Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ
ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ଆପଣଙ୍କୁ ଅନେକ ମାନସିକ ଦ୍ୱନ୍ଦ ଓ ଆଶା,ନିରାଶା ମଧ୍ୟରେ ଦିନଟି କଟଇବାକୁ ପଡିପାରେ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। ପରିବାରରେ ଶାନ୍ତି ଫେରି ଆସିବ। ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି, ଏଣୁ ସତର୍କ ରହିବା ଭଲ।
ବୃଷ
ବୃଷ
ମଙ୍ଗଳଙ୍କ ପ୍ରଭାବରୁ ନିଜ ଲୋକ ବିରୋଧ କଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ। ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ , ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ ପାଖ ମାଡିବେ ନାହିଁ। ଆଜିର ଯାତ୍ରା, ବାଣିଜ୍ୟ, ସ୍ତ୍ରୀଙ୍କ ସମ୍ପର୍କ ଦିଗରୁ ଲାଭବାନ୍‌ ହେବେ।
ମିଥୁନ
ମିଥୁନ
ପରିବାରରେ ଭୁଲ୍‌ ବୁଝାମଣା ହେତୁ କଳହ ଲାଗିପାରେ। ଟଙ୍କା ପଇସା ସମ୍ପର୍କିତ ଝାମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ପରିବହନ, ବ୍ୟବସାୟ, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ମିଳିବ। ଧନସ୍ଥ ଏକାଧିକଗ୍ରହ କାରଣରୁ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଖୁସୀ ରହିବ।
କର୍କଟ
କର୍କଟ
ରାହୁଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ସଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ଇଛା ନଥିଲେ ମଧ୍ୟ ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସାଂଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। କଠିନଶ୍ରମ ଓ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ସି˚ହ
ସି˚ହ
କର୍ମ କ୍ଷେତ୍ରରେ ବାଧା ଉପୁଜିବ ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ ଯଥା ସମୟରେ ସବୁ କାମ ଠିକ୍‌ ହୋଇଯିବ। ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହି ନପାରେ। ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଛୋଟ ଛୋଟ କଥାରେ ଚିହ୍ନା ପଡି ମଧ୍ୟସ୍ଥତା କଲେ ଅପମାନିତ କିମ୍ବା ସମାଲୋଚିତ ହେବାକୁ ପଡିପାରେ।
କନ୍ୟା
ରାଶିରେ ଚନ୍ଦ୍ର ଓ ଶୁକ୍ର ଥିବା ଯୋଗୁ ଆରୋଗ୍ୟଲାଭ କାରଣରୁ ଆଶ୍ୱସ୍ଥି ଲାଭ କରିବେ। ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜିହିଁ ଅର୍ଥଲାଭର ସମ୍ଭାବନା ରହିଛି। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦୀଙ୍କ କାର୍ଯ୍ୟକଳାପ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାରେ ସମସ୍ୟା ଜନିତ ଅଶାନ୍ତ ରହିବେ। ଅଟକି ରହିଥିବା କାମ ସୁବିଧାରେ ହୋଇଯିବ।
ତୁଳା
ତୁଳା
ରାଶ୍ୟାଧିପ ଶନି ଦୃଷ୍ଟିରେ ଥିବାରୁ ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇ ପଡିବ। ଆପଣଙ୍କ ଅତି ନିଜର ଲୋକମାନେ ଇର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି। ଆର୍ଥିକ ଅଭିବୃଦ୍ଧି ସକାଶେତ୍ତ ତପତ୍ରତା ପ୍ରକାଶ କରି କେତେକାଂଶରେ ସଫଳତା ପାଇପାରନ୍ତି।
ବିଛା
ବିଛା
ରାଶ୍ୟାଧିପତି ଦୁଃସ୍‌ଥାନରେ ରହିଥିବା ଯୋଗୁଁ ସ୍ବସ୍ଥ୍ୟ ଭଲ ରହିନପାରେ। ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟିର ଆଶଙ୍କା ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କଳା, ସାହିତ୍ୟଚର୍ଚ୍ଚା, ଗବେଷଣା, ପ୍ରଶାସନ ଓ ସାଂଗଠନିକସେକ୍ଷତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଆକସ୍ମିକ ସମସ୍ୟା କାରଣରୁ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହଛି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ସଙ୍ଗକୁ ଆର୍ଥିକ ସ୍ଥିତିରେ ଉନ୍ନତି ମନକୁ ଖୁସୀ କରାଇବ। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟ,ପରିବହନ, ଛୋଟ ଦୋକାନ,ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର
ଭୂଲ ବୁଝାମଣା ଯୋଗୁଁ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀ ମାନଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପରୋପକାର ମନୋଭାବରୁ ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି
କୁମ୍ଭ
କୁମ୍ଭ
ସାମୟିକ ସ୍ବାସ୍ଥ୍ୟହାନୀ କାମକୁ ପ୍ରତିରୋଧ କରିବାର ଆଶଙ୍କା ଦେଖାଦେଇପାରେ। ନିଜର ଲୋକ ମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ଘରକୁ ଆଗନ୍ତୁକ ମାନଙ୍କ ସେବା ଓ ପରୋପକାରରୁ ପ୍ରଶଂସିତ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ନିମନ୍ତ୍ରିତ ହୋଇପାରନ୍ତି।
ମୀନମୀନ
ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ଯୁକ୍ତିତର୍କ ଜନିତ ମନାନ୍ତର ସୃଷ୍ଟି ହୋଇପାରେ। ପରିବାରରେ ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ପଶ୍ଚାତାପ କରିବାକୁ ପଡ଼ିବାର ସୂଚନା ରହିଛି। କୈାଣସି ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅବହେଳା କରି ସମାଲୋଚିତ ହୋଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସହ ନୂତନ ବସ୍ତ୍ର, ଆଭୂଷଣ ଲାଭ କରିପାରନ୍ତି। ପିଲାଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବା କାରଣରୁ ମାନସିକ ଅଶାନ୍ତି…

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଯାତ୍ରା କିମ୍ବା କଠୋର ପରିଶ୍ରମ ଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ…

ରାଶିଫଳ: ଗୁରୁବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ ଆଜି ରାଜନୀତି, ଆଇନ, ଅଦାଲତ ତଥା ସାଂଗଠନିକ କାର୍ଯ୍ୟ ଆଲୋଚନାରେ ସଫଳତା ପାଇବେ। କିନ୍ତୁ ଶିକ୍ଷା,ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri