Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ
ମଘା ନକ୍ଷତ୍ରସ୍ଥ ରବିଙ୍କ ଯୋଗୁ ସକାଳୁ ସକାଳୁ କୌଣସି ଖବର ପାଇ ବିସ୍ମୟାଭିଭୂତ ହୋଇପାରନ୍ତି। ପ୍ରତ୍ୟେକ ଦିଗରୁ ବିଭିନ୍ନ ପ୍ରକାରର ନାସ୍ତିସୂଚକ କଥା ଶୁଣି ମାନସିକ ସ୍ଥିତି ଭଲ ରହିବ ନାହିଁ। ସମ୍ପର୍କୀୟ ବନ୍ଧୁମାନଙ୍କ ସାହାଯ୍ୟ ମିଳିଲେ ମଧ୍ୟ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ବୃଷ

ଚନ୍ଦ୍ରଙ୍କ ପ୍ରଭାବରେ ପଡୋଶୀଙ୍କ ପରାମର୍ଶାନୁସାରେ କାମ କରି ଉପକୃତ ହେବେ। ଆଜିର ବନ୍ଧୁମିଳନରେ ଆପଣଙ୍କୁ ଅର୍ଥ ଓ ସମ୍ମାନ ମିଳିବ। କିନ୍ତୁ ସଭାସମିତିରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ହେବ। ସାଂସ୍କୃତିକ କାର୍ଯ୍ୟ ଯଥାବିଧି ସମ୍ପନ୍ନ ସକାଶେ ତତ୍ପରତା ବଢିପାରେ।

ମିଥୁନ
ମିଥୁନ
ରବି ଓ ବୁଧ ଉଭୟେ ମଘା ନକ୍ଷତ୍ରରେ ରହିଥିବାରୁ ନିଜର ଦୂରଭିସନ୍ଧି ପୂରଣ କରିବା ସକାଶେ ମିତ୍ରମାନେ ଆପଣଙ୍କର ପ୍ରଶଂସାଗାନ କରିପାରନ୍ତି। କଳା,ସାହିତ୍ୟ,ସଙ୍ଗୀତ ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। କେତେକ କ୍ଷେତ୍ରରେ ସବୁ ଜାଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ପାପଯୁକ୍ତ ଶୁକ୍ର ଓ କେତୁ ନକ୍ଷତ୍ରସ୍ଥ ବୁଧଙ୍କ ଯୋଗୁଁ ଆପଣ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍‌ ହେବନି। କର୍ମକ୍ଷେତ୍ରରେ ଅତୀତ ଘଟଣାର ସମୀକ୍ଷା କରି ବ୍ୟସ୍ତତା ବୃଦ୍ଧି ପାଇବ। ଶତ୍ରୁତା କରୁଥିବା ବ୍ୟକ୍ତି ମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଆପଣ ସ୍ବାଭିମାନୀ ଓ ସହଜରେ ମୁଣ୍ଡନୁଆଁଇବା ବ୍ୟକ୍ତି ନ ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପରିବାରର ଆତ୍ମୀୟମାନଙ୍କ ବେଖାତିର ମନୋଭାବରୁ ବ୍ୟଥିତ ହୋଇପାରନ୍ତି। ଅର୍ଥ ସଙ୍କଟଜନିତ ସମସ୍ୟା ବନ୍ଧୁଙ୍କ ମାଧ୍ୟମରେ ସମାଧାନ ହୋଇଯିବ।
କନ୍ୟା
ଚନ୍ଦ୍ରଙ୍କ ସୁପ୍ରଭାବରୁ ଆପଣଙ୍କ ତ୍ୟାଗ ଓ ପରୋପକାର ପ୍ରବୃତ୍ତି ଆଧାରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। କିନ୍ତୁ କର୍ମକ୍ଷେତ୍ରରେ ଭଲ କଲେ ମଧ୍ୟ ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା କରିପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣା ହେତୁ ପରିସ୍ଥିତି ଗମ୍ଭୀର ରହିବ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ତୁଳା
ତୁଳା
କର୍ମାଧିପ ଦ୍ୱଦଶସ୍ଥ ଓ ଶତ୍ରୁକ୍ଷେତ୍ରସ୍ଥ ହେତୁ ସମସ୍ୟା ମଧ୍ୟରେ କାର୍ଯ୍ୟ ହାସଲ କରିବେ। ରାଜନୈତିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା
ବିଛା
ସପ୍ତମାଧିପତି ଅଷ୍ଟମସ୍ଥ ହେତୁ ଯାତ୍ରାରେ ବିଘ୍ନ,ପରିବାରରେ ଅଶାନ୍ତି,ବ୍ୟବସାୟରେ କ୍ଷତି ଯୋଗୁଁ ମନସ୍ତାପ କରିବେ। ଆଜି ଜଣେ ସାଧାରଣ ବ୍ୟକ୍ତିଙ୍କ ଅଭିଯୋଗ ଅସାଧାରଣ ପରିସ୍ଥିତି ସୃଷ୍ଟି କରିପାରେ। ଛୋଟବଡ କେତେକ ସମସ୍ୟାର ସମାଧାନର ଚିନ୍ତା କରି ମନ ବିଭ୍ରାନ୍ତ ରହିବ।
ଧନୁ
ଧନୁ
ଭାଗ୍ୟସ୍ଥାନରେ ରବି ଓ ବୁଧଙ୍କ ସ୍ଥିତି ଜନିତ ଆଜିର ପ୍ରତ୍ୟୁଷ ଯାତ୍ରା ବେଶ୍‌ ପ୍ରୀତିପ୍ରଦ ରହିବ। ଉତ୍ତରାଷାଢା ନକ୍ଷତ୍ରର ମାନସିକ ଅସୁସ୍ଥତା କାରଣରୁ କୌଣସି କାମ ସକାଶେ ଉତ୍ସାହିତ ହୋଇପାରିବେ ନାହିଁ। କାର୍ଯ୍ୟ ହାସଲ ସକାଶେ ମଧ୍ୟ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ସରକାରୀ ସ୍ତରରୁ ଅଭିଯୋଗ ଆସିପାରେ।
ମକର
ମକର

ତିନୋଟିଗ୍ରହ ସ୍ବଗୃହୀ ହେତୁ ଅନ୍ୟମାନଙ୍କ ସଠିକ୍‌ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇ।

କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ରହିଥିଲେ ମଧ୍ୟ ମାନସିକ ସ୍ଥିତି ତାହାର ଓଲଟା ରହିବ। ଫଳତଃ ଆପଣଙ୍କର ଭୁଲ୍‌ ନିଷ୍ପତ୍ତି ପ୍ରତ୍ୟେକ କ୍ଷେତ୍ରରେ ଭଲ ବଦଳରେ ସମସ୍ୟାର କାରଣ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସୁବିଧା ହାସଲକୁ ନେଇ ଅସୁବିଧାରେ ପକାଇପାରନ୍ତି।
ମୀନମୀନ

କେତୁଯୁକ୍ତ ବକ୍ରୀ ବୃହସ୍ପତିଙ୍କ କାରଣରୁ କର୍ମକ୍ଷେତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। କୌଣସି କ୍ଷେତ୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଦୂରଯାତ୍ରାରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri