Posted inଜାତୀୟ

ଦୈନିକ ସଂକ୍ରମଣ ୬ ଶହରୁ କମ୍‌, ସକ୍ରିୟ ମାମଲା ୭ ହଜାର ତଳେ…

ନୂଆଦିଲ୍ଲୀ, ୨୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୭ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ଶହରୁ କମ ରହିଛି। ଗତ ୨୪ ଘଣ୍ଟାରେ ଏହା ୫୩୨ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୫୪୯ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୩ ଥିଲା ା ଏହି ସମୟରେ ସକ୍ରିୟ ମାମଲା ୬ ହଜାର ୧୬୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୬ ହଜାର ୫୯୧ ଥିଲା। ସେହିପରି ୨୪ ଘଣ୍ଟାରେ ୯୫୩ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧,୦୫୯ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୫୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୮୮ ହଜାର ୪୨୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୫୦ ହଜାର ୪୦୪ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri