Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ
ବଳବାନ୍‌ କର୍ମାଧିପତିଙ୍କ ସହ ଚତୁର୍ଥାଧିପ ହେତୁ ଆଜି ହଠାତ୍‌ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦବୃଦ୍ଧିର ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ହୋଇପାରେ।
ବୃଷ
ବୃଷ
ଭାଗ୍ୟାଧିପତିଙ୍କ ଶୁଭତ୍ୱ କାରଣରୁ ଯେ କୌଣସି ପ୍ରକାରର ପରିସ୍ଥିତି ମଧ୍ୟରେ ଆପଣ ପଛକୁ ଫେରିବେ ନାହିଁ। ବିଜୟର ଜୟଯାତ୍ରା କର୍ମକ୍ଷେତ୍ରକୁ ରୁଦ୍ଧିମନ୍ତ କରିବ। ପାରିବାରିକ କ୍ଷେତ୍ରର ବ୍ୟତିକ୍ରମଜନିତ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ। ମାତ୍ର ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ।
ମିଥୁନ
ମିଥୁନ
ଆଜିର ଚନ୍ଦ୍ର ଦୁଃସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ଦୁଶ୍ଚିନ୍ତା ବୃଦ୍ଧି କରିବ। କୌଣସି କାମ ସହଜ କିମ୍ବା ସୁବିଧାରେ ହେବନାହିଁ । ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ପରୋକ୍ଷଶତ୍ରୁତା ଜନିତ ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ। ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢାଇବେ। ଆଜିର ପ୍ରତ୍ୟୁଷରୁ ଦୂରଯାତ୍ରା ଫଳପ୍ରଦ ହେବ।
ସି˚ହ
ସି˚ହ
ବିପରୀତ ରାଜଯୋଗ ପ୍ରଭାବରୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଘରକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହ।
କନ୍ୟା
ପାପଗ୍ରହ ମଧ୍ୟସ୍ଥ ଧନାଧିପ ଯୋଗୁ ଅସାବଧାନତା କାରଣରୁ ଧନହାନିର ସମ୍ଭାବନା ରହିଛି। ସ୍ଥଗିତ କାମଗୁଡିକ ଆଜି ପରିସ୍ଥିତିବଶତଃ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ସାହିତ୍ୟ ଓ ଆଧ୍ୟାମତ୍ିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
ଶନି ଦୃଷ୍ଟ ମଙ୍ଗଳ ଅର୍ଥ ସମ୍ବନ୍ଧିତ ସମସ୍ୟା କିମ୍ବା କଳହର କାରଣ ହୋଇପାରେ। ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତ, ନତୁବା ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ବିଛା
ବିଛା
କେନ୍ଦ୍ରସ୍ଥ ମଙ୍ଗଳ ପ୍ରଭାବରେ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ସାହାଯ୍ୟ ଈର୍ଷାପରାୟଣ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । କିନ୍ତୁ ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହା କି କାମକୁ ଆସିବ।
ଧନୁ
ଧନୁ
କେତୁଗ୍ରହ ଯୁକ୍ତ ବୃହସ୍ପତି ହେତୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ପୂର୍ବାଷାଢା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରନ୍ତି। ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ମକର
ମକର

ସ୍ବରାଶିସ୍ଥ ଶନି ପ୍ରଭାବରୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ। କେତେକ କ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବ। ଘରେ ବନ୍ଧୁ ମିଳନଜନିତ ଆମୋଦ ପ୍ରମୋଦର ସୁଅ ଛୁଟିବ। ମନ ବୁଝିଲାଭଳି କଥା କହି ପାଖ,ପଡୋଶୀମାନେ ନିିଜର କାର୍ଯ୍ୟ ହାସଲ କରିନେବେ।

କୁମ୍ଭ
କୁମ୍ଭ
ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଶୃଙ୍ଖଳିତ ଜୀବନଚର୍ଯ୍ୟା ଓ ସଚେତନତାଜନିତ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମୀନମୀନ

ଶୁକ୍ର ପ୍ରଭାବରେ ଯେ କୌଣସି କାର୍ଯ୍ୟାରମ୍ଭ ପାଇଁ ପ୍ରତିକୂଳ ସ୍ଥିତି ଉପୁଜିବ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରୁ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri