Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିବା କାରଣରୁ ମାନସିକ ସ୍ଥିରତା ରହି ନ ପାରେ। ପଡ଼ୋଶୀ କିମ୍ବା ସହକର୍ମୀମାନେ ସାଧାରଣ କଥାରେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ସଦସ୍ୟମାନଙ୍କ ଉପରେ ବୃଥା ସନ୍ଦେହ କଲେ ଅସୁବିଧାରେ ପଡ଼ିବେ। ଋଣଭାର ପରିଶୋଧ ପାଇଁ ବ୍ୟସ୍ତ ରହିବେ।
ବୃଷ
ବୃଷ
ଖର୍ଚ୍ଚଭାର ବୃଦ୍ଧି ସଙ୍ଗକୁ ଆତ୍ମୀୟଙ୍କ ତାତ୍ସଲ୍ୟ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଘର କାମରେ ଆଳସ୍ୟ ଓ ଅବହେଳା ଯୋଗୁଁ ସ୍ତ୍ରୀଙ୍କ କଟୁକ୍ତି ଶୁଣି ପାରନ୍ତି। ଉଚ୍ଚ ଚିନ୍ତା କରିଲେ କ’ଣ ହେବ ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ଆଲୋଚନା, ପ୍ରତିଯୋଗୀତାରେ ସଫଳତା ହେତୁ ଖୁସି ରହିବେ।
ମିଥୁନ
ମିଥୁନ
ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ଉପରେ ଭରସା କରି ମୁଣ୍ଡରେ ହାତଦେବେ। କାର୍ଯ୍ୟ ହାସଲର ଶେଷ ପର୍ଯ୍ୟୟରେ ସମ୍ପର୍କୀୟ ମାନେ ହିଁ ସବୁ କିଛି ବିଗାଡି ଦେଇପାରନ୍ତି। କେତେକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ କାମକୁ ଆଗକୁ ନେବାରେ ବିଳମ୍ବିତ କରାଇବ। ସ୍ବାସ୍ଥ୍ୟ ଭଲ ରହିବା ହେତୁ ମାନସିକ ସ୍ଥିତିମଧ୍ୟ ଦୁର୍ବଳ ରହିବ।
କର୍କଟ
କର୍କଟ
ଆଜି ବାହାର ଲୋକଙ୍କ କାମରେ ଦୂରଯାତ୍ରା କରିବାକୁ ପଡିବ। ଆପଣଙ୍କ ନମ୍ର ସ୍ବଭାବ ହେତୁ ସହକର୍ମୀମାନେ ସହଯୋଗର ହାତ ବଢାଇବେ। କୌଣସି ବନ୍ଧୁଙ୍କ ପ୍ରତି ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ମାଲି ମକଦ୍ଦମା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ଆଲୋଚନା ପରିସରରେ ବନ୍ଧୁଙ୍କ ଆକ୍ଷେପୋକ୍ତି ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ଦୃଢ ପଦେକ୍ଷପ ନେଇ କାମ ହାସଲ କରିବେ। କୌଣସି କାମ ସକାଶେ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ଆଇନ ଅଦାଲତରୁ ସୁଫଳ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଆଜି କୌଣସି ନୂତନ କାମ ଆରମ୍ବ କରିବାକୁ ମନ ବଳାଇବେ। ଆଲୋଚନା କିମ୍ବା ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ। ସାମାଜିକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। କଳା, ସାହିତ୍ୟ, ପ୍ରକାଶନ, ପ୍ରଶାସନରେ ସମସ୍ୟା ସମାଧାନ ହୋଇଯିବ।
ବିଛା
ବିଛା
ଏଣୁ ତେଣୁ କଥା ଚିନ୍ତା କରି ମନ ଅସ୍ଥିର ରହିବ। ପିଲାଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ଆଜିର ଯୋଗାଯୋଗରେ କେବଳ ବାଚନିକ ପ୍ରତିଶ୍ରୁତି ବ୍ୟତୀତ କିଛି ପାଇବେ ନାହିଁ। ଯିବା ରାସ୍ଥାରେ ଅଜଣାବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ଧନୁ
ଧନୁ
ଆବଶ୍ୟକତା ପୂରଣ ଲାଗି କୌଣସି ପ୍ରକାରେ ଅର୍ଥ ସଂଗ୍ରହ ପାଇଁ ତତ୍ପର ହେବେ। ସମ୍ପର୍କୀୟଙ୍କୁ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ନିଜର ଲୋକମାନେ ପରୋକ୍ଷ ଶତ୍ରୁତା କରୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଆପଣଙ୍କ ନିର୍ମାଣକୁ ବିରୋଧକରି ପଡୋଶୀ ପ୍ରତିବାଦ କରିପାରନ୍ତି। ଆନୁଷ୍ଠାନିକ କାମ, କ୍ରୀଡା ଓ ଚଳଚିତ୍ର କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଦୀର୍ଘ ଦିନରୁ ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ପିଲାମାନଙ୍କ ସକାଶେ ବିବାହ ପ୍ରସ୍ତାବ ନେଇ ବନ୍ଧୁ ଆସି ପାରନ୍ତି। ବିଭିନ୍ନ ସ୍ଥାନ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ସ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ କଥାରେ ମାନସିକ ଅଶାନ୍ତି ଦୂରେଇଯିବ।
ମୀନମୀନ
କର୍ମକ୍ଷେତ୍ରରେ ଟେନସନ୍‌ କମିଯିବ ଓ ସହଯୋଗ ଭିତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଅଯଥା ଯୁକ୍ତିତର୍କ ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ନିର୍ମାଣଧୀନ କାମ, ଯାନ୍ତ୍ରିକଜିନିଷ କ୍ରୟ, ପାର୍ଟି ପିକ୍‌ନିକ୍‌ କରିବା ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri