Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ
ମଘା ନକ୍ଷତ୍ରସ୍ଥ ରବିଙ୍କ ଯୋଗୁ ସକାଳୁ ସକାଳୁ କୌଣସି ଖବର ପାଇ ବିସ୍ମୟାଭିଭୂତ ହୋଇପାରନ୍ତି। ପ୍ରତ୍ୟେକ ଦିଗରୁ ବିଭିନ୍ନ ପ୍ରକାରର ନାସ୍ତିସୂଚକ କଥା ଶୁଣି ମାନସିକ ସ୍ଥିତି ଭଲ ରହିବ ନାହିଁ। ସମ୍ପର୍କୀୟ ବନ୍ଧୁମାନଙ୍କ ସାହାଯ୍ୟ ମିଳିଲେ ମଧ୍ୟ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ବୃଷ

ଚନ୍ଦ୍ରଙ୍କ ପ୍ରଭାବରେ ପଡୋଶୀଙ୍କ ପରାମର୍ଶାନୁସାରେ କାମ କରି ଉପକୃତ ହେବେ। ଆଜିର ବନ୍ଧୁମିଳନରେ ଆପଣଙ୍କୁ ଅର୍ଥ ଓ ସମ୍ମାନ ମିଳିବ। କିନ୍ତୁ ସଭାସମିତିରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ହେବ। ସାଂସ୍କୃତିକ କାର୍ଯ୍ୟ ଯଥାବିଧି ସମ୍ପନ୍ନ ସକାଶେ ତତ୍ପରତା ବଢିପାରେ।

ମିଥୁନ
ମିଥୁନ
ରବି ଓ ବୁଧ ଉଭୟେ ମଘା ନକ୍ଷତ୍ରରେ ରହିଥିବାରୁ ନିଜର ଦୂରଭିସନ୍ଧି ପୂରଣ କରିବା ସକାଶେ ମିତ୍ରମାନେ ଆପଣଙ୍କର ପ୍ରଶଂସାଗାନ କରିପାରନ୍ତି। କଳା,ସାହିତ୍ୟ,ସଙ୍ଗୀତ ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। କେତେକ କ୍ଷେତ୍ରରେ ସବୁ ଜାଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ପାପଯୁକ୍ତ ଶୁକ୍ର ଓ କେତୁ ନକ୍ଷତ୍ରସ୍ଥ ବୁଧଙ୍କ ଯୋଗୁଁ ଆପଣ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍‌ ହେବନି। କର୍ମକ୍ଷେତ୍ରରେ ଅତୀତ ଘଟଣାର ସମୀକ୍ଷା କରି ବ୍ୟସ୍ତତା ବୃଦ୍ଧି ପାଇବ। ଶତ୍ରୁତା କରୁଥିବା ବ୍ୟକ୍ତି ମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଆପଣ ସ୍ବାଭିମାନୀ ଓ ସହଜରେ ମୁଣ୍ଡନୁଆଁଇବା ବ୍ୟକ୍ତି ନ ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପରିବାରର ଆତ୍ମୀୟମାନଙ୍କ ବେଖାତିର ମନୋଭାବରୁ ବ୍ୟଥିତ ହୋଇପାରନ୍ତି। ଅର୍ଥ ସଙ୍କଟଜନିତ ସମସ୍ୟା ବନ୍ଧୁଙ୍କ ମାଧ୍ୟମରେ ସମାଧାନ ହୋଇଯିବ।
କନ୍ୟା
ଚନ୍ଦ୍ରଙ୍କ ସୁପ୍ରଭାବରୁ ଆପଣଙ୍କ ତ୍ୟାଗ ଓ ପରୋପକାର ପ୍ରବୃତ୍ତି ଆଧାରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। କିନ୍ତୁ କର୍ମକ୍ଷେତ୍ରରେ ଭଲ କଲେ ମଧ୍ୟ ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା କରିପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣା ହେତୁ ପରିସ୍ଥିତି ଗମ୍ଭୀର ରହିବ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ତୁଳା
ତୁଳା
କର୍ମାଧିପ ଦ୍ୱଦଶସ୍ଥ ଓ ଶତ୍ରୁକ୍ଷେତ୍ରସ୍ଥ ହେତୁ ସମସ୍ୟା ମଧ୍ୟରେ କାର୍ଯ୍ୟ ହାସଲ କରିବେ। ରାଜନୈତିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା
ବିଛା
ସପ୍ତମାଧିପତି ଅଷ୍ଟମସ୍ଥ ହେତୁ ଯାତ୍ରାରେ ବିଘ୍ନ,ପରିବାରରେ ଅଶାନ୍ତି,ବ୍ୟବସାୟରେ କ୍ଷତି ଯୋଗୁଁ ମନସ୍ତାପ କରିବେ। ଆଜି ଜଣେ ସାଧାରଣ ବ୍ୟକ୍ତିଙ୍କ ଅଭିଯୋଗ ଅସାଧାରଣ ପରିସ୍ଥିତି ସୃଷ୍ଟି କରିପାରେ। ଛୋଟବଡ କେତେକ ସମସ୍ୟାର ସମାଧାନର ଚିନ୍ତା କରି ମନ ବିଭ୍ରାନ୍ତ ରହିବ।
ଧନୁ
ଧନୁ
ଭାଗ୍ୟସ୍ଥାନରେ ରବି ଓ ବୁଧଙ୍କ ସ୍ଥିତି ଜନିତ ଆଜିର ପ୍ରତ୍ୟୁଷ ଯାତ୍ରା ବେଶ୍‌ ପ୍ରୀତିପ୍ରଦ ରହିବ। ଉତ୍ତରାଷାଢା ନକ୍ଷତ୍ରର ମାନସିକ ଅସୁସ୍ଥତା କାରଣରୁ କୌଣସି କାମ ସକାଶେ ଉତ୍ସାହିତ ହୋଇପାରିବେ ନାହିଁ। କାର୍ଯ୍ୟ ହାସଲ ସକାଶେ ମଧ୍ୟ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ସରକାରୀ ସ୍ତରରୁ ଅଭିଯୋଗ ଆସିପାରେ।
ମକର
ମକର

ତିନୋଟିଗ୍ରହ ସ୍ବଗୃହୀ ହେତୁ ଅନ୍ୟମାନଙ୍କ ସଠିକ୍‌ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇ।

କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ରହିଥିଲେ ମଧ୍ୟ ମାନସିକ ସ୍ଥିତି ତାହାର ଓଲଟା ରହିବ। ଫଳତଃ ଆପଣଙ୍କର ଭୁଲ୍‌ ନିଷ୍ପତ୍ତି ପ୍ରତ୍ୟେକ କ୍ଷେତ୍ରରେ ଭଲ ବଦଳରେ ସମସ୍ୟାର କାରଣ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସୁବିଧା ହାସଲକୁ ନେଇ ଅସୁବିଧାରେ ପକାଇପାରନ୍ତି।
ମୀନମୀନ

କେତୁଯୁକ୍ତ ବକ୍ରୀ ବୃହସ୍ପତିଙ୍କ କାରଣରୁ କର୍ମକ୍ଷେତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। କୌଣସି କ୍ଷେତ୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଦୂରଯାତ୍ରାରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri