ଆଇନ ପରେ ବି ବଦଳୁ ନାହିଁ ଶ୍ରମିକଙ୍କ ଭାଗ୍ୟ

ନୟାଗଡ଼ ଅଫିସ,୨୫ା୫: ଶୋଷଣରୁ ରକ୍ଷା କରିବାକୁ ଆଇନ ରହିଥିଲେ ହେଁ ଶ୍ରମିକମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନା ସହି ଚାଲିଛନ୍ତି। ଶିକ୍ଷାର ଅଭାବ ତଥା ଅଭିଯୋଗ କରିବାର ସାହାସ ନ ଥିବାରୁ ନୀରିହ ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟୁଛନ୍ତି। ଶ୍ରମିକଙ୍କୁ ସେମାନଙ୍କ ଉଚିତ୍‌ ପ୍ରାପ୍ୟ ଦେବା ଓ ଶୋଷଣରୁ ମୁକ୍ତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ବାଟବଣା ହୋଇ ଯାଇଛି। ଶ୍ରମିକ ନିର୍ଯାତନା ବଢ଼ୁଛି ସିନା ହ୍ରାସ ପାଇବାର କୌଣସି ସଙ୍କେତ ମିଳୁନାହିଁ। ସରକାରୀ ଯୋଜନା ଅପହଞ୍ଚ ହେଉଥିବାରୁ ଶ୍ରମିକ ଅସୁରକ୍ଷିତ ହୋଇ ପଡୁଥିବା ଅଭିଯୋଗ ରହିଛି।
ପ୍ରତିବାଦ କଲେ ଛଟେଇ
ଜିଲାର ବିଭିନ୍ନ ଦୋକାନ, ଗୋଦାମ, ନର୍ସିଂହୋମ, ସୋରୁମ୍‌୍‌ ଆଦି ବାଣିଜି୍ୟକ ପ୍ରତିଷ୍ଠାନରେ ନିୟୋଜିତ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ଆଇନ ଅନୁଯାୟୀ ପାଉ ନାହାନ୍ତି। ଅଣକୁଶଳୀ ଶ୍ରମିକ ୩୪୫, ଅର୍ଦ୍ଧକୁଶଳୀ ଶ୍ରମିକ ୩୮୫, କୁଶଳୀ ଶ୍ରମିକ ୪୩୫, ଅତିକୁଶଳୀ ଶ୍ରମିକ ୪୯୫ ଟଙ୍କା ପାଇବା ପାଇଁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ୨୦୨୩ ଏପ୍ରିଲ ୧ରୁ ରାଜ୍ୟ ସରକାର ଏହି ଶ୍ରମିକ ମଜୁରୀ ଘୋଷଣା କରିଥିବା ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବେ ଏହି ମଜୁରୀ ସବୁ ଶ୍ରମିକମାନେ ପାଉ ନ ଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷେ ମାସକୁ ୪ଟି ସାପ୍ତାହିକ ଛୁଟି ଓ ବର୍ଷକୁ ଅଗଷ୍ଟ ୧୫, ଜାନୁୟାରୀ ୨୬, ଶ୍ରମିକ ଦିବସ ଓ ଗାନ୍ଧୀ ଜୟନ୍ତୀ ପରି ୪ଟି ଜାତୀୟ ଛୁଟି ବି ଦିଆଯାଉନି। ଦୈନିକ ୮ଘଣ୍ଟା କାମ କରିବାର ନିୟମ ଥିବାବେଳେ ୧୦ରୁ ୧୨ ଘଣ୍ଟା ଖଟା ଯାଉଛି। ଓଭର୍‌ଟାଇମ ମଜୁରୀ ୨ ଗୁଣ ପାଇବାକୁ ନିୟମ ଥିବାବେଳେ ସେ ବ୍ୟବସ୍ଥାକୁ କେହି ଗ୍ରହଣ କରୁ ନାହାନ୍ତି। ଜଣେ ଶ୍ରମିକ/କର୍ମଚାରୀ ବର୍ଷକୁ ଅତି କମରେ ୮.୩୩ ପ୍ରତିଶତ ବୋନସ ପାଇବାର ନିୟମ ରହିଛି। ଦଶହରା ଦୀପାବଳି ସମୟରେ କର୍ମଚାରୀଙ୍କୁ ବୋନସ ଦେବାର ନିୟମ ଥିବାବେଳେ ମାଲିକମାନେ ଗୋଟିଏ ଟଙ୍କା ବି ଦେଉନାହାନ୍ତି। ପ୍ରତିବାଦ କଲେ ଚାକିରି ଛାଡିବାକୁ ମିଳୁଛି। ଏପରି କି କେତେକଙ୍କୁ ଚାକିରିରୁ ଛଟେଇ କରି ଦଆଯାଉଛି। ଆଉ କେତେକ ବାଧ୍ୟ ହୋଇ ଚାକିରି ଛାଡୁଛନ୍ତି।
ମିଳୁନି ପେନଶନ
ନୟାଗଡ଼ ଜିଲାର ଶ୍ରମିକମାନଙ୍କ ନାମ ଭବିଷ୍ୟନିଧି ପାଣ୍ଠିରେ ପଞ୍ଜିକୃତ କରାଯାଉନି। ଫଳରେ ଶ୍ରମିକମାନେ ବାର୍ଦ୍ଧକ୍ୟ ସମୟରେ ପେନଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଭବିଷ୍ୟନିଧି ପାଣ୍ଠିର ବିଭାଗୀୟ ନିରୀକ୍ଷକଙ୍କ ଅଣଦେଖା ଯୋଗୁ ନୟାଗଡ଼ର ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଲାଭରେ ମାଲିକ ଅଥବା ପରିଚାଳନା ଗତ ସଂସ୍ଥା ରହୁଛନ୍ତି। ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ପକ୍ଷରୁ ଏହାର ଯାଞ୍ଚ କରାଯାଅନ୍ତା ତେବେ ଅନେକ ଶ୍ରମିକ ଲାଭବାନ ହୁଅନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ବିନା ବୀମାରେ ଶ୍ରମିକ କରୁଛନ୍ତି କାମ
ଅଧିକାଂଶ ଶ୍ରମିକ ବିପଦସଙ୍କୁଳ ଭାବେ କାମ କରୁଛନ୍ତି। ହେଲେ ସେମାନଙ୍କୁ ବୀମା ଭୁକ୍ତ କରାଯାଉନି। ଫଳରେ କିଛି ଘଟଣା, ଅଘଟଣ ଘଟିଲେ ସେମାନଙ୍କ ପରିବାର ବୀମାରାଶି ପାଇ ପାରୁ ନାହାନ୍ତି। ଆହତ ହେଲେ ବୀମା ବାବଦକୁ ଚିକିତ୍ସା ସହାୟତା ମିଳୁନି। ଏପରିକି ଉକ୍ତ ଶ୍ରମିକ କାମ କରୁ ନ ଥିବାରୁ ସଫେଇ ଦିଆଯାଉଛି। ବୀମା ସୁବିଧାରୁ ଶ୍ରମିକମାନଙ୍କୁ ବଞ୍ଚିତ କରାଯାଉଥିଲେ ମଧ୍ୟ ଜିଲା ଶ୍ରମ ଦପ୍ତର ଏ ଦିଗରେ ପଦକ୍ଷେପ ନେଉନି। ମାଲିକ ଅଥବା ପରିଚାଳନା ଗତ ସଂସ୍ଥା ଉପରେ ଶ୍ରମ ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଶ୍ରମିକମାନେ ଉପେକ୍ଷିତ ହୁଅନ୍ତେ ନାହିଁ ବୋଲିି କେତେଜଣ ଶ୍ରମିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?