Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗିରହିବା ସହ ଯାତ୍ରା, ବିବାଦରୁ ଦୂରେଇ ରହିବା ଭଲ। କେତୁ ପ୍ରଭାବରୁ କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହେବ। ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପାରିବାରିକ ଅସହଯୋଗ ନୂତନ କାମ, ବ୍ୟବସାୟ, ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିପାରେ।
ବୃଷ
ବୃଷ
ଆଜି ମନ ଯେମିତି ଉଚ୍ଚ କାମ ମଧ୍ୟ ତଦନୁରୂପ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ରାଶ୍ୟାଧିପ ଶୁକ୍ରଙ୍କ ଦୁର୍ବଳତାଜନିତ କାଶ ଓ କଫଜନିତ ପୀଡାରୁ କଷ୍ଟ ଅନୁଭବ କରିପାରନ୍ତି। ବିବାଦୀୟ ଘଟଣାର ସମାଧାନ ପରିପ୍ରେକ୍ଷୀରେ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନାଦିରୁ ଲାଭବାନ ହେବେ।
ମିଥୁନ
ମିଥୁନ
କିଛିନା କିଛି ସମସ୍ୟା ଲାଗିରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରର ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ। ସରକାରୀ ସ୍ତରରୁ କିମ୍ବା କମ୍ପାନୀ ସମ୍ବନ୍ଧୀୟ କୌଣସି ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
କର୍ମଭାବରେ ଚନ୍ଦ୍ର ହେତୁ କାର୍ଯ୍ୟସିଦ୍ଧି ସହ ଖୁସି ମନରେ କାମ କରିବେ। ସାମୂହିକ କାର୍ଯ୍ୟ କ୍ଷେତ୍ରରେ ନୂତନ ବନ୍ଧୁସମ୍ପର୍କ ସୃଷ୍ଟିହେବାର ସୂଚନା ରହିଛି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡିପାରନ୍ତି। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ରାଶିରେ କେତୁ ଯୋଗୁ ପ୍ରତ୍ୟେକ ଦିଗ ଭଲ ରହିଥିଲେ ମଧ୍ୟ ଆର୍ଥିକ ସ୍ଥିତି ଖରାପ ରହିବା ହିଁ ମନସ୍ତାପର କାରଣ ହେବ। ବନ୍ଧୁଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
କନ୍ୟା
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଭଲରେ ଅତିବାହିତ ହେବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ଗ୍ରହଣ କରିବା ଠିକ୍‌ ହେବନାହିଁ। କୌଣସି ପୂର୍ବ ପ୍ରତିକ୍ରିୟା ନ ଥାଇ ଆକସ୍ମିକ ଭାବରେ ହଠାତ୍‌ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ତୁଳା
ତୁଳା
କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ସମସ୍ୟା ସୃଷ୍ଟି କରିପାରନ୍ତି। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ କରାଇବ। ବୃତ୍ତି, ବାଣିଜ୍ୟ, ଆଲୋଚନା, ମାଲିମକଦ୍ଦମା ଓ ବନ୍ଧୁମିଳନ ଯଥାବିଧି ସମ୍ପନ୍ନ ହେବ।
ବିଛା
ବିଛା
ମନକୁ ପାଇଲା ଭଳି କଥାମାନ କହି ପାରିବାରିକ ସମସ୍ୟାର ସମାଧାନ କରିବେ। ଅପରାହ୍ନରେ ମୂଲ୍ୟବାନ ଦ୍ରବ୍ୟ ପାଇବା ସହ ଶିଳ୍ପ ଓ ବ୍ୟବସାୟରେ ଲାଭବାନ ହେବେ । ପରିବହନ ଓ ନିର୍ମାଣ, ଆଲୋଚନା, ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ। କଳା ସାହିତ୍ୟ ଓ ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ବାଣିଜ୍ୟ, ସାମୂହିକ କାର୍ଯ୍ୟ, ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ସାମାନ୍ୟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିବ। ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ କିମ୍ବା ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
ମକର
ମକର
ସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାମକୁ ସମ୍ପନ୍ନ କରିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହେବେ। କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ସଭାସମିତି ଓ ପାରିବାରିକ ସମସ୍ୟା ଦିଗରେ ଦୃଢ଼ ପଦକ୍ଷେପ ନେବେ। ରାଜନୀତି କିମ୍ବା ସାମାଜିକ କାମରେ ସମର୍ଥକମାନଙ୍କୁ ନିଜ ଆଡ଼କୁ ଆଣିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କ ସ୍ଥଗିତ କାମକୁ ଆଗକୁ ବଢ଼ାଇ ନେବାରେ ଆପଣଙ୍କ ଭୂମିକା ସର୍ବାଗ୍ରେ ରହିବ। ନିଜ କାମ ପାଇଁ ଦୁଶ୍ଚିନ୍ତାର ମାତ୍ରା କମିବ ନାହିଁ। ପ୍ରତ୍ୟେକ କାମରେ ପରିବାର ସହ ଆଲୋଚନା କରିବା ଭଲ ହେବ। କର୍ମକ୍ଷେତ୍ରରେ କାମରେ ବାଦବିବାଦ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ହାସଲ କରିବେ।
ମୀନମୀନ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ, ସହାନୁଭୂତି ଲାଭକରି କାର୍ଯ୍ୟ ହାସଲ କରିବେ। ଆଲୋଚନା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପାରନ୍ତି। ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିବେ। ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ସଭାସମିତି ମନ ଅନୁଯାୟୀ କରିପାରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?