ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍‌ ଜାଣିଲେ ହେବେ ଚକିତ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ମୁକେଶଙ୍କ ପାଖରେ ଅନେକ ମହଙ୍ଗା ଜିନିଷ ରହିଛି, ଯାହାର କଳ୍ପନା ମଧ୍ୟ ସାଧାରଣ ଲୋକ କରିପାରିବେ ନାହିଁ। ତାଙ୍କ ଘର ଆଣ୍ଟିଲିଆ ଦେଶର ସବୁଠାରୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ। ତାଙ୍କ ପାଖରେ ଥିବା ବିଏମ୍‌ଡବ୍ଲ୍ୟୁ କାରକୁ ସବୁଠାରୁ ମହଙ୍ଗା କାର ମଧ୍ୟରେ ଗଣାଯାଏ। ତେବେ ମୁକେଶଙ୍କ ପାଖରେ ଏକ ଜେଟ୍‌ ବିମାନ ରହିଛି, ଯାହାର ମୂଲ୍ୟ ୧ ମିଲିୟନ୍‌ ଡଲାର (୭,୪୬,୩୦,୦୦୦.୦୦ଟଙ୍କା) । ଖାଲି ସେତିକି ନୁହେଁ, ତାଙ୍କ ପାଖରେ ଏୟାରବସ୍‌ ୩୧୯ କର୍ପୋରେଟ ଜେଟ୍‌ ମଧ୍ୟ ରହିଛି। ଏହି ବିମାନରେ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ରହିଛି। ଏଥିରେ ଏକ ମନୋରଞ୍ଜନ କ୍ୟାବିନ, ବିଳାସପୂର୍ଣ୍ଣ ସ୍କାଇ ବାର ସହ ଏକ ଖାସ୍‌ ଭୋଜନ କ୍ଷେତ୍ର ମଧ୍ୟ ରହିଛି। ଯେତେବେଳେ ଏହାକୁ କିଣାଯାଇଥିଲା, ସେତେବେଳେ ଏହାର ମୂଲ୍ୟ ୧୦୦ ମିଲିୟନ୍‌ ଡଲାର (ପାଖାପାଖି ୭,୪୬,୨୨,୫୦,୦୦୦) ଥିଲା। ୨୦୦୭ ମସିହାରେ ମୁକେଶ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ଏହି ଜେଟ୍‌ଟିକୁ ଉପହାର ରୂପେ ଦେଇଥିଲେ। ଏହି ଜେଟ୍‌ ବ୍ୟତୀତ ଅମ୍ବାନୀଙ୍କର ଆହୁରି ୨ଟି ବେସରକାରୀ ବିମାନ ‘ବୋଇଙ୍ଗ୍‌ ବିଜ୍‌ନେସ୍‌ ଜେଟ୍‌-୨’ ଏବଂ ‘ଫାଲକ୍‌ ୯୦୦ ଇଏକ୍ସ’ ରହିଛି। ମୁକେଶଙ୍କ ଏହି ଜେଟ୍‌ରେ ମିଟିଂ ମଧ୍ୟ ହୁଏ। ଏହି ଜେଟ୍‌ରେ ଏକା ସାଙ୍ଗରେ ୨୫ ଜଣ ଯାତ୍ରା କରିପାରିବେ। ଏଥିରେ ଇଣ୍ଟରନେଟ୍‌ ଠାରୁ ଆରମ୍ଭକରି ବାର୍‌ ପର୍ଯ୍ୟନ୍ତ ସବୁ ପ୍ରକାରର ସୁବିଧା ରହିଛି। ଏହି ଜେଟ୍‌ର ଭିତରକୁ ଭିନ୍ନ ଭିନ୍ନ ରଙ୍ଗରେ ସଜାଯାଇଛି। ବିଜ୍‌ନେସ୍‌ ମିଟିଂ ପାଇଁ ଏହି ଜେଟ୍‌ରେ ଏକ ସ୍ବତନ୍ତ୍ର ସୁବିଧା ରହିଛି। କୌଣସି ଫାଇଭ୍‌ଷ୍ଟାର ହୋଟେଲଠାରୁ ମଧ୍ୟ ଅଧିକ ସୁବିଧା ଏଠାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri