ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ, ମୃତ୍ୟୁ ସଂଖ୍ୟା ୧୩ …

ନୂଆଦିଲ୍ଲୀ, ୧୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ ରହିଛି। ଏହା ୨ ହଜାର ୪୮୭ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫ ତଳେ ରହିଛି। ଏହା ୧୩ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ୧୮ ହଜାର ତଳେ ରହିଛି। ଏହା ୧୭ ହଜାର ୬୯୨ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୮୭୮ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୧୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୨୧ ହଜାର ୫୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୭୯ ହଜାର ୬୯୩ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୧ କୋଟି ୩୦ ଲକ୍ଷରୁ ଅଧିକ ଟପିଛି।

ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୬୭୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୫୨୩ ଜଣ, ହରିୟାଣାରେ ୩୪୩ ଜଣ, ମହାରାଷ୍ଟ୍ରରେ ୨୪୮ ଜଣ, ଉତ୍ତରପ୍ରଦେଶରେ ୧୫୮ ଜଣ, କର୍ନାଟକରେ ୧୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଓଆଇସିର ପରାମର୍ଶ:୩୭୦ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୭।୯:ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଇସ୍‌ଲାମିକ୍‌ ସହଯୋଗ ସଂଗଠନ (ଓଆଇସି)ର ସମର୍ଥନ ହାସଲ କରିବାରେ ସଫଳ ହୋଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦...

ଝୁଲା ପୋଲ ଦୁର୍ଘଟଣା ନେଇ ସିସୋଡିଆଙ୍କ ୫ ପ୍ରଶ୍ନ, ସମ୍ପୃକ୍ତ କମ୍ପାନୀଠାରୁ କେତେ ଟଙ୍କା ଚାନ୍ଦା ପାଇଛି ଭାଜପା…

ନୂଆଦିଲ୍ଲୀ,୧।୧୧ : ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ...

ଶେରଗଡ଼ରେ ପ୍ରଧାନଶିକ୍ଷକଙ୍କର କରୋନାରେ ମୃତ୍ୟୁ: ଯୋଦ୍ଧା ଭାବେ ଗ୍ରହଣ କରିବାକୁ ଦାବି

ଶେରଗଡ଼,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜଙ୍କର କରୋନାରେ ମଙ୍ଗଳବାର ସାରେ ମୃତ୍ୟୁ ଘଟିଛି। ସେ ଗତ...

ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେନି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୨୭।୧୨: ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବାକୁ ମନା କରି ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ । ପୂର୍ବରୁ ସୂଚନା ମିଳିଥିଲା ଯେ,...

କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ...

ନିର୍ଣ୍ଣାୟକ ହେବ ଆଜିର ରାୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି।...

ପଞ୍ଜାବରେ ଡେରା ଅନୁଗାମୀଙ୍କୁ ହତ୍ୟା: ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ଚଣ୍ଡିଗଡ଼,୧୦।୧୧: ଡେରା ସଚାସୌଦାର ଜଣେ ଅନୁଗାମୀଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଞ୍ଜାବର ଫରିଦକୋଟ୍‌ ଜିଲାରେ ଘଟିଛି। ୫ ଜଣ ଦୁର୍ବୃତ୍ତ ୨ଟି...

ଶିରିଡି ବନ୍ଦ: ସୋମବାର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିରୋଧ କରି ରବିବାର ଶିରିଡି ବନ୍ଦ ପାଳନ କରାଯାଇଥିଲା। ଶିରିଡି ରାସ୍ତାରେ...

Advertisement
Archives

Model This Week