ମେଷ

ଆଜିର ଗ୍ରହସ୍ଥିତି ପାରିବାରିକ ଖର୍ଚ୍ଚକୁ ବୃଦ୍ଧି କରିବା ସହ ସନ୍ତାନଙ୍କ ସମସ୍ୟା ବିଷୟରେ ଚିନ୍ତା କରାଇବେ। ବନ୍ଧୁଙ୍କ ସାକ୍ଷାତ୍ ଆଲୋଚନା, ପରିବହନ ଏବଂ ବାଣିଜ୍ୟ, ଶିଳ୍ପକ୍ଷେତ୍ର ଶିଥିଳ ହେବ। ଆନୁଷ୍ଠାନିକ କାମରେ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ ପାଇ ଖୁସି ହେବେ। ଖଳ ଲୋକମାନଙ୍କ କଥାକୁ ସତମଣି ଘର ଲୋକଙ୍କୁ ଭୁଲ୍ ବୁଝିବେ।
ବୃଷ

ବନ୍ଧୁଙ୍କ ମାଧ୍ୟମରେ କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ଅନୁଭବ କରିବେ। ହାତକୁ ନେଇଥିବା ଅସଂପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିବ। ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପି ଦିନଟିର ରୋଜଗାରଠାରୁ ଖର୍ଚ୍ଚ ବଳିଯିବ। ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପୂର୍ବପରି ରହିବ ଏବଂ ସାଧାରଣ କଥାରୁ ମତାନ୍ତର ସୃଷ୍ଟି ହେବ।
ମିଥୁନ

କୋଣଭାବସ୍ଥ ଗ୍ରହ ପ୍ରଭାବରୁ ଅର୍ଥଲାଭ ସହ ବନ୍ଧୁମାନଙ୍କ ପ୍ରୀତିଭାଜନ ହେବେ। ପରିବାର, ଯାନବାହନ, ଆଲୋଚନା, ଯାତ୍ରା, ବ୍ୟବସାୟ କ୍ଷେତ୍ର ମଧ୍ୟ ଭଲ ରହିବ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ଶନି ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟରେ କାର୍ଯ୍ୟ ସାଧନ ହେବ ।
କର୍କଟ

ବୁଧ ଓ ଶୁକ୍ର ସଂଯୋଗରୁ ସାମାଜିକ ସ୍ତରରେ ପରିସ୍ଥିତି ବଦଳିଯିବାରୁ ଏକପ୍ରକାର ଖୁସି ଅନୁଭବ କରିବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍ କିଛିଦିନ ସକାଶେ ଅଟକି ରହିଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପରାଜିତ ରହିବାର ଆଶା କରାଯାଇପାରେ।
ସି˚ହ

ମଙ୍ଗଳ ନକ୍ଷତ୍ରସ୍ଥ ରବି ଯୋଗୁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ। ବାଣିଜ୍ୟ, ପରିବହନରେ ଋଣମୁକ୍ତ ହେବାର ସୂଚନା ରହିଛି। ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରି ସଫଳତା ହାସଲ କରିବେ।
କନ୍ୟା

ଲାଭ ଭାବସ୍ଥ ଗ୍ରହଜନିତ ଯାହା ପାଇବା ସକାଶେ ଆଶା କରୁଛନ୍ତି ତାହା ନିଶ୍ଚିତ ପାଇପାରିବେ। ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ। କୌଣସି ଉପାୟ ପାଇବେ ନାହିଁ ।
ତୁଳା

ବନ୍ଧୁଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟିଏ ସମ୍ପନ୍ନ କରିପାରିବେ, ନିଜ ପାଇଁ ସେତିକି କରିପାରିବେ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଶନିଙ୍କ ସ୍ଥିତି ଦୃଷ୍ଟିରୁ ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ହେବନାହିଁ।
ବିଛା

ଆଜିର ଗ୍ରହଯୋଗ ଉଚ୍ଚକୋଟୀର, କିନ୍ତୁ ଠିକଣା ସମୟରେ ସୁଯୋଗ ନେଇପାରିଲେ ହିଁ ଉପକୃତ ହେବେ। ଶନିଙ୍କ ପ୍ରଭାବରେ ଅତୀତକୁ ଖୋଜିବସିଲେ ଅନୁତାପ କରିବା ବ୍ୟତୀତ କିଛି ଲାଭହେବନି। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବାରୁ ଆମତ୍ତୃପ୍ତି ଲାଭ କରିପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ ଆଧ୍ୟାମତ୍ିକ ଭାବଧାରାରେ ଉଦ୍ବୁଦ୍ଧ ହେବେ।
ଧନୁ

ବାସ୍ତବ କ୍ଷେତ୍ରରେ ନିଜ ମନର ଚିନ୍ତାଧାରାର ବିଷମତା ହିଁ ମାନସିକ ଅଶାନ୍ତି ସୃଷ୍ଟି କରିବ। ଚତୁର୍ଥଭାବ ପାପାକ୍ରାନ୍ତ ଯୋଗୁ ପାରିବାରିକ କଳହଜନିତ ଟେନ୍ସନ ବୃଦ୍ଧି ପାଇବ। ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ, ଯାହାକି ବନ୍ଧୁଙ୍କ ମନକୁ ପାଇବ। ପ୍ରକାଶନ, ଏଜେନ୍ଶିପ୍, ଗଣମାଧ୍ୟମ, ବେତାର, ଅଦାଲତ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି।
ମକର

ସପ୍ତମ କେନ୍ଦ୍ରର ଶୁଭତ୍ୱ ଯୋଗୁ ଭାଗ୍ୟର ଅନୁକୂଳତା ପ୍ରାପ୍ତ ହୋଇ କାର୍ଯ୍ୟସିଦ୍ଧି ସହ ସମ୍ମାନିତ ହେବେ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ଛୋଟଜାତିର ବ୍ୟକ୍ତିଙ୍କ ସହ କଳହ, ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ।
କୁମ୍ଭ

ଚନ୍ଦ୍ରଙ୍କ କୁପ୍ରଭାବରୁ ଆଜି ଭଲ କଥାଗୁଡ଼ିକ ମଧ୍ୟ ପ୍ରିୟଜନଙ୍କୁ ଖଟା ଲାଗିପାରେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ ା ବିତର୍କଜନିତ ବନ୍ଧୁମାନଙ୍କ ସହ କଥା କଟାକଟି କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ି ହେବ ନାହିଁ।
ମୀନ
ଗୁରୁକୃପାରୁ ଆଜିର ଭଲ ଚିନ୍ତା ଆପଣଙ୍କ ଆଚାର ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନିୟନ୍ତ୍ରିତ କରିବ। ପରିବାରରୁ ଶ୍ରଦ୍ଧା, ବନ୍ଧୁଙ୍କ ଆଦର, ସମ୍ମାନନୀୟ ବ୍ୟକ୍ତିଙ୍କ ପ୍ରଶଂସାରେ ଉତ୍ଫୁଲ୍ଲ ହେବେ। ହିତୈଷୀଙ୍କ ଜରିଆରେ ଦୀର୍ଘଦିନରୁ ଖୋଜୁଥିବା ଜିନିଷଟି ପାଇ ଖୁସି ହେବେ। ଆମତ୍ୀୟମାନଙ୍କ ସହ କଳହ ସୃଷ୍ଟି ହୋଇପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.