓ ଆତ୍ମୀୟ ସ୍ବଜନମାନେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଅସ୍ଥି ବିସର୍ଜନ କରି ଦାନ ଦକ୍ଷିଣା ଦେବା ସହ ପୁଣ୍ୟ ଅର୍ଜନ କରିବାର ବିଶ୍ୱାସ ରହିଆସିଛି। ଦୀର୍ଘଦିନ ଧରି ଆଦିମ କାଳରୁ ଜଡ଼ିତ ମହାନ ପର୍ବ ଦାମୋଦର ଯାତ୍ରାରେ ଜିଲା, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ଲୋକ ଆସି ଅସ୍ଥି ବିସର୍ଜନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri