Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ
ଏକାଧିକ ଗ୍ରହ ସ୍ବଗୃହୀ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ ।  ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ ।  ନିଜର ଲୋକମାନଙ୍କୁ ବୃଥା ସନ୍ଦେହ କଲେ ସମାଲୋଚିତ ହୋଇପାରନ୍ତି ।  ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ।
ବୃଷ
ବୃଷ

ଧନାଧିପ ଓ ଶନି ଷଡାଷ୍ଟକ ସ୍ଥିତି କାରଣରୁ କୌଣସି ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ ।  ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।  ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ।

ମିଥୁନ
ମିଥୁନ
ଶୁକ୍ର ନକ୍ଷତ୍ରସ୍ଥ ଗୁରୁଙ୍କ ଯୋଗୁ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।  ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ ।  ପଡୋଶୀ କିମ୍ବା ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି ।  ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ ।
କର୍କଟ
କର୍କଟ
ଧନଭାବସ୍ଥ ବୁଧାଦିତ୍ୟ ଯୋଗରୁ ଅର୍ଥଲାଭ ସଙ୍ଗକୁ ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।  ଭାବପ୍ରବଣ ବଶତଃ ଓଲଟା କଥା କହି ସାମାଜିକ ସ୍ତରରେ ଅପଦସ୍ଥ ହେବେ ।  ସଂସାର ଯାତ୍ରା କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରି ଆମତ୍ସମୀକ୍ଷା କରିପାରନ୍ତି ।
ସି˚ହ
ସି˚ହ
ସ୍ବରାଶିସ୍ଥ ରବିଙ୍କ ଯୋଗୁ ଦୈହିକ ସୁସ୍ଥତା ସଙ୍ଗକୁ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ।  ପରିସ୍ଥିତିରେ ପଡି ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚକରିବାକୁ ବାଧ୍ୟ ହୋଇପାରନ୍ତି ।  ଫଳତଃ ମାନସିକ ଅବସାଦ ଯୋଗୁ କୌଣସି କାମ ମଧ୍ୟ ଉତ୍ସାହପ୍ରଦ ହେବ ନାହିଁ ।  ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।
କନ୍ୟା
କର୍ମସ୍ଥାନରେ ରାହୁ ଓ ଶୁକ୍ରଙ୍କ ସମ୍ବନ୍ଧରୁ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ ।  ଅପେକ୍ଷା କରିଥିବା ଖବରଟି ବନ୍ଧୁଙ୍କ ମୁହଁରୁ ଶୁଣି ଖୁସି ହୋଇପାରନ୍ତି ।  ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ ।
ତୁଳା
ତୁଳା
ଚନ୍ଦ୍ର ଓ ବୁଧ ଲାଭଭାବରେ ରହି ଅର୍ଥ ଓ ସମ୍ମାନଲାଭ ସହ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ କରିବେ ।  ଶୁକ୍ରଙ୍କ ପ୍ରଭାବରୁ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ ।  ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ ।  ପରିବହନରେ ସନ୍ତୋଷଜନକ ଫଳ ପାଇବେ ନାହିଁ ।  ଧର୍ମକାର୍ଯ୍ୟରେ ମନ ଦେବେ ।
ବିଛା
ବିଛା
ପୂର୍ବ ସମସ୍ୟା କେତେକାଂଶରେ ସୁଧୁରିଯିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ ା କଥାବାର୍ତ୍ତା ଓ ବ୍ୟବହାରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କହିବା ଭଲ ହେବ । ବହୁ ପ୍ରତୀକ୍ଷିତ ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଓ ଅଭିଳଷିତ ଜିନିଷ ପାଇବେ ।  ପାରିବାରିକ ଜୀବନରେ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହୋଇପାରେ ।
ଧନୁ
ଧନୁ
ଶନିଙ୍କ ସ୍ଥିତି ପ୍ରଭାବରୁ ଆଶା ପୂରଣ ହେବାରେ ଜଣେ ବନ୍ଧଙ୍କୁ ସାହାଯ୍ୟ ମିଳିବ ।  ବୁଧ କର୍ମଭାବରୁ ଅଷ୍ଟମସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।  ବିଚାର ନ କରି କାମ କଲେ ସମାଲୋଚିତ ହେବାକୁ ପଡିବ ।  ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ।
ମକର
ମକର

ପରିସ୍ଥିତି କ୍ରମଶଃ ସୁଧୁରିଯିବାରୁ କାମ କରିବାର ସ୍ପୃହା ଜାଗ୍ରତ ହେବ ଓ ମନୋବଳ କ୍ରମଶଃ ବୃଦ୍ଧି ପାଇବ ।  ପରିଶ୍ରମର ପାରିଶ୍ରମିକ ପାଇବେ, ଯାହାଦ୍ୱାରା କି ମନ ଖୁସୀ ହୋଇଯିବ ।  ବୁଧ ଓ ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି ଅଭାବରୁ ଅତୀତ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।

କୁମ୍ଭ
କୁମ୍ଭ
ରାହୁଯୁକ୍ତ ଶୁକ୍ର କାରଣରୁ ପରକଥାରେ ମୁଣ୍ଡପୂରାଇଲେ ମନକୁ ଭାରାକ୍ରାନ୍ତ କରିବା ବ୍ୟତୀତ କିଛି ଲାଭ ହେବନି ।  ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ସକାଶେ ଦୌଡିବାକୁ ପଡିପାରେ ।  ଶିଳ୍ପ, ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି । ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିପାରନ୍ତି ।
ମୀନମୀନ

କର୍ମସ୍ଥାନରେ ପାପଯୁକ୍ତ ବୃହସ୍ପତି ଯୋଗୁ ଯେତେ ଭଲ କାମ କରନ୍ତୁନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ ।  ବାହାରୁ ଯେତିକି ଶ୍ରଦ୍ଧ,ଆଦର ପାଇବେ ନିଜ ଘରେ କିମ୍ବା ପରିବାରରେ ସେତିକି ମିଳି ନ ପାରେ ।  ବ୍ୟବସାୟରେ କ୍ଷତି, ପରିବହନରେ ଅଚଳାବସ୍ଥା ଓ ଋଣ ପରିଶୋଧ ଦୁଶ୍ଚିନ୍ତାର କାରଣ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri