ଦମନ: ଓଡ଼ିଆ ସିନେମା ପାଇଁ ନୂଆ ସନ୍ଦେଶ

”କୋଭିଡ୍‌ ମହାମାରୀ ପରେ ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ‘ଦମନ’ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ନୂଆ ରାସ୍ତା ଦେଖାଇଥିଲା। ‘ଭଲ ସିନେମା କଲେ ଓଡ଼ିଆ ଦର୍ଶକ ଫେରିବେ’-ଏହି କଥାକୁ ଚିତ୍ରଟି ପ୍ରମାଣ କରି ଦେଖାଇ ସାରିଛି। ନିଚ୍ଛକ କାହାଣୀ ଉପରେ ଠିକ୍‌ ଭାବରେ ସିନେମା ନିର୍ମାଣ କଲେ ଓଡିଆ ସିନେମା ପୁଣି ଥରେ ଦର୍ଶକାଦୃତ ହୋଇପାରିବ।“

ନବାଗତ ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଏବଂ ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୌର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ ହେବାକୁ ଘୋଷଣା ହୋଇଛି। ଏହା ଓଡ଼ିଆ ସିନେଜଗତ ପାଇଁ ଦମ୍ଭ ଯୋଗାଇବା ସହ ଏକ ନୂଆ ସନ୍ଦେଶ ମଧ୍ୟ ଦେଇଛି। ଉକ୍ତ ଚିତ୍ରଟିକୁ ପୂର୍ବରୁ ରାଜ୍ୟ ସରକାର ଟିକସମୁକ୍ତ କରିଥିଲେ। ଏହାର ମୁଖ୍ୟ ଚରିତ୍ରରେ ବାବୁସାନ୍‌ ମହାନ୍ତି ଓ ଦ୍ୱୀପାନ୍ବିତ ଦାଶମହାପାତ୍ର ଅଭିନୟ କରିଛନ୍ତି।
ମହାମାରୀ ପରେ ‘ଦମନ’ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ନୂଆ ରାସ୍ତା ଦେଖାଇଥିଲା। ‘ଭଲ ସିନେମା କଲେ ଓଡ଼ିଆ ଦର୍ଶକ ଫେରିବେ’-ଏହି କଥାକୁ ଚିତ୍ରଟି ପ୍ରମାଣ କରି ଦେଖାଇ ସାରିଛି। ଭିନ୍ନ ଭିନ୍ନ ଭାଷାଭାଷୀ ସିନେମାରୁ ନକଲ କଲେ କେହି କେବେ ସମ୍ମାନ ଦେବେନାହିଁ। ନିଚ୍ଛକ କାହାଣୀ ଉପରେ ଠିକ୍‌ ଭାବରେ ସିନେମା ନିର୍ମାଣ କଲେ ଓଡିଆ ସିନେମା ପୁଣି ଥରେ ଦର୍ଶକାଦୃତ ହୋଇପାରିବ। ଅନ୍ୟପକ୍ଷରେ ଏହି ଫିଲ୍ମରେ ଜଣେ ଡାକ୍ତର ଭୂମିକାରେ ବାବୁସାନ୍‌ ନିଖୁଣ ଅଭିନୟ ପ୍ରଦର୍ଶନ କରିଛନ୍ତି। ଏବେ ତାଙ୍କ ଫିଲ୍ମଗୁଡିକ ନିଆରା ଢଙ୍ଗରେ ଦର୍ଶକଙ୍କୁ ପ୍ରଭାବିତ କରୁଥିବାର ଦେଖିବାକୁ ମିଳୁଛି। ଚଳିତ ବର୍ଷ ରଜରେ ତାଙ୍କର ହୋମ ବ୍ୟାନରରେ ପ୍ରସ୍ତୁତ ‘ପାବାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି ଏବଂ ଆସନ୍ତା ଦୁର୍ଗାପୂଜା ପାଇଁ ସେ ଆଉ ଏକ ନୂଆ ସିନେମା ‘ସୋନକ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।
ସିନେମା ‘ଦମନ’ର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା। ଏହି ଯୋଜନାରେ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ କ୍ୟାମ୍ପ କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାରେ ସଚେତନତାର ବାର୍ତ୍ତା ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସାଧାରଣ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚତ୍ବା ଦରକାର। ଜନ ସଚେତନତା ସିନେମା ମାଧ୍ୟମରେ ହେଲେ ଏହା ଉଭୟ ସମାଜ ଏବଂ ବ୍ୟକ୍ତିବିଶେଷଙ୍କ ଠାରେ ବିଶେଷ ପ୍ରଭାବ ପକାଇଥାଏ।
ସିନେମା ହେଉଛି ବୃହତ୍‌ ଏକ ଗଣମାଧ୍ୟମ। ୮୭ ବର୍ଷର ଓଡ଼ିଆ ସିନେମାର ପ୍ରଭାବ ବେଳକୁ ବେଳ ହ୍ରାସ ପାଉଥିବା ବେଳେ ମଝିରେ ମଝିରେ ଜାତୀୟସ୍ତରରେ ଏପରି ପ୍ରୋତ୍ସାହନ ନୂତନ ପିଢିଙ୍କୁ ଭଲ ସିନେମା ନିର୍ମାଣ କରିବା ନିମନ୍ତେ ପ୍ରେରଣା ଯୋଗାଇବ। ଜନହିତକର ସଚେତନତା ପାଇଁ ଯଦି ଓଡିଶା ସରକାର ସିନେମା ମାଧ୍ୟମରେ କାର୍ଯ୍ୟକ୍ରମ କରାଇବା ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତେ, ତେବେ ସରକାରଙ୍କ କାର୍ଯ୍ୟଧାରା ବିଶେଷ ଫଳପ୍ରଦ ହୁଅନ୍ତା।
ଏହାବ୍ୟତୀତ ଓଡ଼ିଆ ସିନେମାର ପ୍ରଦର୍ଶନକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧିକୁ ସରକାରଙ୍କ ଶିଳ୍ପ ବିଭାଗ ପ୍ରାଥମିକତା ଦେବା ଦରକାର। ୮୭ ବର୍ଷର ଓଡ଼ିଆ ସିନେମାର ବୟସ ବେଳେ ୮୭ଟି ସିନେମା ହଲ୍‌ ନାହିଁ। ଓଡ଼ିଶା ପରି ରାଜ୍ୟରେ ପ୍ରତି ବ୍ଲକ ଓ ସହରାଞ୍ଚଳ ଅଧିକ ସଂଖ୍ୟକ ସିନେମା ହଲ୍‌ ନହେଲେ ଓଡ଼ିଆ ସିନେମାର ପ୍ରଗତି ଆଶା ନିରର୍ଥକ ହେବ। ଉତ୍ତାରୁ ସିନେମାର ମୋହ ଭଙ୍ଗ ହୋଇଛି। ‘ଦମନ’ ଦମ୍ଭ ବଳରେ ଓଡ଼ିଆ ସିନେମାକୁ ଆଗକୁ ବଢିବାକୁ ହେଲେ ଶିଳ୍ପ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହେବା ଉଚିତ୍‌। ଭଲ ସିନେମାର ଶ୍ରୀବୃଦ୍ଧି ପାଇଁ ପ୍ରଯୋଜକ-ନିର୍ଦ୍ଦେଶକ-କଳାକାର ଓ ଟେକ୍ନିସିଆନମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରାଗଲେ ତାହା ଭଲ ତଥା ଦର୍ଶକାଦୃତ ସିନେମା ପାଇଁ ଦ୍ୱାର ଉନ୍ମୁକ୍ତ କରିବ।
-ଦିଲ୍ଲୀପ ହାଲି
ବଡ଼ଗଡ଼, ଭୁବନେଶ୍ୱର
ମୋ : ୯୮୬୧୦୦୯୨୫୨


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?