Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ
ଆଜି ଧନ ଭାବରେ ଚନ୍ଦ୍ର ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।
ବୃଷ
ବୃଷ

ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।

ମିଥୁନ
ମିଥୁନ
ଦ୍ୱାଦଶଚନ୍ଦ୍ର ହେତୁ ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
କର୍କଟ
ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।
ସି˚ହ
ସି˚ହ
ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା
କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।
ତୁଳା
ତୁଳା
ଶନିଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା
ବିଛା
ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
ଧନୁ
ଧନୁ
ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍‌ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର
ମକର

ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।

କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚତୁର୍ଥସ୍ଥ ଯୋଗୁ ସବୁ କିଛି ଠିକ୍‌ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
ମୀନମୀନ

ଭାଗ୍ୟସ୍ଥାନ ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି ଯାଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri